Advertisment

''ମୋ ମନ ଖୁସି ବୋଲି ମୁଁ ଏବେ ବି Young''

ଜଟଣୀ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟଙ୍କର ଆଜି ଜନ୍ମଦିନ। ୭୯ ବର୍ଷରେ ଆଜି ସେ ପାଦ ଥାପିଛନ୍ତି। ସୁରଙ୍କ ଜନ୍ମଦିନରେ ତାଙ୍କ ବାସଭବନ ପହଞ୍ଚି ଅଭିନନ୍ଦନ ଜଣାଇଛନ୍ତି ପ୍ରଂଶସକ ଓ କଂଗ୍ରେସ କର୍ମୀ।

author-image
Manoranjan Behera
Sura Routray Birthday

Sura Routray Birthday

ଜଟଣୀ ବିଧାୟକ ତଥା ସୋସିଆଲ ମିଡିଆ ସେନସେସନ୍ ସୁର ରାଉତରାୟଙ୍କ ଆଜି ଜନ୍ମଦିନ । ୭୯ ବର୍ଷରେ ପାଦ ଥାପିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ । ସୁରଙ୍କ ଜନ୍ମଦିନରେ ତାଙ୍କ ବାସଭବନ ପହଞ୍ଚି ଅଭିନନ୍ଦନ ଜଣାଇଛନ୍ତି ହଜାର ହଜାର ପ୍ରଂଶସକ ଓ କଂଗ୍ରେସ କର୍ମୀ । ନିଜ ବିନ୍ଦାସ ଅନ୍ଦାଜ ଓ କୌତୁକିଆ କଥାବାର୍ତ୍ତା ପାଇଁ ଲୋକ ସୁରଙ୍କୁ ବେଶ ପ୍ରଶଂସା କରନ୍ତି ।

Advertisment

୧୯୪୫ ମସିହା ସେପ୍ଟେମ୍ବର ୧୧ରେ ଜନ୍ମଗ୍ରହଣ କରିଥିଲେ ସୁର । ୧୯୭୭ରେ ପ୍ରଥମ ଥର ପାଇଁ ସେ ଜନତା ଦଳ ଟିକଟରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ କଂଗ୍ରେସ ଟିକଟରୁ ୧୯୮୦, ୧୯୮୫, ୧୯୯୫ , ୨୦୦୦ ଏବଂ ୨୦୧୯ରେ ସେ କଂଗ୍ରେସ ଟିକେଟରେ ନିର୍ବାଚିତ ହୋଇଛନ୍ତି । କଂଗ୍ରେସ ସରକାରରେ ସେ ମନ୍ତ୍ରୀ ଭାବେ ମଧ୍ୟ କାମ କରିସାରିଛନ୍ତି ।

ମାଡ଼ି ଚାଲ କହି କର୍ମୀ ଓ ସମର୍ଥକଙ୍କୁ ଉତ୍ସାହିତ କରନ୍ତି ସୁର। ମିଡିଆ ଡାର୍ଲିଂ ଭାବେ ପରିଚିତ ସୁରଙ୍କୁ ଆପଣ ସର୍ବଦା ଟିଭିରେ ଦେଖିଥିବେ। ଯାହା କୁହନ୍ତି ଏକଦମ ସିଧା ଓ ରୋକଠୋକ। ସେ ଭାରି ମନମତାଣିଆ ମଧ୍ୟ । ବୟସାଧିକ୍ୟ ସତ୍ତ୍ୱେ ରାଜନୀତିରେ ସେ ଯେମିତି ଚଳଚଞ୍ଚଳ ନିଜ ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ସେ ଫିଟ୍‌। ବାର୍ଦ୍ଧକ୍ୟ ତାଙ୍କୁ ଛୁଇଁଥିଲେ ବି ସେ ନିଜକୁ ଯୁବକ ଭଳି ସୁସ୍ଥ ରଖିଛନ୍ତି।

Advertisment

ସୁରଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ । ସେ ପଖାଳ ସାଙ୍ଗକୁ ମାଛ ଭଜା, କଖାରୁ ଫୁଲ ଭଜା, ଚୁନା ମାଛ, ଛତୁ ଭଜା, ଶାଗ ଭଜା, ଭେଣ୍ତି ଭଜା, ବାଇଗଣ ଭରତା ଆଦି ଖାଇବାକୁ ବେଶ୍‌ ଭଲ ପାଆନ୍ତି । ସେ ନିଜ ସମର୍ଥକଙ୍କୁ ମଧ୍ୟ ତେଲ ମସଲା ଖାଦ୍ୟ ନଖାଇ ଏହି ଦେଶୀ ଖାଦ୍ୟ ଖାଇବାକୁ ପରାମର୍ଶ ଦିଅନ୍ତି ।

ସୁରଙ୍କ ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି। ତାଙ୍କର ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ଆମେରିକାର ଏକ ବଡ଼ ଫାର୍ମ ଡାଇରେକ୍ଟର ଅଛନ୍ତି। ତାଙ୍କର ସାନପୁଅ ମନ୍ମଥ ରାଉତରାୟ ଏୟାର ଇଣ୍ଡିଆର କ୍ୟାପଟେନ ଅଛନ୍ତି।

Sura Routray Birthday
Advertisment
Advertisment