/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645414572.jpg)
Odisha Panchayat Elections
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ମତଦାନ ହେବ। ରାଜ୍ୟର ୬୪ଟି ବ୍ଲକ୍ରେ ୧୬୩ ଜିଲ୍ଲା ପରିଷଦ ଜୋନ୍ ଓ ଏହା ଅଧିନରେ ଥିବା ୧୨୫୪ଟି ପଞ୍ଚାୟତରେ ଆସନ୍ତାକାଲି ମତଦାନ ହେବ। ମୋଟ୍ ୫୧ ଲକ୍ଷ ୩୧ ୭୨୭ ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ।
Advertisment
ଏଥିଲାଗି ଗତକାଲିଠାରୁ ବୁଥ୍ ଅଭିମୁଖେ ପୋଲିଂ ପାର୍ଟି ଯାତ୍ରା କରିଛନ୍ତି। କେତେକ ବୁଥ୍ରେ ଆଜି ପୋଲିଂ ପାର୍ଟି ପହଞ୍ଚୁଛନ୍ତି। ତିନିଟି ପର୍ଯ୍ୟାୟ ମତଦାନ ବେଳେ ସାରା ରାଜ୍ୟରେ ହିଂସାକାଣ୍ଡ, ବୁଥ୍ ଜବରଦଖଲ, ରିଂଗିଂ ଭଳି ଘଟଣା ଘଟିଥିବାରୁ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଅଧିକରୁ ଅଧିକ ସୁରକ୍ଷା ବଳ ମୁତୟନ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି।
ବୁଥ୍ ଗୁଡ଼ିକରେ ଶାନ୍ତି ଶୃଙ୍ଖଳାର ସହ ମତଦାନ କରାଇବା ଲାଗି ଆବଶ୍ୟକ ପଦେକ୍ଷେପ ନିଆଯାଇଛି। ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍ ଉପରେ ବିଶେଷ ଧ୍ୟାନ ଦିଆଯାଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)