• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଚା’ ଦୋକାନୀରୁ ପାଲଟିଲେ ସରପଞ୍ଚ । ସୁବର୍ଣ୍ଣପୁର ଜିଲ୍ଲାରୁ ସାମ୍ନାକୁ ଆସିଛି ଏହି ସଂଘର୍ଷମୟ କାହାଣୀ । ଜଣେ ଚା’ ଦୋକାନୀ ନିର୍ବାଚନ ଲଢ଼ି ସମାଜରେ କିପରି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ତାହା ଏଠାରେ ଦେଖିବାକୁ ମିଳିଛି । ତାଙ୍କର ଏହି ସଫଳତା ଅନ୍ୟମାନଙ୍କ ପାଇଁ କେବଳ ଏକ ପ୍ରେରଣା ସାଜିଛି ତାହା ନୁହେଁ ବରଂ ନିଜ ମନୋବଳକୁ ଦୃଢ଼ ରଖି ଜୀବନର ପ୍ରତିଟି ଲଢ଼େଇକୁ କିପରି ସାମ୍ନା କରିହେବ ତାହା ମଧ୍ୟ ଦର୍ଶାଇଛନ୍ତି ।

ସୁବର୍ଣ୍ଣପୁର ଜିଲ୍ଲା ଡୁଗୁଂରିପାଲି ବ୍ଲକ ପଣ୍ଡକିଟାଲ-ନାଇକେନପାଲି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଗୋବିନ୍ଦ ସେଠ୍ ମୋଟ ୬୨୬ ଖଣ୍ଡ ଭୋଟ ଅଧିକ ପାଇଁ ନିଜର ପ୍ରତିଦ୍ୱନ୍ଦୀଙ୍କୁ  ନିର୍ବାଚନରେ ହରାଇଛନ୍ତି । ଉଭୟଙ୍କ ମଧ୍ୟରେ କଡା ଟକ୍କ୍‌ର ଥିଲା କିନ୍ତୁ ୭ ଜଣ ପ୍ରାର୍ଥୀଙ୍କୁ ହରାଇ ଗୋବିନ୍ଦ ସେଠ୍ ବାଜିମାରି ନେଇଛନ୍ତି ।

ବିନା ଅର୍ଥ ବଳରେ ସେ ନିର୍ବାଚନୀ ବୈତରଣୀ ପାର ହୋଇଛନ୍ତି । ଦିନେ ଗାଁର ରାସ୍ତା କଡରେ ଚା’ ବିକ୍ରି କରୁଥିଲେ ଏବେ ସେ ଗାଁର ପ୍ରତିନିଧି । ଚା’ ଦୋକାନ କରି ପରିବାର ପେଟ ପୋଷୁଥିବା ଗୋବିନ୍ଦ ସରପଞ୍ଚ ଭାବରେ ନିର୍ବାଚିତ ହୋଇଛନ୍ତି ।

ଚା ଦୋକାନୀ ଗୋବିନ୍ଦ ବିଜୟ ହାସଲ କରିବା ପରେ ନିଜ ଗାଁ ପଣ୍ଡକିଟାଲରେ ବାଣ ଫୁଟାଇବା ସହ ବ୍ୟାଣ୍ଡ ବାଜା ବଜାଇ ବିଜୟ ଶୋଭାଯାତ୍ରା କରିଥିଲେ । ତାହା ପୁଣି ନିଜର ସମର୍ଥକମାନଙ୍କ ସହଯୋଗରେ । ତାଙ୍କର ଲୋକ ସଂପର୍କ ହିଁ ତାଙ୍କୁ ସଫଳତା ଆଣିଦେଇଛି ।   ଏହି ଗାଁରେ ଏକପ୍ରକାରର ଖୁସିର ମାହୋଲ ଖେଳିଯାଇଛି ।