Advertisment

ବାହାର ରାଜ୍ୟରେ ବନ୍ଧା ପଡିଛନ୍ତି ଭୋଟର୍, ଭୋଟ ଦେବାକୁ ଛାଡ଼ୁନି ଇଟା ଭାଟି ମାଲିକ !

ମତଦାନ ପାଇଁ ଭିଟାମାଟିକୁ ଫେରିପାରୁ ନାହାନ୍ତି ଦାଦନ ଶ୍ରମିକ । ନବୀନଙ୍କ ନିର୍ବାଚନମଣ୍ଡଳୀ କଣ୍ଟାବାଞ୍ଜିରେ ୫ଦିନ ପରେ ଭୋଟ୍ ।

ଅଦ୍ୟତନ ହୋଇଛି
undefined

Voter

Advertisment

ଆସନ୍ତା ୨୦ରେ ଭୋଟ୍। କିନ୍ତୁ କିଛି ଲୋକ ଭୋଟ୍ ଦେବେ କି ନାହିଁ, ତାକୁ ନେଇ ସନ୍ଦେହ। ନିଜ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବା ଲାଗି ୨୦ ପୂର୍ବରୁ ଭିଟାମାଟିରେ ପହଞ୍ଚିବାକୁ ମନ ବ୍ୟାକୁଳ। କିନ୍ତୁ ଇଟାଭାଟି ମାଲିକ ଛାଡ଼ିବାକୁ ନାରାଜ୍। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ହାଇଦ୍ରାବାଦର ନାରଖୁଡ଼ା ଅଞ୍ଚଳର ଏକ ଭିଡିଓରୁ ଏଭଳି ଆଶଙ୍କା କରାଯାଉଛି ।

Advertisment

ବଲାଙ୍ଗିର ଜିଲ୍ଲା ମୁରିବାହାଲ ଅଞ୍ଚଳର ଲୋକମାନେ ପିଲାଛୁଆ ଧରି ଦାଦନ ଖଟିବାକୁ ଯାଇଥିଲେ। ଆଉ ଏବେ ନିର୍ବଚନ ସମୟରେ ଘରକୁ ଫେରିବାକୁ ଆଗ୍ରହୀ। ହେଲେ ବ୍ୟବସାୟ ଘାଟା ହେବା ଆଶଙ୍କାରେ ଛାଡୁନି ଇଟାଭାଟି ମାଲିକ। ଯେତେ ଗୁହାରୀ କଲେ ବି ଫରକ୍ ପଡୁନି କି କାକୁତି, ମୀନତି କଲେ ବି ଭ୍ରୃକ୍ଷେପ ନାହିଁ।

ଦେଖନ୍ତୁ ଭିଡିଓ | ପ୍ରଚାର ବେଳେ ହଟହଟ୍ଟା ହେଉଛନ୍ତି ବିଜେଡି ନେତା । ୫ ବର୍ଷରେ କଣ କରିଛ? ଯାହା କହିଥିଲ କାହିଁକି କଲନି?

Advertisment

ଏପଟେ ସେହି କଣ୍ଟାବାଂଜି ନିର୍ବାଚନମଣ୍ଡଳୀର ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ଆଦି ବ୍ଲକରୁ ଦାଦନ ଖଟିବାକୁ ଯାଇଛନ୍ତି ଅନେକ ପରିବାର। ଫଳରେ ନିର୍ବାଚନ ସମୟରେ ବି ଖାଁ ଖାଁ ଗାଁ ଗାଁର ଚିତ୍ର। ଗୋଟିଏ ଗୋଟିଏ ପରିବାରର ଜଣେ ଅଧେଙ୍କୁ ଛାଡ଼ି ବାକି ସମସ୍ତେ ପ୍ରବାସରେ ଥିବାରୁ ସେମାନଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ଆତ୍ମୀୟ ଓ ସମ୍ପର୍କୀୟ।

ସେହିଭଳି ରାଜ୍ୟର ଅନ୍ୟତମ ଦାଦନ ପ୍ରବଣ ଜିଲ୍ଲା ଗଞ୍ଜାମର ଖଲ୍ଲିକୋଟ ଅଞ୍ଚଳର ଦୃଶ୍ୟ କିନ୍ତୁ ଟିକିଏ ଭିନ୍ନ । ଅନ୍ୟ ରାଜ୍ୟରେ ଦାଦନ ଖଟୁଥିବା ଏଠାକାର କିଛି ଯୁବ ଭୋଟର ନିର୍ବାଚନ ସମୟରେ ଗାଁକୁ ଫେରିବାର ସୌଭାଗ୍ୟ ପାଇଛନ୍ତି। କିନ୍ତୁ ସେମାନଙ୍କ ମନରେ ଦୁଃଖ, ଯେ ଭୋଟ୍ ପରେ ସେମାନଙ୍କୁ ପୁଣି ବାହାର ରାଜ୍ୟକୁ ଫେରିଯିବାକୁ ପଡ଼ିବ। କାରଣ ନିଜ ଜିଲ୍ଲା କିମ୍ବା ରାଜ୍ୟରେ ସେମାନଙ୍କ ପାଇଁ କାମଧନ୍ଦାର ସୁଯୋଗ ନାହିଁ। ଏମାନଙ୍କ ପାଇଁ ବିଡ଼ମ୍ବନା ଯେ, ନିର୍ବାଚନ ବେଳେ ନେତାମାନେ ଦାଦନ ଦୁଃଖ ଦୂର ପାଇଁ ପ୍ରତିଶ୍ରୁତି ଦେଉଥିଲେ ବି, ନିର୍ବାଚନ ପରେ ଭୁଲି ଯାଉଛନ୍ତି। ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବାହାରେ ଦାଦନ ଖଟୁଥିବା ବହୁ ଯୁବ ଭୋଟର।

Advertisment

ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ଆଉ ଗଞ୍ଜାମର ହିଞ୍ଜିଳି। ଉଭୟ ଆସନରୁ ଏଥର ଲଢୁଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ଉଭୟ ଜିଲ୍ଲାରେ ଦାଦନ ସମସ୍ୟା ଦିନକୁ ଦିନ ଉତ୍କଟ ରୂପ ଧାରଣ କରୁଛି। ଯେଉଁ ପ୍ରସଙ୍ଗକୁ ନିକଟରେ ହିଞ୍ଜିଳିକୁ ନିର୍ବାଚନୀ ଗସ୍ତରେ ଯାଇଥିବା ବେଳେ ଖୁବ୍ ବର୍ଷିଥିଲେ ପ୍ରଧାନମନ୍ତ୍ରୀ ।

ଅଧିକ ପଢ଼ନ୍ତୁ: ‘ମୋଦି ଚାଉଳରେ ନିଜ ଫଟୋ ଲଗାଇ ଛାଡ଼ୁଛନ୍ତି ନବୀନ’

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ