Advertisment

ପଞ୍ଚାୟତ ନିର୍ବାଚନ: ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ମତଦାନ

ଆସନ୍ତାକାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ହେବ।  ଆସନ୍ତାକାଲି ସକାଳ ୭ଟାରୁ ଦିନ ୧ଟା ପଯର୍ୟନ୍ତ ଭୋଟ୍‌ ଗ୍ରହଣ ହେବ।

author-image
Rajalaxmi Sahoo
Voting For First Phase Tomorrow

Voting For First Phase Tomorrow

ଆସନ୍ତାକାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ହେବ।  ୭୧ଟି ବ୍ଲକ୍‌ର ୨୦୦ ଜିଲ୍ଲା ପରିଷଦ ଜୋନ୍, ୧ ହଜାର ୬୬୯ ପଞ୍ଚାୟତ ଏବଂ ୨୨ହଜାର ୩୭୯ ଓ୍ୱାର୍ଡରେ ହେବ ମତଦାନ ହେବ। ମୋଟ୍ ୬୭ ଲକ୍ଷ ୫୧ ହଜାର ଭୋଟର ମତ ସାବ୍ୟସ୍ତ କରିବେ।

Advertisment

ଆସନ୍ତାକାଲି ସକାଳ ୭ଟାରୁ ଦିନ ୧ଟା ପଯର୍ୟନ୍ତ ଭୋଟ୍‌ ଗ୍ରହଣ ହେବ। ଗତକାଲି ୧୧ଟି ଜିଲ୍ଲାକୁ ପୁଲିଂ ପାର୍ଟି ଯାଇସାରିଥିବା ବେଳେ ଆଜି ୧୯ଟି ଜିଲ୍ଲାକୁ ପୁଲିଂ ପାର୍ଟି ଯିବେ। ବିଭିନ୍ନ ବ୍ଲକ୍ ହେଡ୍‌କ୍ୱାର୍ଟର୍ସରୁ ବୁଥ୍ ଅଭିମୁଖେ ବାହାରିବେ ପୋଲିଂ ପାର୍ଟି। ବାଲାଟ୍ ବକ୍ସ, ବାଲାଟ୍ ପେପର୍ ଓ ଅନ୍ୟାନ୍ୟ ସାମଗ୍ରୀ ଧରି ମତଦାନ କେନ୍ଦ୍ରରେ ପହଞ୍ଚିବେ।

ଗତକାଲି ୧୧ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ରାୟଗଡ଼ା ଓ କୋରାପୁଟର ବିଭିନ୍ନ ମତଦାନ କେନ୍ଦ୍ରକୁ ପୋଲିଂ ପାର୍ଟି ଯାଇଛନ୍ତି। ମାଓ ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ଶାନ୍ତିଶୃଙ୍ଖଳାର ସହ ଭୋଟ୍ ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । 

Advertisment

ପଞ୍ଚାୟତ ନିର୍ବାଚନ ଲାଗି ପୁରୀ କୃଷ୍ଣପ୍ରସାଦ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତାକାଲି ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବ୍ଲକରେ ୫୪୬ ଜଣ ପୋଲିଂ ପାର୍ଟି ପହଞ୍ଚିଛନ୍ତି। ସମସ୍ତ ପୋଲିଂ ଅଧିକାରୀ ନିଜ ନିଜ ବାଲାଟ୍ ବକ୍ସ ସହ ନିର୍ଦ୍ଧାରିତ ବୁଥ୍ ଅଭିମୁଖେ ବାହାରିଛନ୍ତି। 

Odisha Panchayat Polls Odisha Panchayat Elections
Advertisment
Advertisment