Advertisment

ରେମୁଣାରେ ଅଶ୍ୱିନୀଙ୍କ ପ୍ରଚାର, କହିଲେ ଦେଢ଼ ଲକ୍ଷ ଯୁବକଙ୍କୁ ମିଳିବ ଚାକିରି

ରେମୁଣା ବାଲିପାଳ ହାଟ ପଡ଼ିଆରେ ମହିଳା ସମାବେଶକୁ ସମ୍ବୋଧନ । ମହିଳାଙ୍କୁ ସୁଭଦ୍ରା ଯୋଜନାରେ ମିଳିବ ୫୦ ହଜାର ଟଙ୍କା କହିଲେ ଅଶ୍ବିନୀ ବୈଷ୍ଣବ ।

ଅଦ୍ୟତନ ହୋଇଛି
1.5 lakh Govt jobs promises made by the BJP:Ashwini Vaishnaw

Ashwini Vaishnaw

Advertisment

ବାଲେଶ୍ୱର ଜିଲ୍ଲାର ନିର୍ବାଚନୀ ମୈଦାନରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଆଜି ରେମୁଣା ନିର୍ବାଚନ ମଣ୍ଡଳୀ ବାଲିପାଳ ହାଟ ପଡ଼ିଆରେ ଏକ ମହିଳା ସମାବେଶକୁ ସମ୍ବୋଧିତ କରିଛନ୍ତି। କହିଛନ୍ତି, କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଠନ ହେଲେ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ମିଳିବ ୫୦ ହଜାର ଟଙ୍କା। ତା’ସହ ଦେଢ଼ ଲକ୍ଷ ଯୁବକଙ୍କୁ ମିଳିବ ଚାକିରୀ। 

Advertisment

ସେହିପରି ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ରହିବ ୩୧ ଶହ ଟଙ୍କା। ତେଣୁ ଦୁଇଟି ପଦ୍ମ ଫୁଲ ଚିହ୍ନରେ ଭୋଟ୍ ଦେଇ ବିଜୟୀ କରାଇବାକୁ ନିବେଦନ କରିଥିଲେ ଅଶ୍ବିନୀ ବୈଷ୍ଣବ। ଆଜି ରାଜଧାନୀ ଏକ୍ସପ୍ରେସରେ ଯାଇ ବାଲେଶ୍ବରରେ ପହଞ୍ଚିଥିଲେ ଅଶ୍ୱିନୀ । ସେଠାରେ ବିପୁଳ ସ୍ୱାଗତ ସମ୍ପର୍ଦ୍ଧନା ଜଣାଇଥିଲେ ବିଜେପିର କାର୍ଯ୍ୟକର୍ତ୍ତା। ଏହି ଅବସରରେ ବାଲେଶ୍ୱର ରେଳଷ୍ଟେସନକୁ କିଭଳି ବିଶ୍ୱସ୍ତରୀୟ କରାଯିବ ତାହାର ଡିଜାଇନ ଦେଖାଇଥିଲେ ଅଶ୍ୱିନୀ ବୈଷ୍ଣବ। ଜଳେଶ୍ୱରରୁ ଚନ୍ଦନେଶ୍ୱର ରେଳ ପ୍ରକଳ୍ପ ପାଇଁ ୯୩୯ କୋଟି ଟଙ୍କା ମଞ୍ଜୁର ହୋଇଥିବା ଅଶ୍ୱିନୀ ସୂଚନା ଦେଇଥିଲେ।

ଅଧିକ ପଢ଼ନ୍ତୁ: ସ୍ଲିପ୍ ଅଫ୍ ଟଙ୍ଗ୍ ପାଇଁ କ୍ଷମାପ୍ରାର୍ଥନା ଓ ପ୍ରାୟଶ୍ଚିତ ସତ୍ତ୍ୱେ ସମ୍ବିତଙ୍କୁ ଘେରି ଚାଲିଛି BJD

Advertisment

ଏହାସହ ଓଡ଼ିଶାରେ ବିଜେପି ସରକାର ନେଇ ଦମ୍ଭୋକ୍ତି ପ୍ରକାଶ କଲେ ବୈଷ୍ଣବ। ସେ କହିଛନ୍ତି, ଓଡ଼ିଶାରେ BJP ସରକାର ହେବ ବୋଲି ଦମ୍ଭୋକ୍ତି ନୁହେଁ, ଆମେ ବିନମ୍ରତାର ସହ କହୁଛୁ। ଆମେ ହାତ ଯୋଡ଼ି ଲୋକଙ୍କୁ କହୁଛୁ, ଆପଣ ୨୪ ବର୍ଷ BJD ସରକାର ଦେଖିଲେଣି। ୨୪ ବର୍ଷ ପରେ ମଧ୍ୟ ଲୋକେ ଦାଦନ ଖଟିବାକୁ ଯାଉଛନ୍ତି।

ଏଠିଦେଢ଼ ଲକ୍ଷ ପାଖାପାଖି ସରକାରୀ ଚାକିରି ଯାହା ଦିଆଯିବା କଥା, ଦିଆଯାଉନି। ପେପର ଲିକ୍‌ ହେଉଛି। ରାଜ୍ୟରେ ଡାକ୍ତର ନାହାନ୍ତି, ଶିକ୍ଷକ ନାହାନ୍ତି। ଲୋକଙ୍କର ଭବିଷ୍ୟତ କ’ଣ ହେବ? ସେଥିପାଇଁ ଆମେ ବିନମ୍ରତାର ସହ କହୁଛୁ, ଯେମିତି ମୋଦିଜୀ ଦେଶ ସାରା ବିକାଶର ନୂଆ ମଡେଲ ସୃଷ୍ଟି କରିଛନ୍ତି, ସେହି ବିକାଶର ମଡେଲ ଓଡ଼ିଶାରେ ହେଉ। ଓଡ଼ିଶାରେ ପ୍ରାକୃତିକ ସମ୍ପଦ ଅଛି। କୋଷ୍ଟ ଲାଇନ ଅଛି। ଓଡ଼ିଆ ଲୋକ ଟ୍ୟାଲେଣ୍ଟଡ। କିନ୍ତୁ ସେମାନେ ତାହା ଏଠାରେ ଦେଖାଇବାକୁ ପାଉନାହାନ୍ତି। ତେଣୁ ଲୋକମାନେ ଥରେ BJPକୁ ସୁଯୋଗ ଦିଅନ୍ତୁ। ମୋଦିଜୀଙ୍କ ଓଡ଼ିଶା ପାଇଁ ଥିବା ଭିଜନକୁ କାମରେ ଲଗାଇବାକୁ ବୋଲି ବୈଷ୍ଣବ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ଓଡ଼ିଆ ବିଶ୍ୱର ଏକମାତ୍ର ଭାଷା ଯାହା ମହାପ୍ରଭୁ ନିଜେ ଦେଇଛନ୍ତି ଓଡ଼ିଆ ଭକ୍ତଙ୍କୁ। ଅତି ମିଠା ଆଉ ସରଳ ଭାଷା। ଓଡ଼ିଆ ଭାଷା, ଓଡ଼ିଆ ଅସ୍ମିତା ଓ ଓଡ଼ିଆ ଅସ୍ମିତାକୁ ଆଗକୁ ନେବା ମୋଦିଙ୍କ ଲକ୍ଷ୍ୟ। ମୋଦିଙ୍କ ଭିଜନ ଅଛି, ନିଯୁକ୍ତି ସୃଷ୍ଟି ପାଇଁ ଓଡ଼ିଶାରେ ବହୁତ କାମ ହେବ। ଓଡ଼ିଆ ଲୋକଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ସହାୟତା କରାଯିବ। ବିନା କଟନି ଛଟନିରେ ୩୧୦୦ ଟଙ୍କାରେ ଚାଷୀଙ୍କ ଧାନ କିଣାଯିବ ବୋଲି ବୈଷ୍ଣବ କହିଛନ୍ତି।

ସେ କହିଛନ୍ତି, BJPକୁ ଓଡ଼ିଶା ଲୋକଙ୍କର ବହୁତ ସପୋର୍ଟ ଅଛି। ତେବେ ଆସନ୍ତା ୪ ତାରିଖରେ ସବୁ ସ୍ପଷ୍ଟ ହୋଇଯିବ। ଲୋକଙ୍କ ମନରେ ପୂରା ସ୍ପଷ୍ଟ ଅଛି, ଏଥର BJPକୁ ଚାନ୍ସ ଦେଇ ଦେଖିବେ। BJPକୁ ରାଜ୍ୟରେ ବହୁମତ ମିଳିବ। ସାଢ଼େ ୪ କୋଟି ଲୋକ ନିର୍ଣ୍ଣୟ ନେଇ ସାରିଛନ୍ତି, ଏଥର BJP ସରକାର ହେବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।

ଅଧିକ ପଢ଼ନ୍ତୁ: କଟକରେ ମୋଦିଙ୍କ କଡ଼ା ମନ୍ତବ୍ୟ; ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଛି !

BJP Odisha Election Odisha Politics Ashwini Vaishnaw General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ