Advertisment

ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଅନ୍ତିମ ପର୍ଯ୍ୟାୟ ଭୋଟ୍ ପାଇଁ କରିବେ ମାରାଥନ୍ ପ୍ରଚାର

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନ୍ତିମ ପର୍ଯ୍ୟାୟ ଭୋଟ୍ ପାଇଁ ମାରାଥନ୍ ପ୍ରଚାରରେ ଆସୁଛନ୍ତି ମୋଦି । ସେ ଆଜି ବାରିପଦା, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ଜନସଭାକୁ ସମ୍ବୋଧନ କରିବେ ।

ଅଦ୍ୟତନ ହୋଇଛି
Narendra Modi To Visit Odisha For Last Phase Odisha Election 2024

Narendra Modi

Advertisment

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନ୍ତିମ ପର୍ଯ୍ୟାୟ ଭୋଟ୍ ପାଇଁ ମାରାଥନ୍ ପ୍ରଚାରରେ ଆସୁଛନ୍ତି ମୋଦି । ସେ ଆଜି ବାରିପଦା, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ଜନସଭାକୁ ସମ୍ବୋଧନ କରିବେ । ପ୍ରଥମେ ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ବାରିପଦା ସ୍ଥିତ ଛଉ ପଡ଼ିଆରେ ବିଜୟ ସଂକଳ୍ପ ସମାବେଶ କାର୍ଯ୍ୟକ୍ରମରେ ଯୋଗଦେବେ ।

Advertisment

ପରେ ଅପରାହ୍ନ ୨ଟାରେ ବାଲେଶ୍ୱର ଗସ୍ତ କରି ରେମୁଣା ସ୍ଥିତ ନରହରି ପଡ଼ିଆରେ ଜନସଭାକୁ ସମ୍ବୋଧନ କରିବେ । ଶେଷରେ ପ୍ରଚାର ପାଇଁ କେନ୍ଦ୍ରାପଡ଼ା ଗସ୍ତ କରିବେ ପ୍ରଧାନମନ୍ତ୍ରୀ । ଅପରାହ୍ନ ୪ଟାରେ ବରୁଆ ପଡ଼ିଆରେ ବିଜୟ ସଂକଳ୍ପ ସମାବେଶ କାର୍ଯ୍ୟକ୍ରମରେ ଯୋଗଦେବେ । ଆଜି ପ୍ରଧାନମନ୍ତ୍ରୀ ତାଙ୍କ ପ୍ରଚାର ବେଳେ ଓଡ଼ିଶାବାସୀଙ୍କୁ କଣ କହିବେ, ତାହା ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଛି ।

ଅଧିକ ପଢ଼ନ୍ତୁ: ସସପେଣ୍ତ ହେଲେ କୁଟ୍ଟେ, ନିର୍ବାଚନ ପ୍ରକ୍ରିୟାରେ ଅନୈତିକ ହସ୍ତକ୍ଷେପ ପାଇଁ ମିଳିଲା ଦଣ୍ଡ

Advertisment

ଏପଟେ କଂଗ୍ରେସ ପାଇଁ ପ୍ରଚାର କରିବାକୁ ଆଜି ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଭଦ୍ରକ ଓ ବାଲେଶ୍ୱରରେ ଖଡଗେ କରିବେ ଶୋଭାଯାତ୍ରା । ଦିନ ୧୧ଟାରେ ଖଡ଼ଗେ ବାଲେଶ୍ୱରରେ ସଭା କରିବେ । ଅପରାହ୍ନ ୩ଟାରେ ଚାନ୍ଦବାଲିରେ ନିର୍ବାଚନୀ ସଭା କାର୍ଯ୍ୟକ୍ରମ ରହିଛି ।

ସେପଟେ ଆସନ୍ତାକାଲି ଶେଷ ପର୍ଯ୍ୟାୟ ପ୍ରଚାର ପାଇଁ ଭଦ୍ରକ ଆସିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ପୂର୍ବାହ୍ନ ୧୧ଟାରେ ସିମୁଳିଆ ସାନମହିତପୁର ଆସି ରାହୁଲ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି । ଗତକାଲି ଓଡ଼ିଶା ଆସିଥିଲେ ଅମିତ୍ ଶାହ । ୪ ଜୁନରେ ନବୀନ ହେବେ 'ପୂର୍ବ ମୁଖ୍ୟମନ୍ତ୍ରୀ’ ବୋଲି ଗତକାଲି ନିର୍ବାଚନୀ ସଭାରେ କହିଥିଲେ ଶାହ ।

Advertisment

ପୁଣି ମୁଦ୍ଦା ପାଲଟିଲା ଓଡ଼ିଆ ଅସ୍ମିତା । ଟାର୍ଗେଟରେ ସିଧା ସିଏମ୍ ନବୀନ । ଚାନ୍ଦବାଲି, କୋରେଇ, ନିମାପଡ଼ା ଏକା ଦିନେ ଆଜି ତିନି ତିନିଟି ଜନସଭା କରି ବିଜେପି ପାଇଁ ଭୋଟ୍ ମାଗିଛନ୍ତି, ଓଡ଼ିଆ ଅସ୍ମିତା କାର୍ଡ ଖେଳି ରାଜ୍ୟ ସରକାରଙ୍କୁ ଧୁମ୍ ଧୂଲେଇ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ।

ଭଦ୍ରକ ସଂସଦୀୟ କ୍ଷେତ୍ରର ଚାନ୍ଦବାଲି ନିର୍ବାଚନୀ ସଭାରେ ଭାଷଣ ଦେଉ ଦେଉ ଉପସ୍ଥିତ ଜନତାଙ୍କୁ ଓଡ଼ିଶାର ଅସ୍ମିତା ବଞ୍ଚାଇବା କି ନାହିଁ ବୋଲି ପ୍ରଶ୍ନ ପଚାରି, ୪ ଜୁନରେ ରେଜଲ୍ଟ ଆସିବା ବେଳକୁ ନବୀନ ବାବୁ ପୂର୍ବ ମୁଖ୍ୟମନ୍ତ୍ରୀ ବନିଯିବେ ବୋଲି ଦୃଢ଼ୋକ୍ତି କରିଥିଲେ । କହିଥିଲେ, ଦେଶରେ ଚାର ଶୋ ପାର୍ ହେବ, ୭୫ରୁ ଅଧିକ ସିଟ୍ ଜିତି ଓଡ଼ିଶାରେ ବି ଡବଲ ଇଂଜିନ ସରକାର କରିବ ବିଜେପି ।

ଅଧିକ ପଢ଼ନ୍ତୁ: ଷ୍ଟ୍ରଙ୍ଗ ରୁମ୍ ପାଖରେ ବୁଲୁଛନ୍ତି ସନ୍ଦିଗ୍ଧ, ପ୍ରଶ୍ନ ଉଠାଇଲେ BJP ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ

ନବୀନ ବାବୁ ଓଡ଼ିଶା ଉପରେ ଏକ ତାମିଲ ମୁଖ୍ୟମନ୍ତ୍ରୀ ଥାପିବାକୁ ବସିଥିବାରୁ ୟାକୁ ଓଡ଼ିଆ ଲୋକେ ସହିବେନି । ୨୫ ବର୍ଷ ପରେ ଓଡ଼ିଶାକୁ ଓଡ଼ିଆ ଲେଖାପଢ଼ା ମୁଖ୍ୟମନ୍ତ୍ରୀ ମିଳିବ, ନବୀନ ବାବୁଙ୍କ ବୟସ ହେଇଗଲାଣି, ଏଥର ଯୁବ ମୁଖ୍ୟମନ୍ତ୍ରୀ ମିଳିବ ବୋଲି କହିଥିଲେ ଶାହ । ୪ ଜୁନରେ ନବୀନ EX CM । ତାମିଲ ବାବୁକୁ ସହିବୁନୁ ।

ଏଥିସହ ଖଣିଜ ଓ ପ୍ରାକୃତିକ ସଂପଦରେ ଭରା ଓଡ଼ିଶାର ଗରିବୀ ପାଇଁ ନବୀନ ଦୋଷୀ ବୋଲି କହି ସମୃଦ୍ଧ ଓଡ଼ିଶା ଗଠନ ପାଇଁ ବିଜେପିକୁ ଭୋଟ୍ ଦେବାକୁ ଅପିଲ୍ କରିଥିଲେ ଶାହ । ଚାନ୍ଦବାଲି ପରେ ପରେ ଯାଜପୁର ସଂସଦୀୟ କ୍ଷେତ୍ରର କୋରେଇ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ନିମାପଡ଼ାରେ ସଭା କରି ରତ୍ନଭଣ୍ଡାର ଚାବି ହଜିବା, ଚିଟ୍‌ ଫଣ୍ଡ ଦୁର୍ନୀତି, ଆବାସ ଯୋଜନା ଭଳି ପ୍ରସଙ୍ଗରେ ନବୀନ ସରକାରକୁ କଡ଼ା ନିଶାନା କରିବା ସହ ମୋଦି ସରକାର ଚାଉଳ ସରକାର, ନବୀନ ଅଖା ସରକାର ବୋଲି କହି କଟାକ୍ଷ ବି କରିଛନ୍ତି ।

ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା ? ନବୀନ ‘ଖାଲି ଅଖା’ ସରକାର । ଚିଟ୍ ଫଣ୍ଡ ଲୁଟେରାଙ୍କୁ ଓଲଟା ଲଟକାଯିବ । ନିମାପଡ଼ା ସଭାରେ କୋଣାର୍କକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀରେ ପରିଣିତ କରିବାର ପ୍ରତିଶ୍ରୁତି ବଦ୍ଧତା ସହ ତିନିଟି ଯାକ ନିର୍ବାଚନୀ ସଭାରେ ଡବଲ୍ ଇଞ୍ଜିନର ସୁଫଳ ଓ ଓଡ଼ିଶା ପାଇଁ ମୋଦି ସରକାରଙ୍କ ଗ୍ୟାରେଣ୍ଟି ବି ଶୁଣାଇଥିଲେ ଶାହ ।

୩୧ ଶହ ଟଙ୍କାରେ ଚାଷୀଙ୍କଠୁ ଧାନ କିଣାଯିବ, ୪୮ ଘଣ୍ଟାରେ ଟଙ୍କା ଆକାଣ୍ଟକୁ ଯିବ, ୨୫ ଲକ୍ଷ ଓଡ଼ିଆ ଲକ୍ଷପତି ଦିଦି ବନାଯିବ ବୋଲି ପ୍ରତିଶ୍ରୁତି ଦେବା ସହ, ବିଜେପି ସରକାର ଆସିଲେ ଓଡ଼ିଶାକୁ ନମ୍ବର ୱାନ୍ କରିବୁ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି ଶାହ ।

ଅଧିକ ପଢ଼ନ୍ତୁ: ହାରିବା ଭୟରେ ରକ୍ତମୁଖା ହେଉଛି କି ଶାସକ ବିଜେଡି ?

Narendra Modi PM Narendra Modi Odisha Politics Odisha Elections General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ