Advertisment

‘ପାହାଡ଼ରେ ମୁଣ୍ତ ବାଡ଼େଇବା ଯାହା, ବିରୋଧୀ ଦଳ କହୁଥିବା କଥା ତାହା’

ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ବିରୋଧୀଙ୍କ ତମ୍ବିତୋଫାନ ପରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

author-image
Manoranjan Behera
Samir Das

Samir Das

ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ବିରୋଧୀଙ୍କ ତମ୍ବିତୋଫାନ ପରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ବିରୋଧୀଙ୍କୁ ଟାର୍ଗେଟ୍ କରି ମନ୍ତ୍ରୀ କହିଛନ୍ତି, ‘ଶବ ଉପରେ ରାଜନୀତି କରାନଯାଉ । ଆମେ ସମସ୍ତେ ଧର୍ମେନ୍ଦ୍ରଙ୍କ ମୃତ୍ୟୁରେ ଦୁଃଖିତ ଏବଂ ଆମେ ଶୋକ ସଭା ମଧ୍ୟ କରିଛୁ । ଯେଉଁମାନେ ଶବକୁ ନେଇ ରାଜନୀତି କରୁଛନ୍ତି, ଲୋକଙ୍କ ପାଖରେ ଯେଉଁମାନଙ୍କର ସମ୍ପର୍କ ନାହିଁ ଏବଂ ଏତେ ବଡ କରୋନା ସମୟରେ ଯେଉଁମାନଙ୍କର ଦେଖାନଥିଲା, ସେମାନେ କଣ କହୁଛନ୍ତି, ତାଙ୍କ ସହ ଆମର କୌଣସି ସମ୍ପର୍କ ନାହିଁ । ପାହାଡ଼ରେ ମୁଣ୍ଡ ବାଡ଼େଇବା ଯାହା, ବିରୋଧୀ ଦଳ ଯାହା କହୁଛନ୍ତି ତାହା ବୋଲି କହିଛନ୍ତି ମନ୍ତ୍ରୀ ସମୀର ଦାଶ । ନିମାପଡ଼ାରେ ବିଜେଡ଼ି କରୁଥିବା ଜନସମ୍ପର୍କ ପଦଯାତ୍ରା ଅବସରରେ ସେ ଏହି ମତ ଦେଇଛନ୍ତି।

Advertisment

ସେପଟେ ଏହି ମାମଲାରେ ଭାଇରାଲ ଅଡିଓକୁ ନେଇ ପୋଲିସର ଖୋଳତାଡ ଆରମ୍ଭ କରିଛି। କମିଶନରେଟ ପୋଲିସର ନୋଟିସ ପରେ ଭୁବନେଶ୍ୱର ଡିସିପି ଅଫିସରେ ହାଜର ହୋଇଥିଲେ ସାମ୍ବାଦିକ ଅକ୍ଷୟ ନାୟକ। ଭାଇରାଲ ଅଡିଓକୁ ନେଇ ତାଙ୍କୁ ପଚରାଉଚରା କରାଯାଇଛି। କଲ୍ ରେକର୍ଡ ଯାଞ୍ଚ କରିବା ଲାଗି ଅକ୍ଷୟଙ୍କ ମୋବାଇଲ୍ ଫୋନ୍ ଜବତ କରାଯାଇଛି। ତେବେ ସେ ତଦନ୍ତରେ ସଂପୂର୍ଣ୍ଣ ସହଯୋଗ କରିଥିବା ଅକ୍ଷୟ କହିଛନ୍ତି।

ସୂଚନା ଥାଉକି, ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର ଟେଲିଫୋନରେ ଅକ୍ଷୟଙ୍କ ସହ କଥା ହୋଇଥିଲେ। ସେହି ଅଡିଓ ଭାଇରାଲ ହୋଉଛି। ଅଡ଼ିଓରୁ ଜାଣିବାକୁ ମିଳିଛି ଯେ, ଧର୍ମେନ୍ଦ୍ର ଆତ୍ମହତ୍ୟା ପାଇଁ ମନ୍ତ୍ରୀ ସମୀର ଦାସଙ୍କ ସହ ୭ ଜଣଙ୍କୁ ଦାୟୀ କରିଥିଲେ। ଭାଇରାଲ ଅଡିଓକୁ ନେଇ ପୋଲିସ ସାମ୍ବାଦିକ ଅକ୍ଷୟ ନାୟକଙ୍କୁ ନୋଟିସ କରିଥିଲା।

Advertisment
Politics Samir Das Dharmendra Murder Case
Advertisment
Advertisment