Advertisment

‘ଦଳରେ ଗୋଡ଼ ଟଣାଟଣି ଜୋର, ଆଉ ମୁଁ କହିଦେଲି ଯେ ଭାସିଗଲା’

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କାରଣ ଦର୍ଶାଅ ନୋଟିସର ଜବାବ ରଖିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ଆଜି କଂଗ୍ରେସ ଭବନକୁ ଆସି ଲିଖିତ ଭାବେ ଉତ୍ତର ଦାଖଲ କରିଛନ୍ତି ସୁର ରାଉତରାୟ।

author-image
Rajalaxmi Sahoo
OPCC Show-Cause Notice

OPCC Show-Cause Notice

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କାରଣ ଦର୍ଶାଅ ନୋଟିସର ଜବାବ ରଖିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ଆଜି କଂଗ୍ରେସ ଭବନକୁ ଆସି ଲିଖିତ ଭାବେ ଉତ୍ତର ଦାଖଲ କରିଛନ୍ତି ସୁର ରାଉତରାୟ। ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ପୂର୍ବରୁ ପିସିସି ସଭାପତି ନେଇ ନବୀନଙ୍କ କଥା କହିଥିଲେ। ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନି।

Advertisment

ତାରା ବାହିନୀପତି ଓ ସନ୍ତୋଷ ସିଂ ସାଲୁଜା ମଧ୍ୟ ବିଶୃଙ୍ଖଳିତ ମନ୍ତବ୍ୟ ଦେଇଛନ୍ତି। ସେମାନଙ୍କ ପାଇଁ ଶୃଙ୍ଖଳା କମିଟି ନାହିଁ ବୋଲି ସୁର ରାଉତରାୟ ପ୍ରଶ୍ନ କରିଛନ୍ତି। ସୁରଙ୍କ ମନ୍ତବ୍ୟ ଉପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ମୁଁ କେବେ ବି ସୁରଙ୍କ ଭଳି ନବୀନଙ୍କୁ ନେଇ ମନ୍ତବ୍ୟ ଦେଇନି। ତେଣେ ଜୟଦେବ ଜେନା କଣ କହିଥିବେ ମୁଁ ଜାଣି ନାହିଁ। ଆଗାମୀ ଦିନରେ ଯେକେହି ବି ଦଳରେ ବିଶୃଙ୍ଖଳା ଆଚରଣ କରେ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହେବ ବୋଲି ପିସିସି ସଭାପତି କହିଛନ୍ତି।

ସୂଚନାଯୋଗ୍ୟ, ଜଟଣୀ ବିଧାୟକ ସୁରେଶ ରାଉତରାୟ ପିସିିସି ସଭାପତି ଚୟନ ପ୍ରସଙ୍ଗରେ ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ ନବୀନଙ୍କ ଇଚ୍ଛାରେ କଂଗ୍ରେସର ପିସିସି ପରିବର୍ତ୍ତନ ହୁଏ। ଏପରିକି କଂଗ୍ରେସର ରାଜ୍ୟ ପ୍ରଭାରୀ ମଧ୍ୟ ନବୀନଙ୍କ ଇଚ୍ଛାରେ ପରିବର୍ତ୍ତନ ହୁଏ ବୋଲି ସୁର କହିଥିଲେ। ତେବେ ସୁର ରାଉତରାୟ କେଉଁ ପରିସ୍ଥିତିରେ ଏଭଳି ବୟାନ ଦେଲେ ବୋଲି ପିସିସି ମୁଖିଆ ପ୍ରଶ୍ନ କରିଥିଲେ। କେଉଁ ପରିସ୍ଥିତିରେ ଏଭଳି ମନ୍ତବ୍ୟ ଦେଲେ ଶୀଘ୍ର ଉତ୍ତର ଦେବାକୁ ନିରଞ୍ଜନଙ୍କୁ ନୋଟିସ୍‌ ଦିଆଯାଇଥିଲା। 

Advertisment
Congress MLA Suresh Routray OPCC Show-Cause Notice
Advertisment
Advertisment