ଭୁବନେଶ୍ୱରରେ ରିଂ ରୋଡ୍, ପାରାଦୀପରେ ଏୟାରପୋର୍ଟ; ଓଡ଼ିଶା ପାଇଁ ଗଡ଼କରୀଙ୍କ ବ୍ୟାପକ ଘୋଷଣା

ଓଡ଼ିଶା ପାଇଁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା । ପୁରୀ କୃଷ୍ଣପ୍ରସାଦ ସଭାରେ ଓଡ଼ିଶା ପାଇଁ ବ୍ୟାପକ ଘୋଷଣା କରିଛନ୍ତି ଗଡ଼କରୀ । ଭୁବନେଶ୍ୱରରେ ହେବ ୧୧୧ କିଲୋମିଟରର ରିଂ ରୋଡ୍ । ରିଂ ରୋଡ୍ ୬ ଲେନ୍ ବିଶିଷ୍ଟ ହେବ । ଏଥିଲାଗି ଖର୍ଚ୍ଚ ହେବ ୬ ହଜାର ୫୦୦ କୋଟି ଟଙ୍କା ।

Nitin Gadkari

ଓଡ଼ିଶା ପାଇଁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା । ପୁରୀ କୃଷ୍ଣପ୍ରସାଦ ସଭାରେ ଓଡ଼ିଶା ପାଇଁ ବ୍ୟାପକ ଘୋଷଣା କରିଛନ୍ତି ଗଡ଼କରୀ । ଭୁବନେଶ୍ୱରରେ ହେବ ୧୧୧ କିଲୋମିଟରର ରିଂ ରୋଡ୍ । ରିଂ ରୋଡ୍ ୬ ଲେନ୍ ବିଶିଷ୍ଟ ହେବ । ଏଥିଲାଗି ଖର୍ଚ୍ଚ ହେବ ୬ ହଜାର ୫୦୦ କୋଟି ଟଙ୍କା । ରିଂ ରୋଡ୍ କାମ ଆସନ୍ତା ଅକ୍ଟୋବରରୁ ଆରମ୍ଭ ହେବ । ରିଂ ରୋଡ୍ ଦ୍ୱାରା କଟକ-ଭୁବନେଶ୍ୱର-ଖୋର୍ଦ୍ଧା ଯାତାୟାତ ସହଜ ହେବ ବୋଲି ଗଡକରୀ କହିଛନ୍ତି ।

ସେହିପରି ଚିଲିକା ଉପରେ ପୋଲ ନିର୍ମାଣ ନେଇ ଗଡ଼କରୀ ବଡ଼ ଘୋଷଣା କରିଛନ୍ତି । ଟାଙ୍ଗୀ-ଦୀଘା ରାସ୍ତାରେ ପୋଲ ହେବ ଏବଂ ଦୁଇ ଏନ୍ ଏଚ୍ କୁ ସଂଯୋଗ କରିବ । ୨ଟି ପୋଲ ହେବ, ଗୋଟିଏ ୧ କିମି ଓ ଅନ୍ୟଟି ଅଢ଼େଇ କିମି ବିଶିଷ୍ଟ ହେବ । ୨ ଲେନ୍ ବିଶିଷ୍ଟ ହେବ ଉଭୟ ପୋଲ । ଏଥିଲାଗି ଡିପିଆର୍ ପ୍ରସ୍ତୁତି ଚାଲିଛି । ରାମେଶ୍ୱର-ପୁରୀ-କୋଣାର୍କ-ଦୀଘା ୪ ଲେନ୍ ରାସ୍ତା ହେବ ।

ଅଧିକ ପଢ଼ନ୍ତୁ: ଓଡ଼ିଶା ନିର୍ବାଚନ ୨୦୨୪: ଆପଣ ଜଣେ ଭୋଟର୍ କି...ଜାଣନ୍ତୁ କେତେବେଳେ କେଉଁଠି ଭୋଟ୍

୧୭୭ କିମି ରାସ୍ତା ପାଇଁ ୮ ହଜାର ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ୨ ହଜାର କୋଟିରେ ୬୫ କିମିର ୪ ଲେନ୍ ଜାମୁଝାଡ଼ି-ଧାମରା ରାସ୍ତା ହେବ । କଟକ-ପାରାଦୀପ ୮୭ କିମିର ରାସ୍ତା ୪ ଲେନ୍ ବିଶିଷ୍ଟ ହେବ । କଟକ-ପାରାଦୀପ ୪ ଲେନ୍ ରାସ୍ତା ପାଇଁ ଖର୍ଚ୍ଚ ହେବ ୨ ହଜାର ୩୭୦ କୋଟି ଟଙ୍କା । ସେହିପରି ୨ ଶହ କୋଟିରେ ପାରାଦୀପରେ ନିର୍ମାଣ ହେବ ଏୟାରପୋର୍ଟ ।

ରାୟପୁର-ବିଶାଖାପାଟଣା ୬ ଲେନ୍ ରାସ୍ତା ୨୫ ହଜାର କୋଟିରେ ଚାଲିଛି । ୪୬୫ କିମି ରାସ୍ତାରୁ ଓଡ଼ିଶାରେ ରହିଛି ୨୪୦ କିମି; ଡିସେମ୍ବର ସୁଦ୍ଧା ଏହା ସରିବ ବୋଲି ଗଡକରୀ କହିଛନ୍ତି । ମୁମ୍ବାଇ-କୋଲକାତା ୪ ଲେନ୍ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ମୁମ୍ବାଇ-କୋଲକାତା ରାସ୍ତାର ୪୫୦ କିମି ଓଡ଼ିଶାରେ ରହିବ । ରାଞ୍ଚି-ସମ୍ବଲପୁର ୪ ଲେନ୍ ୨୮୦ କିମି ରାସ୍ତା ୬ ହଜାର ୩୦୦ କୋଟିରେ ହେବ ।

ସେହିପରି ସମ୍ବଲପୁର ସହରରେ ୩୫ କିମିର ରିଂ ରୋଡ୍ ହେବ ଏବଂ ଅକ୍ଟୋବରରୁ କାମ ଆରମ୍ଭ ହେବ ବୋଲି ଗଡକରୀ ସୂଚନା ଦେଇଛନ୍ତି । ପୁରୀରେ ପହଞ୍ଚି ପ୍ରଥମେ ଗଡକରୀ ଶ୍ରୀମନ୍ଦିର ଯାଇଥିଲେ । ଜଗନ୍ନାଥଙ୍କୁ ଦର୍ଶନ କରି ଦେଶକୁ ସୁଖ, ସମୃଦ୍ଧ କରିବାକୁ ସେ ପ୍ରାର୍ଥନା କରିଥିବା କଥା କହିଛନ୍ତି । ଓଡ଼ିଶାର ବିସ୍ତୃତ ସମୁଦ୍ର କୂଳ ରାଜ୍ୟ ପାଇଁ ବଡ଼ ତାକତ । ଆମେ ମତ୍ସ୍ୟଜୀବୀଙ୍କୁ ଶହେ ନଟିକାଲ ମାଇଲ ଦକ୍ଷତା ବିଶିଷ୍ଟ ଟ୍ରଲର ଦେଇଛୁ ବୋଲି କହିଲେ ।

ଏ ଯୋଜନା ଓଡ଼ିଶାରେ ଲାଗୁ ହେଲେ ମତ୍ସ୍ୟଜୀବୀଙ୍କୁ ଫାଇଦା ମିଳିବ । ଏହା ସହ ଆମ ସରକାର ଆସିବା ପରେ ୨୫ କୋଟି ଲୋକଙ୍କୁ ଗରିବୀମୁକ୍ତ ହୋଇଛନ୍ତି । ଦେଶରେ କେବଳ ସ୍ମାର୍ଟ ସିଟି ନୁହେଁ, ସ୍ମାର୍ଟ ଗ୍ରାମ ପାଇଁ ଉଦ୍ୟମ କରିଛୁ । ଆମେ ଚେଷ୍ଟିତ କୃଷକ କେବଳ ଅନ୍ନ ଦେବନି, ଶକ୍ତି ବି ଦେବ । ନଡ଼ାରୁ ବାୟୋ ସିଏନ୍‌ଜି ଉତ୍ପାଦନ ଆରମ୍ଭ ହୋଇଯାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ।

ସେପଟେ ଗାଁର କୃଷକ, ଶ୍ରମିକଙ୍କ ଉନ୍ନତି ପାଇଁ ନିରନ୍ତର ଉଦ୍ୟମ ଜାରି ରହିଛି । ଆଗାମୀ ଦିନରେ ସବୁ ପ୍ରକାର ଯାନ ହାଇଡ୍ରୋଜେନରେ ଚାଲିବ ଏହା ସହ ୧୦ ବର୍ଷର ମନ୍ତ୍ରୀ କାଳ ମଧ୍ୟରେ ୫୦ ଲକ୍ଷ କୋଟିର କାମ କରିଥିବା ମଧ୍ୟ କହିଛନ୍ତି କେନ୍ଦ୍ରମନ୍ତ୍ରୀ । ବିଜେପିର ସିଦ୍ଧାନ୍ତ- ଯାହା କହିବୁ, ତାକୁ କରି ଦେଖାଇବୁ ବୋଲି ଦୋହରାଇଛନ୍ତି । ଧାମରା ପୋର୍ଟ କନେକ୍ଟିଭିଟି, ପୁରୀ-ରାମେଶ୍ୱର ୪ ଲେନ୍‌ ରାସ୍ତା ହେବା ସହ କଟକରୁ ପାରାଦୀପ ୪ ଲେନ୍‌ ୨୩୭୦ କୋଟିରେ ନିର୍ମାଣ ହେବ ବୋଲି କହିଛନ୍ତି ।

୨ ଶହ କୋଟିରେ ପାରାଦୀପରେ ଏୟାରପୋର୍ଟ ପାଇଁ ନିଷ୍ପତ୍ତି ହୋଇଛି । ରାୟପୁରରୁ ବିଶାଖାପାଟଣା ୬ ଲେନ୍‌ ରାସ୍ତା ନିର୍ମାଣ ହେବ । ସେଥିରୁ ୨୪୦ କିଲୋମିଟର ଓଡ଼ିଶାରେ ରହିବ ବୋଲି କହିଛନ୍ତି । ଡିସେମ୍ବର ସୁଦ୍ଧା ଏହାର କାମ ସରିବ ।

ଅଧିକ ପଢ଼ନ୍ତୁ: ‘ମୁଣ୍ଡପିଛା ଆୟରେ ଓଡ଼ିଶାର ସ୍ଥାନ ତଳଆଡୁ ୪ ନମ୍ବର’