Advertisment

ନିର୍ବାଚନ କମିଶନଙ୍କ ଛାଟ; ସୁଜାତା କାର୍ତ୍ତିକେୟନଙ୍କୁ ଅର୍ଥ ବିଭାଗକୁ ବଦଳି

ସୁଜାତା କାର୍ତ୍ତିକେୟନଙ୍କ ସ୍ଥାନରେ ଶାଳିନୀ ପଣ୍ଡିତ ହେଲେ ମିଶନ ଶକ୍ତି ସଚିବ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

sujata karthikeyan

IAS ସୁଜାତା କାର୍ତ୍ତିକେୟନଙ୍କୁ ଅର୍ଥ ସ୍ୱତନ୍ତ୍ର ସଚିବ ଭାବେ ବଦଳି। ମିଶନ ଶକ୍ତି ସଚିବ ପଦରୁ ଅର୍ଥ ସ୍ୱତନ୍ତ୍ର ସଚିବ ଭାବେ ବଦଳି । ସେହିପରି ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ସ୍ୱତନ୍ତ୍ର ସଚିବ ପଦରୁ ହଟିଲେ ସୁଜାତା । ସୁଜାତା କାର୍ତ୍ତିକେୟନଙ୍କ ସ୍ଥାନରେ ଶାଳିନୀ ପଣ୍ଡିତ ହେଲେ ମିଶନ ଶକ୍ତି ସଚିବ। ଶାଳିନୀଙ୍କୁ ମିଶନ ଶକ୍ତି ସହ ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

Advertisment

ସୂଚନା ଅନୁସାରେ ସୁଜାତା କାର୍ତ୍ତିକେୟନଙ୍କୁ ଗତକାଲି ବଦଳି ନିର୍ଦ୍ଦେଶ ଦେଇଥିଲେ ECI । ବିଜେପିର ସାଙ୍ଘାତିକ ଅଭିଯୋଗ ପରେ ବଦଳି ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ। ମିଶନ ଶକ୍ତି ସଚିବ ଭୋଟରଙ୍କୁ ଧମକାଉଥିବା ECIଙ୍କ ନିକଟରେ ଅଭିଯୋଗ କରିଥିଲା ବିଜେପି।

ସୂଚନା ଅନୁସାରେ ଗତକାଲି ବିଜେପିର ଅଭିଯୋଗ ପରେ ମିଶନ ଶକ୍ତି ସଚିବ ପଦରୁ ସୁଜାତା କାର୍ତ୍ତିକେୟନଙ୍କୁ ବଦଳି ନିର୍ଦ୍ଦେଶ ଦେଇଥିଲେ ECI । ଜନସାଧାରଣ ସହ ଯୋଡ଼ି ହୋଇ ନଥିବା ବିଭାଗକୁ ତୁରନ୍ତ ବଦଳି ନିର୍ଦ୍ଦେଶ ହୋଇଥିଲା । ସରକାରୀ କଳ ଏବଂ ଅଧିକାରୀଙ୍କ ଅପବ୍ୟବହାର କରି ସିଷ୍ଟମେଟିକ୍ ଭୋଟରସ ଏଜୁକେସନ ଆଣ୍ଡ ଇଲେକ୍ଟୋରାଲ ପାର୍ଟିସିପେସନ୍- SVEEP ଜରିଆରେ ଭୋଟରଙ୍କୁ ପ୍ରଭାବିତ କରି ନିର୍ବାଚନରେ ବିଜେଡିକୁ ଫାଇଦା ପହଁଚାଇବାକୁ ଚେଷ୍ଟା କରୁଥିବା ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲା ବିଜେପି।

Advertisment

ସୁଜାତା ପାଣ୍ଡିଆନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲା ବିଜେପି। ମୁଖ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଏନେଇ ଫେରାଦ ହୋଇଥିଲା ବିଜେପି। ସରକାରୀ ଅଧିକାରୀ ହୋଇ ବିଜେଡି ଏଜେଣ୍ଟ ଭାବେ କାମ କରୁଥିବା ଅଭିଯୋଗ କରିଥିଲା BJP। ବିଜେଡିକୁ ଫାଇଦା ପହଞ୍ଚିଇବାକୁ ସରକାରୀ କଳର ଅପବ୍ୟବହାର ହେଉଥିବା ଅଭିଯୋଗ ହୋଇଥିଲା । ତାଙ୍କ ସ୍ୱାମୀ ତଥା ବିଜେଡି ନେତା ଭି.କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କ ପ୍ରଭାବରେ ସେ ବିଜେଡିର ଏଜେଣ୍ଟ ଭଳି କାର୍ଯ୍ୟ କରୁଥିବା ବିଜେପି ଅଭିଯୋଗ କରିଥିଲା ।

ଏପରିକି ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳକୁ ଭୋଟ୍ ଦେବାକୁ ମିଶନ ଶକ୍ତି ବିଭାଗକୁ ବ୍ୟବହାର କରି ଭୋଟରଙ୍କୁ ପ୍ରଭାବିତ କରାଯାଉଥିବା ବିଜେପି ନିର୍ବାଚନ କମିଶନଙ୍କୁ ଅବଗତ କରିଥିଲା । ଏଥିସହ ବିଜେଡି ସପକ୍ଷରେ ଭୋଟ୍ ଦେବାକୁ SHG ମହିଳାଙ୍କୁ ଧମକା ଯାଉଥିବା ଅଭିଯୋଗ କରିଥିଲା ଭାରତୀୟ ଜନତା ପାର୍ଟି । ତେଣୁ ନିର୍ବାଚନ ସରିବା ଯାଏ ସୁଜାତା ପାଣ୍ଡିଆନଙ୍କୁ ମିଶନ ଶକ୍ତିର କମିଶନର ପଦବୀରୁ ହଟାଇବାକୁ ଦଳ ଦାବି କରିଥିଲା । ତେବେ ଏହି ଅଭିଯୋଗ ଆଧାରରେ ତାଙ୍କର ବଦଳି କରାଯାଇଥିଲା ।

Election Commission Mission Shakti Department
Advertisment
Advertisment