Advertisment

୨୦୪୭ ସୁଦ୍ଧା ଦେଢ଼ ଟ୍ରିଲିୟନ୍ ଡଲାର ଅର୍ଥନୀତିରେ ପହଞ୍ଚିବ ଓଡ଼ିଶା

ସବୁ ପ୍ରତିଶ୍ରୁତି ପାଳନ କରିବ ବିଜେପି ସରକାର କହିଲେ ମୁଖ୍ୟମନ୍ତ୍ରୀ । ବିରୋଧୀଙ୍କୁ ପରୋକ୍ଷରେ ବି ତୀର ମାରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

author-image
Satyendu Shekher Mishra
CM Mohan Majhi

CM Mohan Majhi

ଓଡ଼ିଆ ଅସ୍ମିତା ସହିତ ଶିଖର ଛୁଇଁବ ଓଡିଶା ! ଗୋଟି ଗୋଟି ପ୍ରତିଶ୍ରୁତି ପାଳନ କରିବ ବିଜେପି ସରକାର । ଗ୍ରାମାଞ୍ଚଳ ଅର୍ଥନୀତିକୁ ସୁଦୃଢ କରିବା ହେବ ପ୍ରାଥମିକତା । ୨୦୩୬ ସୁଦ୍ଧା ୫୦୦ ବିଲିଅନ ଡଲାର୍ । ୨୦୪୭ ସୁଦ୍ଧା ଦେଢ଼ ଟ୍ରିଲିଅନ୍ ଡଲାର ଅର୍ଥନୀତିରେ ପହଞ୍ଚିବ ଓଡ଼ିଶା..।

Advertisment

ଆଜି ଭୁବନେଶ୍ୱର ମହାତ୍ମା ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସ୍ୱଧୀନତା ଦିବସ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବା ପରେ ଏଭଳି ଅଭିଭାଷଣ ରଖିଛନ୍ତି। କହିଛନ୍ତି- ବଡ଼ ସ୍ୱପ୍ନ ଦେଖାଇବିନି, ଯାହା ପ୍ରତିଶ୍ରୁତି ଦେଇଛି ପାଳନ କରିବି। ଶ୍ରୀମନ୍ଦିର ୪ ଦ୍ୱାର, ରତ୍ନ ଭଣ୍ଡାର ଖୋଲିଛୁ। ଓଡ଼ିଆ ଅସ୍ମିତା ପାଣ୍ଠି କରିଛୁ। ଧାନ କ୍ୱିଣ୍ଟାଲ ୩୧ଶହ ଟଙ୍କା ହେବ, ସେପ୍ଟେମ୍ବର ୧୭ରୁ ସୁଭଦ୍ରା ଯୋଜନା ଲାଗୁ ହେବ। ଏ ଦୁଇଟି ପଦକ୍ଷେପ ଗ୍ରାମାଞ୍ଚଳ ଅର୍ଥନୀତିକୁ ସୁଦୃଢ଼ କରିବ।

ଖାଲି ପଡ଼ିଥିବା ଦେଢ଼ ଲକ୍ଷ ପଦବି ପୂରଣ କରାଯିବ। ଆଗାମୀ ୫ ବର୍ଷରେ ୫୦୦ ଆଦିବାସୀ ଗାଁକୁ ବିକଶିତ କରିବୁ। ଏହି ଲକ୍ଷ୍ୟ ହାସଲ ପାଇଁ ରାଜ୍ୟରେ ଶିଳ୍ପର ବହୁଳ ବିକାଶ କରାଯିବ। ଏଥିଲାଗି ୨୦୩୬ ଓ ୨୦୪୭ ପାଇଁ ଦୁଇଟି ଭିଜନ୍ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଉଛି। ଲୋକଙ୍କ ମତାମତ ପାଇଁ ଏକ ୱେବ୍ ପୋର୍ଟାଲ ପ୍ରସ୍ତୁତ କରାଯାଉଛି। ୧୯୭୫ ଏମର୍ଜେନ୍ସି ସମୟରେ ଜେଲ ଯାଇଥିବା ବ୍ୟକ୍ତିଙ୍କ ପାଇଁ ପେନସନ୍ ଓ ମାଗଣା ବସ୍ ସେବା ବ୍ୟବସ୍ଥା କରାଯିବ।

Advertisment

ଏପଟେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣକୁ ନେଇ ତେଜିଛି ରାଜନୀତି। ବିଜେଡି କହିଛି, ୨୪ ବର୍ଷରେ ନବୀନ ପଟ୍ଟନାୟକ ଯାହା କରିଥିଲେ ବିଜେପି ସରକାର ତାର ନାଁ ବଦଳାଉଛନ୍ତି। ଯେତିକି ପ୍ରତିଶ୍ରୁତି ଦେଇଥିଲେ ତାକୁ ପୂରଣ କରିବାରେ ବିଫଳ ହୋଇଛନ୍ତି। ଯାହାକୁ କାଉଣ୍ଟର କରି ବିଜେପି କହିଛି, ନୂଆ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକୁ ସହିପାରୁନି ବିଜେଡି।

BJP BJD Odisha Politics Congress
Advertisment
Advertisment