/odishatv-khabar/media/post_attachments/uploadimage/library/16_9/16_9_0/5T_1678895657.jpg)
5T
ବିଜେପି ଟାର୍ଗେଟରେ 5T । ମୁହାଁମୁହିଁ ବିଜେପି-ବିଜେଡି । ଲଗାତାର ତିନି ଦିନ ପ୍ରଶ୍ନବାଣରେ ସରକାରଙ୍କୁ ଘାଇଲା କଲେ ବିରୋଧୀ ଦଳ ନେତା। ବିରୋଧୀ ଦଳ ନେତା ଆଜି ପୁଣି ଏହି ପ୍ରସଙ୍ଗ ଉଠାଇ 5T କେମିତି ସବୁ ବିଭାଗର ମାଲିକ ହୋଇଯାଉଛନ୍ତି ଓ ସେ କାହା ପାଖରେ ଉତ୍ତରଦାୟୀ, ବୋଲି ପ୍ରଶ୍ନ କରିଛନ୍ତି।
ସେପଟେ ବିଜେଡି ଏହାକୁ କାଉଣ୍ଟର କରି କହିଛି, ବିରୋଧୀ ଦଳ ନେତାଙ୍କୁ 5T କଥା କାହିଁକି ବାଧୁଛି, ଏହି ଭୂତ ସେ ଝାଡ଼ି ଦିଅନ୍ତୁ । ଅନ୍ୟପକ୍ଷରେ ବିଜେଡି 5Tକୁ ସମର୍ଥନ କରିବା ଲାଗି ନିଜର ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ସବୁ ପ୍ରକାର ପ୍ରଚେଷ୍ଟା ଚଳାଇଛି।....
ଲଗାତାର ଭାବେ ଫାଇଭ୍ ଟିକୁ ନିଶାନା କରି ଗୋଟିଏ ପରେ ଗୋଟିଏସାଙ୍ଘାତିକ ଅଭିଯୋଗ କରିଛନ୍ତି ଜୟନାରାୟଣ। ଆଜି ବିଧାନସଭା ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଜୟନାରାୟଣ କହିଛନ୍ତି, ଯଦି ଫାଇଭ-ଟି ଏକ ବିଚାରଧାରା ତେବେ ତାହା ବିଚାରଧାରାରେ ରହୁ। ସବୁ ବିଭାଗର ମାଲିକ ଫାଇଭ୍- ଟି କେମିତି ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ସମସ୍ତେ ସମସ୍ତଙ୍କ ନିକଟରେ ଉତ୍ତରଦାୟୀ, ତେବେ 5T କାହା ପାଖରେ ଉତ୍ତରଦାୟ ?
5T କଣ ସବୁଠୁ ଉପରେ କି ବୋଲି ପ୍ରଶ୍ନ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ନେତା ।.. ଗୃହ ଭିତରେ ଏସବୁର ଜବାବ ରଖିଥିଲା ବିଜେଡି। 5T ଏକ ମଡେଲ୍, ଶାସନ ପ୍ରଶାସନକୁ ଚଂଳଚଂଚଳ କରିବା ହେଉଛି 5T। 5T ସଚିବ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ କାମ କରୁଛନ୍ତି, ତେଣୁ ବିରୋଧୀ ଦଳ ନେତାଙ୍କୁ 5T ଭୂତ ଲାଗିଛି। ପ୍ରଧାନମନ୍ତ୍ରୀଙ୍କ ଅଫିସ୍ ବି କେନ୍ଦ୍ରରେ ବିଭିନ୍ନ ବିଭାଗର କାମକୁ ତଦାରଖ କରୁଛି ବୋଲି କହିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ ।
ନବୀନ ସରକାରଙ୍କ ପଞ୍ଚମ ପାଳିରେ 5Tକୁ ବିଜେଡି ସରକାର ବହୁଳ ପ୍ରଚାର ପ୍ରସାର କରୁଥିବା ଦେଖିବାକୁ ମିଳିଛି। ଖୋଦ୍ 5T ସଚିବ ଭି. କେ. ପାଣ୍ଡିୟାନ୍ ବିଭିନ୍ନ ଜିଲ୍ଲା ଓ ବ୍ଲକ୍ ବୁଲି ବିକାଶମୂଳକ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରୁଛନ୍ତି। ସବୁ ବିୁଭାଗରେ 5T ବ୍ୟବସ୍ଥା ଲାଗୁ ହେଉଛି। ଏହା ଏକ ବିକଳ୍ପ କ୍ଷମତା କେନ୍ଦ୍ର ପାଲଟିଥିବା ଚର୍ଚ୍ଚା ହେଉଥିବା ବେଳେ ଏ ସଂପର୍କରେ କେହି କିଛି କହିଲେ ବିଜେଡି ପୁରା ଚିହିଁକି ଉଠୁଥିବା ଦେଖିବାକୁ ମିଳୁଛି ।
ଅଭିଯୋଗ ଆସିବା ମାତ୍ରେ ଜୋରଦାର କାଉଣ୍ଟର କରୁଛି । କେବଳ ସେତିକି ନୁହେଁ ସୋସିଆଲ୍ ମିଡିଆରେ ମଧ୍ୟ 5Tର ଗୁଣଗାନ କରାଯାଉଛି । ଯେମିତି 5T କନସେପ୍ଟକୁ ନେଇ କୌଣସି ନକରାତ୍ମକ ବାର୍ତ୍ତା ନଯାଏ, ସେଥିପାଇଁ ବିଜେଡି ଭରପୁର ପ୍ରୟାସ କରୁଥିବା ଚର୍ଚ୍ଚା ହେଉଛି ।
ରାଜ୍ୟ ରାଜନୀତିର ପଶାପାଲିରେ 5T ବିବାଦ ଏବେ ଏକ ବଡ଼ ପ୍ରସଙ୍ଗ ଭାବେ ଉଭା ହୋଇଛି। ଶାସନ ପ୍ରଶାସନର କ୍ଷମତା କେନ୍ଦ୍ର କୁହାଯାଉଥିବା 5T ସଚିବଙ୍କୁ କଡା ସମାଲୋଚନା ହେବାପରେ ବିଜେଡି ଅକଳରେ ପଡ଼ିଛି । ଏହାକୁ କେମିତି କାଉଣ୍ଟର କରାଯିବ, ତାହା ଦଳ ପାଇଁ ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ।....
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)