• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଫେସ୍‌ବୁକ୍‌ରେ ହେବ ଫାଇଟ୍ ହ୍ୱାଟସଆପ୍‌ରେ ଘୁୁରି ବୁଲିବ ଭିଡିଓ ମେସଜ୍ । ଟୁଇଟର ଓ ଇନ୍‌ଷ୍ଟାଗ୍ରାମ୍‌ରେ ହେବ ପ୍ରତିଶ୍ରୁତିର ବର୍ଷା । ଏଥର ପଂଚାୟତ ପୋଲ୍‌ରେ ଭୋଟରଙ୍କ ପାଖରେ ପହଞ୍ଚିବାରେ ମାଧ୍ୟମ ସାଜିବ ଏସବୁ ସୋସିସିଆଲ୍ ମିଡିଆର ପ୍ଲାଟଫର୍ମ । କାରଣ କୋଭିଡ୍ ଯୋଗୁଁ ବ୍ୟାନ୍ ହୋଇଛି ସମାବେଶ, ରୋଡ୍ ସୋ ଓ ସଭାସମିତି । ପ୍ରାର୍ଥୀମାନେ ଡିଜିଟାଲ୍ କ୍ୟାଂପେନ୍ କରିବା ସହିତ ଭର୍ଟୁଆଲ୍ ମିଟିଂ ମାଧ୍ୟମରେ ଭୋଟରଙ୍କ ପାଖରେ ପହଞ୍ଚିବାକୁ କରିବେ ଉଦ୍ୟମ । ଆସିବ ପ୍ରାର୍ଥୀଙ୍କ ଭିଡଓ ବାର୍ତ୍ତା । ଫୋନ୍ କଲ୍‌ରେ ବି ହେବ ଭୋଟ୍ ନିବେଦନ ସବୁ ଦଳ ବି ଡିଜିଟାଲ୍ ମୋଡ୍‌ରେ କ୍ୟାଂପେନିଂ ପାଇଁ ପ୍ରସ୍ତୁତ କରୁଛନ୍ତି ଷ୍ଟ୍ରାଟେଜି ।

ସେପଟେ ପଂଚାୟତ ରଣ ଲାଗି କାଲିଠୁ ବିଜେପି ଅଫିସ୍‌ରେ ଆରମ୍ଭ ହେବ କଣ୍ଟ୍ରୋଲ ରୁମ୍ । ପଂଚାୟତରୁ ଆରମ୍ଭ କରି ବ୍ଲକ୍, ନିର୍ବାଚନ ମଣ୍ଡଳୀ ଓ ଜିଲ୍ଲା ଯାଏଁ ବିଜେପିର ସାଇବର୍ ଆର୍ମି ରହିଛନ୍ତି । ମୋଦି ସରକାରଙ୍କ ସଫଳତାର ବାର୍ତ୍ତା, ରାଜ୍ୟ ସରକାରଙ୍କ ବିଫଳତା ଓ ସ୍ଥାନୀୟ ସମସ୍ୟା ନେଇ ଭିଡଓ ପ୍ରସ୍ତୁତି କରି ଲୋକଙ୍କ ମୋବାଇଲ୍‌କୁ ପଠାଯିବ ।

ଅନ୍ୟପଟେ ୩୫ ହଜାର ବୁଥ୍‌ରେ ସକ୍ରିୟ ଅଛନ୍ତି କଂଗ୍ରେସ୍‌ର ସୋସିଆଲ୍ ମିଡିଆ ସଦସ୍ୟ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ ସହ ଲୋକାଲ୍ ଇସ୍ୟୁକୁ ଫୋକସ୍ କରି ଭିଡିଓ କରିବ ଦଳ । ସେପଟେ ବିଜେଡି ଛାତ୍ର ଓ ଯୁବ ବ୍ରିଗେଡ୍‌କୁ ଡିଜିଟାଲ୍ କ୍ୟାଂପେନ୍‌ରେ ଲଗାଇବ । ବିଭିନ୍ନ ପଂଚାୟତରେ ହ୍ୱାଟସଆପ୍ ଗ୍ରୁପ୍ କରିଛି ଦଳ । ସେଇ ଅନୁସାରେ ଆଗକୁ ବଢ଼ିବ ପ୍ରଚାର । ତାସହ LCD ଲାଗିଥିବା ପ୍ରଚାର ଗାଡ଼ି ଗାଁ ଗାଁରେ ପହଞ୍ଚିବ ।

ମୋବାଇଲ୍ ମେସେଜ୍ ଓ ଭିଡିଓ କଲ୍ ମାଧ୍ୟମରେ ପ୍ରଚାର କରିବାକୁ ଯୋଜନା କରିଛି ଦଳ । ତେବେ ଉପାନ୍ତ ଅଂଚଳରେ ମୋବାଇଲ୍ ନେଟଓ୍ୱର୍କ ଭଲ ନଥିବାରୁ ସେସବୁ ସ୍ଥାନରେ ଡିଜିଟାଲ୍ ପ୍ରଚାର ସମ୍ଭବ ହେବ ନାହିଁ । ତେଣୁ ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ ଉପରେ ବି ରହିବ ଫୋକସ୍ । ଯେଉଁଥିରେ ସର୍ବାଧିକ ୫ ଜଣଙ୍କୁ ନେଇ ପ୍ରଚାର କରିହେବ ବୋଲି ନିର୍ବାନ କମିଶନ କହିଛନ୍ତି ।

ଏପଟେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଆଜି ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ବିଜ୍ଞପ୍ତି । ଓ୍ୱାର୍ଡମେମ୍ବର, ସରପଂଚ ଓ ସମିତି ସଭ୍ୟ ପଦବୀ ଲାଗି ଉଭୟ ପଂଚାୟତ ଓ ବ୍ଲକ ଅଫିସ୍ ଏବଂ ଜିଲ୍ଲା ପରିଷଦ ଜୋନ୍ ଲାଗି ସବ୍-କଲେକ୍ଟର ଅଫିସ୍‌ରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୧୭ରୁ ୨୧ ତାରିଖ ଭିତରେ ନାମାଙ୍କନ ପତ୍ର ଦାଖଲ ହେବ । ଫେବ୍ରୁଆରୀ ୧୬, ୧୮, ୨୦, ୨୨ ଓ ୨୪ରେ ଭୋଟ୍ ନିଆଯାଇ ୨୬, ୨୭ ଓ ୨୮ରେ ଗଣତି କରାଯିବ । ନିର୍ବାଚନ ସୁପରିଚାଳନା ପାଇଁ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କ ସହ ୧୫ ତାରିଖରେ ଭର୍ଚୁଆଲ୍ ମୋଡ୍‌ରେ ବୈଠକ କରିବେ ରାଜ୍ୟ ନିର୍ବାଚନ ଆୟୋଗ । ବିଜ୍ଞପ୍ତି ପ୍ରକାଶ ପାଇଥିବାରୁ ଏଣିକି ସରଗରମ ହେବ ଗାଁ ରାଜନୀତି ।