Advertisment

ନିର୍ବାଚନ ପୂର୍ବରୁ ହିଂସା: ପ୍ରାର୍ଥୀଙ୍କ ମୁଣ୍ଡ ଫଟାଇଲେ, ଘରେ ନିଆଁ ଲଗାଇଲେ...

ଆସନ୍ତାକାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ହେଲେ ତା’ ପୂର୍ବରୁ ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Pre Poll Violence

Pre Poll Violence

ଆସନ୍ତାକାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ହେଲେ ତା’ ପୂର୍ବରୁ ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। କେଉଁଠି ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ କରାଯାଇଛି ତ ଆଉ କେଉଁଠି ଘରେ ନିଆଁ ଲଗାଇ ଦିଆଯାଇଛି। ଆଉ କେଉଁଠି ସଂଘବଦ୍ଧ ଆକ୍ରମଣ ହୋଇଛି।

Advertisment

ବାଲେଶ୍ୱର ଜିଲ୍ଲା କୁମ୍ଭୀରଗଡ଼ି ପଞ୍ଚ।ୟତରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତିରେ ଦୁର୍ଗା ବେଶ୍ରା ଶୋଇ ଥିବାବେଳେ କିଛି ନିର୍ଦ୍ଦିଷ୍ଟ ପାର୍ଟିର ଲୋକେ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ନିଆଁ ଲାଗି ଆସବାବପତ୍ର ସହ ୩ ବଖରା ଘର ପୋଡ଼ି ଯାଇଛି। ସୌଭାଗ୍ୟବଶତଃ, ପରିବାରର ୪ ଜଣ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। 

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ବାସୁଦେବପୁର ଗାଁରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ର୍ନିଦ୍ଦିଷ୍ଟ ଗୋଷ୍ଠୀର ସଂଘବଦ୍ଧ ଆକ୍ରମଣରେ ୨ ମହିଳାଙ୍କ ସମେତ ୭ ଜଣ ଆହତ ହୋଇଛନ୍ତି। ସୋମବାର ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ସରପଞ୍ଚ ପ୍ରାର୍ଥୀ ରବିନାରାୟଣ ପାଢୀଙ୍କ ନିର୍ବାଚନ ପ୍ରଚାର ଶୋଭାଯାତ୍ରା ବେଳେ ଅନ୍ୟ ଗୋଷ୍ଠୀର କିଛି ବ୍ୟକ୍ତି ଠେଙ୍ଗା, ଖଣ୍ଡା, କାତି ଭଳି ମାରଣାସ୍ତ୍ର ଧରି ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।  

Advertisment

ଆହତମାନେ ହେଲେ- କେ. କିଶୋର କୁମାର, କାଳିଆ ସେଠୀ, କେ. ଶିବରାମ, ଲଣ୍ଡା ମଳିକ, ଦିବ୍ୟସିଂହ ରେଡ୍ଡୀ, ବି. ପୁନି ରେଡ୍ଡୀ ଏବଂ ଏ. ଗାଉରୁ। ଖବର ପାଇ ଦିଗପହଣ୍ଡି ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ ତଦନ୍ତ ଚଳାଇଛନ୍ତି। ଘଟଣାକୁ ନେଇ ଦିଗପହଣ୍ଡି ଥାନାରେ ଅଭିଯୁକ୍ତଙ୍କ ନାଁରେ ଏତଲା ଦିଆଯାଇଛି। 

ସେହିପରି ପୁରୀ ଜିଲ୍ଲା ପିପିଲିରେ ମଧ୍ୟ ନିର୍ବାଚନ ପୂର୍ବରୁ ହିଂସା ଦେଖିବାକୁ ମିଳିଛି। ବିଜେଡି ୨୪ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ଧରଣୀଧର ସାହୁଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି l ପୋଟଳ ଗାଁରେ ପ୍ରଚାର କରୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଧରଣୀ ଧର ଅଭିଯୋଗ କରିଛନ୍ତି I ତାଙ୍କୁ ଆକ୍ରମଣ ପ୍ରତିବାଦରେ ବିଜୁ ଜନତା ଦଳର କର୍ମୀମାନେ କିଛି ସମୟ ପାଇଁ ପୁରୀ-ଭୁବନେଶ୍ୱର ରାଜପଥକୁ ତେଇଶିପୁର ବଜାରଠାରେ ଅବରୋଧ କରିଥିଲେI ଖବର ପାଇ ପିପିଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା। 

Odisha Panchayat Polls Pre-poll Violence Odisha Panchayat Elections
Advertisment
Advertisment