• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପୌର ନିର୍ବାଚନରେ ନାମାଙ୍କନ ଦାଖଲର ଆଜି ଦ୍ୱିତୀୟ ଦିନ । ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ପୌର ନିର୍ବାଚନକୁ ନେଇ ଉତ୍ସାହିତ ଅଛନ୍ତି । ଭୁବନେଶ୍ୱର ମହାନଗର ନିଗମ ମେୟର ନିର୍ବାଚନରେ କେଉଁ ଦଳ କାହାକୁ ପ୍ରାର୍ଥୀ କରିବେ ଏହାକୁ ନେଇ ସସପେନ୍ସ ଲାଗି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ବିଜେଡି, ବିଜେପି ଓ କଂଗ୍ରେସ ମେୟର ଲାଗି ପ୍ରାର୍ଥୀ ଘୋଷଣା କରିନାହାଁନ୍ତି ।

ଭୁବନେଶ୍ୱର ମେୟର ପଦବୀ ମହିଳା ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଥିବାବେଳେ କଟକ ମହାନଗର ନିଗମ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ମେୟର ଭାବେ ପ୍ରାର୍ଥୀ ଗିରିବାଳା ବେହେରାଙ୍କୁ କଂଗ୍ରେସ ଚୟନ କରିଛି । କଟକରେ କଂଗ୍ରେସ ଓ କମ୍ୟୁନିଷ୍ଟ ମେଣ୍ଟ କରି ଲଢିବାକୁ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ଘୋଷଣା କରିଛନ୍ତି ।

ସେହିପରି, ବ୍ରହ୍ମପୁର ମହାନଗର ନିଗମ ମେୟର ପାଇଁ ମଧ୍ୟ କୌଣସି ଦଳ ପ୍ରାର୍ଥୀ ଘୋଷଣା କରାଯାଇନାହିଁ ।

ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଏହି ନାମାଙ୍କନ ପ୍ରକ୍ରିୟା ଚାଲିବ । ନୋମିନେସନ ଦାଖଲ ପରେ ଆସନ୍ତା ୯ ରେ ଯାଞ୍ଚ ଓ ୧୪ରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଏଥର ପ୍ରାର୍ଥୀମାନେ ସତ୍ୟପାଠରେ ଶିକ୍ଷାଗତ ଯୋଗ୍ୟତା, ସଂପତ୍ତି ତାଲିକା ଓ ଅପରାଧିକ ମାମଲାର ବିବରଣୀ ଦେବାକୁ ବାଧ୍ୟ ।

ସୂଚନା ଅନୁସାରେ, ପ୍ରଥମ ଥର ପାଇଁ ପୌର ନିର୍ବାଚନରେ ନୋଟା ବିକଳ୍ପ ରହିବ। ଏପ୍ରିଲ ୭ରେ ପୌର ଉପାଧ୍ୟକ୍ଷ, ୮ରେ ଡେପୁଟି ମେୟର ନିର୍ବାଚନ ହେବ। ୧୦୬ NAC/ମ୍ୟୁନିସିପାଲିଟି ଓ ୩ଟି ମହାନଗରରେ ନିର୍ବାଚନ ହେବ। ଅଦାଲତି ମାମଲା ପାଇଁ ପୁରୀ ମ୍ୟୁନିସିପାଲିଟିରେ ନିର୍ବାଚନ ହେବ ନାହିଁ। ଅବଧି ସରିବାର ୩ ବର୍ଷ ପରେ ପୌର ନିର୍ବାଚନ ହେଉଛି। ତେବେ ସିଟ୍‌ ରିଜରଭେସନ୍‌ ନେଇ ହୋଇଥିବା ବିବାଦରୁ ନିର୍ବାଚନରେ ବିଳମ୍ବ ହୋଇଥିଲା।