• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପୌର ନିର୍ବାଚନରେ ନାମାଙ୍କର ଆଜି ପଞ୍ଚମ ଦିନ । ଆସନ୍ତାକାଲି ସରୁଛି ନାମାଙ୍କନ ପ୍ରକ୍ରିୟା । କାଲି ନାମାଙ୍କନ ଶେଷ ହେଉଥିବାରୁ ଆଜି ଅଧିକାଂଶ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବା ସମ୍ଭାବନା ରହିଛି । ମୁଖ୍ୟତଃ ୩ ପ୍ରମୁଖ ମହାନଗର ନିଗମ ନିର୍ବାଚନକୁ ନେଇ ଚର୍ଚ୍ଚା ଲାଗି ରହିଛି । ଭୁବନେଶ୍ୱର, କଟକ, ବ୍ରହ୍ମପୁର ମହାନଗର ନିଗମ ମେୟର ନିର୍ବାଚନକୁ ନେଇ ଜୋର ଧରିଛି ରାଜନୀତି ।

ଆସନ୍ତାକାଲି ଶେଷ ଦିନ ଥିବାରୁ ଅନ୍ୟ ପୌରାଞ୍ଚଳରେ ମଧ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ଉତ୍ସାହ ରହିଛି । କଟକରେ ବିଭିନ୍ନ ୱାର୍ଡ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ । ପାଟ ପଟୁଆରରେ ଆସି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଏହା ବ୍ୟତିତ ରାଜ୍ୟର ଅନ୍ୟ ସହରରେ ବି ନାମାଙ୍କନ ଦାଖଲ କରିଛନ୍ତି ଅନେକ ପ୍ରାର୍ଥୀ ।

ମହାନଗର ନିର୍ବାଚନକୁ ନେଇ ବଢୁଛି ଟ୍ୱିନ୍‌ସିଟିରେ ରାଜନୀତିର ପାରା। ନାମାଙ୍କନପତ୍ର ଦାଖଲ ଶେଷ ତାରିଖ ଯେତିକି ପାଖୋଉଛି ପ୍ରାର୍ଥୀ ଚୟନ ନେଇ ପଲିଟିକାଲ ପାର୍ଟିଙ୍କ ଅଙ୍କକଷା ସେତେ ବଢୁଛି। ସେପଟେ କଟକ ଦଖଲ ପାଇଁ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଏବେଠୁ ଦେଖାଇଲେଣି ଦମ୍ଭୋକ୍ତି।

ପଞ୍ଚାୟତ ନିର୍ବାଚନରେ ଜବରଦସ୍ତ ପ୍ରଦର୍ଶନ କରିବା ପରେ ବିଜେଡିର ଆତ୍ମବିଶ୍ୱାସ ଏବେ ଆକାଶଛୁଆଁ। ଗତକାଲି ବିଜେଡି ପକ୍ଷରୁ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀଙ୍କ ଜନ୍ମସ୍ଥାନ କଟକରେ ରାଜ୍ୟସଭା ସାଂସଦ ସୁବାସ ସିଂହକୁ କଟକ ମେୟର ପ୍ରାର୍ଥୀ ଘୋଷଣା କରାଯାଇଛି।

ତେବେ ମେୟର ମଇଦାନରେ ସୁଲୋଚନା, ସୁବାସ ଓ ସଂଘମିତ୍ରା । ୩ ମହାନଗର ପାଇଁ ବିଜେଡିର ମେୟର ପ୍ରାର୍ଥୀ ଘୋଷଣା କରିଛି । ଭୁବନେଶ୍ୱର ପାଇଁ ସୁଲୋଚନା ଦାସ, ବ୍ରହ୍ମପୁର ପାଇଁ ସଂଘମିତ୍ରା ଦଳେଇ ଓ କଟକ ପାଇଁ ପ୍ରାର୍ଥୀ ହେବେ ସୁବାସ ସିଂହ ।