/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730193069.jpg)
Jayanarayan Mishra
ବିଜେଡି ଆଜି ବି ଏକ ନମ୍ବର, ଆଜି ନିର୍ବାଚନ ହେଲେ ବିଜେଡି ୧୪୦ ସିଟ୍ ଜିତିବ । ଏଭଳି ଦମ୍ଭୋକ୍ତି କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ତା ସହ ପ୍ରମିଳା କହିଛନ୍ତି ତାଙ୍କ ଦଳର କେହି ନେତା ବିଷୋଦଗାର କରୁନାହାଁନ୍ତି । ପ୍ରସନ୍ନ ପାଟ୍ଟଶାଣୀ କେବେଠୁ ବିଜେପି ପଳାଇଲେଣି । ବିଜେପି ଆଗେ ତାଙ୍କ ଅବସ୍ଥା ସମ୍ଭାଳନ୍ତୁ । ସେ ଆମ କଥା କ’ଣ କହୁଛନ୍ତି । ସେ ଆଗ ନିଜ ଘର ସମ୍ଭାଳିକି ରଖନ୍ତୁ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି ।
ସେପଟେ ପ୍ରମିଳାଙ୍କୁ କଡ଼ା ଜବାବ ଦେଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ଜୟନାରାୟଣ କହିଛନ୍ତି-ଅମିତ ଶାହାଙ୍କ ଗୋଟିଏ ହ୍ବିସଲରେ ବିଜେଡି ଭାଙ୍ଗିଯିବ । ୧୪୦ କ’ଣ ଆଗ ୪୦ ଆସନ ଜିତି ବିଜେଡି ଦେଖାଉ । ଆମ ଦଳ ଭାଙ୍ଗୁନି ବରଂ ବିଜେଡି ଭାଙ୍ଗୁଛି । ବିଜେଡି ଆଗାମୀ ଦିନରେ ରହିବ କି ନାହିଁ ସେକଥା ଚିନ୍ତା କରନ୍ତୁ । ତାଙ୍କର ୨ ସାଂସଦ ଆସିଲେଣି, ଜିଲ୍ଲାସ୍ତରରେ ଗଣ୍ଡଗୋଳ ଚାଲିଛି । ବିଜେଡିକୁ କିଭଳି ସମ୍ଭାଳି କରି ରଖିବେ ସେକଥା ଚିନ୍ତା କରନ୍ତୁ ।
ବିଜେଡି ଆଜି ବି ଏକ ନମ୍ବର, ଆଜି ନିର୍ବାଚନ ହେଲେ ବିଜେଡି ୧୪୦ ସିଟ୍ ଜିତିବ । ଏଭଳି ଦମ୍ଭୋକ୍ତି କରିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ସେପଟେ ପ୍ରମିଳାଙ୍କୁ କଡ଼ା ଜବାବ ଦେଇ ଜୟନାରାୟଣ କହିଛନ୍ତି-ଅମିତ ଶାହାଙ୍କ ଗୋଟିଏ ହ୍ବିସଲରେ ବିଜେଡି ଭାଙ୍ଗିଯିବ । #PramilaMallick#JayanarayanMishra#BJD#OTVpic.twitter.com/CbmrBm8R9w
— ଓଟିଭି (@otvkhabar) October 29, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)