Advertisment

ନିର୍ବାଚନୀ ବୈତରଣୀ ପାର୍ କରି ପାରିଲେନି ୩ଦଳ ମୁଖିଆ: ହାରିଲେ ନବୀନ-ମନମୋହନ-ଶରତ

କେବଳ ମନମୋହନ ନୁହନ୍ତି, ବିଜେଡି ଓ କଂଗ୍ରେସ ସଭାପତିଙ୍କ ଋଣକୌଶଳ ମଧ୍ୟ ଏହି ନିର୍ବାଚନରେ ଫେଲ୍‌ ମାରିଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ଟି ଆସନ ହିଞ୍ଜିଳି ଏବଂ କଣ୍ଟାବାଞ୍ଜିରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ତାଙ୍କୁ କଣ୍ଟାବାଞ୍ଜି ଆସନରୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି।

ଅଦ୍ୟତନ ହୋଇଛି
Odisha Election 2024 Result: BJD, BJP and Congress President Defeated

president-of bjd, bjp and congress defeated

Advertisment

ଚଳିତ ନିର୍ବାଚନରେ ବିଜେଡିକୁ ମିଳିଛି ପୂର୍ଣ୍ଣ ବହୁମତ। ଓଡ଼ିଶାରେ ୭୮ବିଧାନସଭା ସହ ୨୦ଲୋକସଭା ସିଟ୍ ହାତେଇଛି ବିଜେପି। ଏଥିସହ ଓଡ଼ିଶାରେ ସରକାର ଗଠନ କରିବ ବିଜେପି। ବିଜେଡି ୫୧ବିଧାନସଭା ସିଟ୍ ଜିତିଥିବା ବେଳେ ଲୋକସଭାରେ ଖାତା ବି ଖୋଲି ପାରିନି। ହେଲେ ରାଜ୍ୟ କଂଗ୍ରେସ ପାଇଁ କିଛିଟା ଖୁସି ଆଣିଛି। ଗତ ବିଧାନସଭା ନିର୍ବାଚନରେ ଏକ ଅଙ୍କରେ ସୀମିତ ଥିବା କଂଗ୍ରେସ ଏଥର ୧୪ ବିଧାନସଭା ଆସନରେ ବିଜୟୀ ହୋଇଛି। ଦକ୍ଷିଣ ଓଡ଼ିଶାରେ ଦଳ ବେଶ୍ ଭଲ ପ୍ରଦର୍ଶନ କରିଛି। ମାତ୍ର ୩ଦଳର ସଭାପତି ଏହି ନିର୍ବାଚନୀ ବୈତରଣୀ ପାର୍ କରିପାରିନାହାନ୍ତି।

Advertisment

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ବରେ ଓଡ଼ିଶାରେ ବିଜେପି ସରକାର ହେବ।ତେବେ ବିଜେପିର ଏହି ବରିଷ୍ଠ ନେତା ତଥା ରାଜ୍ୟ ସଭାପତି ମନମୋହନ ସାମଲ ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ବନ୍ଦ୍ୱିତା କରି ହାରି ଯାଇଛନ୍ତି। ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିର ବ୍ୟୋମକେଶ ରାୟଙ୍କଠାରୁ ପରାସ୍ତ ହୋଇଛନ୍ତି ମନମୋହନ । ବ୍ୟୋମକେଶ ରା ୮୩, ୦୬୩ଖଣ୍ଡ ଭୋଟ ପାଇଥିବାବେଳେ ମନମୋହନ ସାମଲଙ୍କୁ ମିଳିଛି ୮୧,୧୪୭ଖଣ୍ଡ ଭୋଟ । ମନମୋହନ ସାମଲ ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କଠାରୁ ୧,୯୨୨ଖଣ୍ଡ ଭୋଟରେ ପରାଜିତ ହୋଇଛନ୍ତି।ଏଠାରେ କଂଗ୍ରେସ ପ୍ରାର୍ଥୀ ଅମୀୟ କୁମାର ମହାପାତ୍ରଙ୍କୁ ୨୮,୪୮୩ ଖଣ୍ଡ ଭୋଟ ମିଳିଛି।

ଅଧିକ ପଢ଼ନ୍ତୁ: କାମ କଲାନି ନବୀନ ଯାଦୁ; ଓଡ଼ିଶାରେ ଫୁଟିଲା ପଦ୍ମ

କେବଳ ମନମୋହନ ନୁହନ୍ତି, ବିଜେଡି ଓ କଂଗ୍ରେସ ସଭାପତିଙ୍କ ଋଣକୌଶଳ ମଧ୍ୟ ଏହି ନିର୍ବାଚନରେ ଫେଲ୍‌ ମାରିଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ଟି ଆସନ ହିଞ୍ଜିଳି ଏବଂ କଣ୍ଟାବାଞ୍ଜିରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ତାଙ୍କୁ କଣ୍ଟାବାଞ୍ଜି ଆସନରୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ପ୍ରଥମ ଥର ପାଇଁ ନବୀନ ପଟ୍ଟନାୟକ ପରାଜୟର ସ୍ୱାଦ ଚାଖିଛନ୍ତି। ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ୍‌ ତାଙ୍କୁ ୧୬,୩୨୧ ଖଣ୍ଡ ଭୋଟରେ ପରାଜିତ କରିଛନ୍ତି।

Advertisment

ସେହିପରି ନୂଆପଡ଼ା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କ ଠାରୁ ୪୬,୩୨୧ ଖଣ୍ଡ ଭୋଟରେ ହାରି ଯାଇଛନ୍ତି।ତେଣୁ ଏଥର ପ୍ରଥମ ଥର ପାଇଁ ୩ ପ୍ରମୁଖ ରାଜନୈତିକ ଦଳର ସଭାପତି ପରାଜୟର ସମ୍ମୁଖୀନ ହୋଇଛନ୍ତି।

ଶରତ ପଟ୍ଟନାୟକ ପିସିସିର ମଙ୍ଗ ଧରିବା ପରେ ଡାକରା ଦେଇଥିଲେ ୯ରୁ ୯୦। ବାରମ୍ବାର ଗଣମାଧ୍ୟମ ଆଗରେ ଏକଥା ଦୋହରାଇଥିଲେ ଯେ କଂଗ୍ରେସ ଏଥର ଓଡ଼ିଶାରେ ସରକାର ଗଠନ କରିବ। ବିଜେପି ଓ ବିଜେଡି ଏକ ହୋଇ ରହିଛନ୍ତି,‌ ତେଣୁ କଂଗ୍ରେସ ଏକମାତ୍ର ବିକଳ୍ପ। ହେଲେ ଚଳିତ ନିର୍ବାଚନରେ ରାଜ୍ୟରେ ବିଜେପି-ବିଜେଡିର ଘମାଘୋଟ ପ୍ରଚାର ଭିତରେ କଂଗ୍ରେସ ଏକପ୍ରକାର କୋଣଠେସା ହୋଇଯାଇଥିଲା। ଦଳ ପୂର୍ବଭଳି ତୃତୀୟ ସ୍ଥାନରେ ରହିଛି। ଦଳର ବହୁ ହେଭିୱେଟ୍‌ ନିର୍ବାଚନ ମଇଦାନରେ ପରାସ୍ତ ହୋଇଛନ୍ତି। ମାତ୍ର ସାଂସଦ ସପ୍ତଗିରି ଉଲ୍ଲାକା ନିଜର ଆସନ ବଜାୟ ରଖିବାରେ ସଫଳ ହୋଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ବାଜି ଜିତିଲେ ବୈଜୟନ୍ତ, ୫୩ ହଜାରରୁ ଅଧିକ ଭୋଟ୍‌ରେ ଆଗୁଆ..

BJD BJP Congress General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ