• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ଶେଷ ହୋଇଛି । ଆଜି ସକାଳ ୭ଟାରୁ ଭୋଟ ଭୋଟଗ୍ରହଣ ଆରମ୍ଭ ହୋଇଥିଲା । ୫ବର୍ଷ ପରେ ପଂଚାୟତ ପାଇଁ ଭୋଟିଂ ହେଉଥିବାରୁ ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ବୁଥ ଆଗରେ ଭୋଟ ଦେବା ପାଇଁ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ପ୍ରଥମେ ସରପଂଚ, ତାପରେ ଓ୍ୱାର୍ଡମେମ୍ବର, ଏହା ପରେ ପଞ୍ଚାୟତ ସମିତି ସଭ୍ୟ ଓ ଶେଷରେ ଜିଲ୍ଲା ପରିଷଦ ସଦସ୍ୟଙ୍କ ଲାଗି ଉଦ୍ଦିଷ୍ଟ ବାଲାଟ୍ ପେପରରେ ଭୋଟ୍ ଦିଆଯାଇଥିଲା ।

ପ୍ରଥମ ପର୍ଯ୍ୟାୟରେ ୨ଶହ ଜିଲ୍ଲା ପରିଷଦ ଜୋନ ଅଧିନରେ ଆସୁଥିବା ୧ ହଜାର ୬ ଶହ ୬୯ ସରପଞ୍ଚ ଓ ସମାନ ସଂଖ୍ୟକ ସମିତି ସଭ୍ୟ ପଦ ପାଇଁ ଭୋଟ୍ ଗ୍ରହଣ ହୋଇଛି । ସେହିପରି ୨୨ ହଜାର ୩୭୯ ଓ୍ୱାର୍ଡ ସଭ୍ୟ ପାଇଁ ବି ମତଦାନ ହୋଇଛି । ଆଜି ଦିନ ଗୋଟାଏରେ ଭୋଟ ଗ୍ରହଣ ଶେଷ ହୋଇଥିଲେ ମଧ୍ୟ ଯେଉଁ ଭୋଟରମାନେ ମତଦାନ କେନ୍ଦ୍ର ପରିସରରେ ଅଛନ୍ତି, ସେମାନେ ଭୋଟ ଦେଇପାରିବେ । ମତଦାନ ସରିବା ପରେ ବ୍ଲକ ହେଡକ୍ୱାଟରର ଷ୍ଟ୍ରଙ୍ଗ ରୁମରେ ରହିବ ବାଲଟ ବକ୍ସ । ସବୁ ପପର୍ଯ୍ୟାୟ ଭୋଟ ସରିଲେ ୨୬ ତାରିଖରୁ ଭୋଟ ଗଣତି ହେବ ।

ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କେଉଁଠି ନିର୍ବାଚନୀ ହିଂସା ତ କେଉଁଠି ବାଲାଟ ପେପର ନେଇଯାଉଛନ୍ତି ଦେଖିବାକୁ ମିଳିଛି । ପୁରୀ ବ୍ରହ୍ମଗିରି କାଶିଝରିଆ ଗାଁର ୯ ନମ୍ବର ବୁଥରୁ ବାଲଟ ବାକ୍ସ ଉଠାଇ ନେଇ ଦୁର୍ବୃତ୍ତ ଫେରାର । ସେହିପରି ଯାଜପୁର ଜିଲ୍ଲା ସୁଜନପୁର ପଞ୍ଚାୟତରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ହୋଇଛି । ବାଲଟ ପେପର ଓ ମୋହର ନେଇ ଯାଇଛନ୍ତି ଗଣ୍ଡଗୋଳକାରୀ ।

ଅନ୍ୟପଟେ କଟକ ସଦର ଯଶପଡ଼ାରେ ସରପଞ୍ଚ ପ୍ରାର୍ଥୀଙ୍କ ସନ୍ଦେହଜନକ ମୃତ୍ୟୁ ପରେ ମତଦାନ ସ୍ଥଗିତ ରହିଛି । ବରଗଡ଼ ଗୋବିନ୍ଦପୁରର ମଧ୍ୟ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ସ୍ଥଗିତ ରହିଛି ମତଦାନ ।

OTV is now on Whatsapp

Join and get latest news update delivered to you via whatsapp

Join Now