ବଢ଼ୁଛି ବୟସ, ପଡ଼ୁଛି ହାତଗଣ୍ଠି । ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ନେତା ଓ ବିଧାୟକ । ବର୍ତ୍ତମାନ ବିବାହକୁ ନେଇ ଓଡ଼ିଶାର ନେତା ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏଇ ଦୁଇ ଦିନ ତଳେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ବିବାହ କରିଥିବା ବେଳେ ଏବେ ପୁଣି ପଡ଼ିଛି ବିଜେଡି ନେତା ମନ୍ମଥ ରାଉତରାୟଙ୍କ ହାତଗଣ୍ଠି । ରୀତିନୀତି ଅନୁଯାୟୀ ଉଭୟ ସାରଦା ଓ ମନ୍ମଥ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସାରଦା ମାହାଙ୍ଗାର ସ୍ବାଧୀନ ବିଧାୟକ ହୋଇଥିବାବେଳେ ଓଏଏସ୍ ସିପ୍ରା ପ୍ରିୟଦର୍ଶିନୀଙ୍କୁ ସେ ତାଙ୍କ ଜୀବନ ସାଥୀ ଭାବେ ବାଛିଛନ୍ତି । ସେହିଭଳି ମନ୍ମଥ ମଧ୍ୟ ନିଜ ସାତଜନ୍ମର ସାଥୀକୁ ବାଛି ତାଙ୍କ ସିନ୍ଥିରେ ସିନ୍ଦୂର ଭରିଛନ୍ତି ।
ପୂର୍ବରୁ ବିଜେଡି ନେତା ଦିବ୍ୟଶଙ୍କର ମିଶ୍ର ମଧ୍ୟ ଦ୍ବିତୀୟ ବିବାହ କରି ବେଶ୍ ଚାର୍ଚ୍ଚାରେ ରହିଥିଲେ । ସଫ୍ଟୱେର ଇଞ୍ଜିନିୟର ପ୍ରିୟଙ୍କା ଅଗସ୍ତିଙ୍କୁ ଗତ ଦୁଇ ବର୍ଷ ତଳେ ବିବାହ କରିଥିଲେ । ଦିବ୍ୟଶଙ୍କରଙ୍କ ବାହାଘର ବେଳର କିଛି ଫଟୋ ଓ ଭିଡିଓ ଖୁବ୍ ଭାଇରାଲ ହୋଇଥିଲା । ୫୪ ବର୍ଷରେ ତାଙ୍କ ବିବାହକୁ ନେଇ ସବୁଠି ବେଶ୍ ଚର୍ଚ୍ଚା ହୋଇଥିଲା ।
ଅଧିକ ପଢ଼ନ୍ତୁ: କିଏ ସେ ପ୍ରେମିକା, ଯାହା ପାଇଁ ରତନ ପାଲଟିଲେ ଭୀଷ୍ମ ! ଟାଳିଦେଲେ ବିବାହ ବନ୍ଧନ
Also Read
ସେହିପରି ବିଜେଡି ନେତା ବ୍ୟୋମକେଶ ରାୟ ମଧ୍ୟ ଦ୍ବିତୀୟ ବିବାହ କରିଛନ୍ତି । ୨୦୨୧ରେ ଟିଟୁ ବଳଙ୍କ ୫ମ କନ୍ୟା ସାଇଦର୍ଶନୀଙ୍କ ସହ ବିବାହ ହୋଇଥିଲା । ୨୦୨୦ରେ ପ୍ରଥମ ପତ୍ନୀଙ୍କ ଅକସ୍ମାତ୍ ମୃତ୍ୟୁ ପରେ ସେ ପୁଣି ସାଇଦର୍ଶନୀଙ୍କ ପ୍ରେମ କରି ବାହା ହୋଇଥିଲେ ।
ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ମଧ୍ୟ ଦ୍ବିତୀୟ ବିବାହ କରିଛନ୍ତି । ୨୦୨୦ ମାର୍ଚ୍ଚ ୧୧ରେ ପ୍ରୀତିରଞ୍ଜନ ଅଭିନେତ୍ରୀ ଝିଲିକଙ୍କ ମଥାରେ ସିନ୍ଦୂର ଦେଇ ତାଙ୍କୁ ନିଜର ଜୀବନ ସାଥୀ କରିଥିଲେ । କୌଣସି ଚର୍ଚ୍ଚା ନଥାଇ ପ୍ରୀତିରଞ୍ଜନ-ଝିଲିକଙ୍କ ବିବାହ ସେହି ସମୟରେ ସମସ୍ତଙ୍କୁ ଚକିତ କରିଥିଲା ।