ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫଦାରୀକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି । ଆପ୍ ସମେତ ୮ଟି ଦଳ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି । ED-CBI ପରି କେନ୍ଦ୍ରୀୟ ଏଜେନ୍ସି ଗୁଡ଼ିକ ଆଇନ ବିରୋଧୀ କାର୍ଯ୍ୟକଳାପ କରୁଥିବା ଅଭିଯୋଗ ଏହି ଚିଠିରେ ଉଲ୍ଲେଖ ରହିଛି ।
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାୟ, ଜେକେଏନସି ପ୍ରମୁଖ ଫାରୁକ ଅବଦ୍ଦୁଲା,ତୃଣମୃଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପଂଜାବ ମୁଖମନ୍ତ୍ରୀ ଭଗୱନ୍ତ ସିଂହ ମାନ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ ସମାଜବାଦୀ ଦଳର ମୁଖ୍ୟ ଅଖିଳେଶ ଯାଦବଙ୍କ ସ୍ୱାକ୍ଷର ଥାଇ ଏହି ଚିଠି ଲେଖାଯାଇଛି । ସବୁଠୁ ବଡ଼ କଥା ହେଉଛି ଏହି ଚିଠିରେ କଂଗ୍ରେସ ଦଳ ସାମିଲ ହୋଇନି ।
Also Read
आबकारी नीति मामले में दिल्ली के पूर्व उपमुख्यमंत्री मनीष सिसोदिया की गिरफ्तारी पर अरविंद केजरीवाल समेत विपक्ष के 9 नेताओं ने प्रधानमंत्री नरेंद्र मोदी को पत्र लिखा है। उन्होंने कहा है कि कार्रवाई से यह प्रतीत होता है कि "हम एक लोकतंत्र से निरंकुशता में परिवर्तित हो गए हैं।" pic.twitter.com/T7MHcDEbyM
— ANI_HindiNews (@AHindinews) March 5, 2023
ବିନା କାରଣରେ ସିସୋଦିଆଙ୍କୁ ଗିରଫ କରାଯାଇଛି । ବିନା ପ୍ରମାଣରେ କିପରି ସିବିଆଇ ତାଙ୍କୁ ଗିରଫଦାରୀ କଲା ତାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ । ଖାଲି ସେତିକି ନୁହେଁ, ୨୦୧୪ ପରେ ବିରୋଧୀଙ୍କୁ ଟାଗେର୍ଟ କରି କେନ୍ଦ୍ରୀୟ ଏଜନସିଙ୍କ ଏହି ଆଭିମୁଖ୍ୟ ଏବେ ଗଣତନ୍ତ୍ରକୁ ସଙ୍କଟରେ ପକାଇଥିବା ଚିଠିରେ ଉଲ୍ଲେଖ ରହିଛି । ଏନସିପି, ଟିଏମସି, ସମାଜବାଦୀ ପାର୍ଟି ନେତାଙ୍କ ଉପରେ ହୋଇଥିବା ବିଭିନ୍ନ ସମୟରେ ଇଡି, ଆଇଟି, ସିବିଆର ରେଡ୍ ଓ ଗିରଫଦାରୀକୁ ଉଦାହରଣ ଆକରରେ ବି ଚିଠିରେ ଲେଖାଯାଇଛି । ଏବେ ଏହି ଘଟଣାକୁ ନେଇ ରାଜନୀତି ତେଜିଛି ।
ସୂଚନାଯୋଗ୍ୟ ଦିଲ୍ଲୀରେ ମଦ ଦୁର୍ନୀତି ମାମଲାକୁ ନେଇ ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ସିବିଆଇ, ଇଡି ଏବଂ ଆୟକର ବିଭାଗ ପୂର୍ବରୁ ମାମଲା ଦାଏର କରିବା ସହ ଯାଞ୍ଚ କରିଛି । ଏବେ ଦିଲ୍ଲୀରେ ଏହି ଘଟଣାକୁ ନେଇ ପ୍ରତିଦିନ ନୂଆ ନୂଆ ବିବାଦ ତେଜିବାରେ ଲାଗିଛି ।