Advertisment

ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଏକାଧିକ ପ୍ରାର୍ଥୀଙ୍କ ସପକ୍ଷରେ ମୋହର ବାଜିଥିଲେ ନାକଚ ହେବ ଭୋଟ୍‌

ବାଲଟ ପେପରରେ ଏକାଧିକ ପ୍ରାର୍ଥୀଙ୍କ ଚିହ୍ନ କିମ୍ବା ନାଁ ଉପରେ ମୋହର ବାଜିଥିଲେ ସେହି ଭୋଟ୍‌କୁ ଅବୈଧ ଘୋଷଣା କରାଯିବ। ଭୋଟ୍ ଦେବାବେଳେ ଯଦି ଜଣେ ଭୋଟର ଛିଡ଼ା ହୋଇଥିବା ପ୍ରାର୍ଥୀଙ୍କ ଚିହ୍ନରେ ମୋହର ମାରିବା ସହିତ ପୂର୍ବରୁ ଭଙ୍ଗା ଯାଇଥିବା ଚିହ୍ନ ଉପରେ ମୋହର ମାରନ୍ତି, ତା ହେଲେ ଭୋଟରଙ୍କ ଉଦ୍ଦେଶ୍ୟକୁ ସ୍ପଷ୍ଟ ବୋଲି ବୁଝାଯିବ।

author-image
Rajalaxmi Sahoo
Voting

Voting

ପଞ୍ଚାୟତ ନିର୍ବାଚନରେ ଭୋଟ୍ ବୈଧ ରଖାଯିବା ନେଇ ଜିଲ୍ଲାପାଳମାନଙ୍କୁ ନିର୍ବାଚନ କମିଶନ ଚିଠି ଲେଖିଛନ୍ତି। କେଉଁଭଳି ସ୍ଥିତିରେ ଭୋଟ୍‌କୁ ବୈଧ ଘୋଷଣା କରାଯିବ ସେନେଇ ଏଥିରେ ସ୍ପଷ୍ଟୀକରଣ ଦିଆଯାଇଛି।

Advertisment

ବାଲଟ ପେପରରେ ଏକାଧିକ ପ୍ରାର୍ଥୀଙ୍କ ଚିହ୍ନ କିମ୍ବା ନାଁ ଉପରେ ମୋହର ବାଜିଥିଲେ ସେହି ଭୋଟ୍‌କୁ ଅବୈଧ ଘୋଷଣା କରାଯିବ। ଯେତେ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି, ତା’ଠାରୁ ଅଧିକ ଚିହ୍ନ ବାଲଟ ପେପରରେ ଥିଲେ ସେ କ୍ଷେତ୍ରରେ ଅଧିକ ଚିହ୍ନକୁ ପୋଲିଂ ଅଫିସରମାନେ ପୂର୍ବରୁ ଭାଙ୍ଗ ପକାଇ ଦେଇଥିବେ।

ତେବେ ଭୋଟ୍ ଦେବାବେଳେ ଯଦି ଜଣେ ଭୋଟର ଛିଡ଼ା ହୋଇଥିବା ପ୍ରାର୍ଥୀଙ୍କ ଚିହ୍ନରେ ମୋହର ମାରିବା ସହିତ ପୂର୍ବରୁ ଭଙ୍ଗା ଯାଇଥିବା ଚିହ୍ନ ଉପରେ ମୋହର ମାରନ୍ତି, ତା ହେଲେ ଭୋଟରଙ୍କ ଉଦ୍ଦେଶ୍ୟକୁ ସ୍ପଷ୍ଟ ବୋଲି ବୁଝାଯିବ। ଆଉ ସେହି ଭୋଟ୍‌ଟି ବୈଧ ଘୋଷଣା କରାଯିବ ଅର୍ଥାତ୍‌ ଛିଡ଼ା ହୋଇଥିବା ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍‌ଟି ଯାଇଥିବା ବିବେଚନା କରାଯିବ। 

Advertisment

ଅନ୍ୟପକ୍ଷେ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ କଟକ କମିଶନରେଟ ପୋଲିସ ପକ୍ଷରୁ ବୈଠକ ଆରମ୍ଭ ହୋଇଛି। କଟକ ଡିସିପିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ପୋଲିସ କର୍ମଚାରୀ ସାମିଲ ହୋଇଥିଲେ। ନିର୍ବାଚନ ବେଳେ ପୋଲିସ କର୍ମଚାରୀ କିପରି ପୋଲିଂ ବୁଥ୍‌ରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବେ ସେ ଉପରେ ଆଲୋଚନା କରାଯାଇଥିଲା।

କଟକ କମିଶନରେଟ ପୋଲିସ ଅଧିନରେ ଥିବା ଚାଉଳିଆଗଞ୍ଜ, କଟକ ସଦର, ଚୌଦ୍ୱାର, ବାରଙ୍ଗ, ବୟାଳିଶମୌଜା, କନ୍ଦରପୁର ଓ ଜଗତପୁର ଆଦି ୭ଟି ଥାନା ଅଧୀନରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି। ଏହି ର୍ନିବାଚନରେ ମୋଟ ୮ ପ୍ଲାଟୁନ ପୋଲିସ ଫୋର୍ସ, ୨୦୦ ଜଣ ହୋମ୍‌ଗାର୍ଡ, ୨୨୦ ଜଣ ଏପିଆର ପୋଲିସ ସହ ବହୁ ପୋଲିସ ଅଧିକାରୀ ନିୟୋଜିତ ହେବେ।  ଏହାସହ ମୋବାଇଲ୍ ପାଟ୍ରୋଲିଂ ଓ ଷ୍ଟ୍ରାଇକିଂ ଫୋର୍ସ ମଧ୍ୟ ମୁତୟନ ହେବେ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି।

Odisha Panchayat Polls Odisha Panchayat Elections
Advertisment
Advertisment