Advertisment

ଗ୍ରାଣ୍ଡ୍ ରୋଡରେ ଗ୍ରାଣ୍ଡ୍ ସୋ', ମୋଦିଙ୍କ ସମର୍ଥନରେ ଉଛୁଳିଲା ହଜାର ହଜାର ଲୋକଙ୍କ ଉତ୍ସାହ

ସୋସିଆଲ ମିଡିଆରେ ପୁରୀ ସୋ'କୁ ନେଇ ମୋଦିଙ୍କ ମନ୍ତବ୍ୟ । ଅତି ଚମତ୍କାର ଥିଲା ପୁରୀ, କହିଲେ ମୋଦି ।

ଅଦ୍ୟତନ ହୋଇଛି
undefined

Modi Road Show

Advertisment

ବଡ଼ଦାଣ୍ଡରେ ରଥଯାତ୍ରାର ଭ୍ରମ... ଗ୍ରାଣ୍ଡ୍ ରୋଡରେ ମୋଦିଙ୍କ ଗ୍ରାଣ୍ଡ୍ ସୋ'... ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଝଲକ ପାଇଁ, ଜନସମୁଦ୍ର ପାଲଟିଲା ସିଂହଦ୍ୱାରରୁ ମେଡିକାଲ୍ ଛକ । ଉଛୁଳା ଉତ୍ସାହ । ବଡ଼ଦାଣ୍ଡ ଦୁଇକଡ଼େ ଲୋକାରଣ୍ୟ ସ୍ଥିତି।

Advertisment

ସକାଳ ପ୍ରାୟ ୮ଟା। ସୁସଜ୍ଜିତ ଗାଡ଼ିରେ ରୋଡ୍ ସୋ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସାଥିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର। ଲୋକଙ୍କୁ ହାତ ହଲାଇ ଅଭିବାଦନ ଜଣାଇବା ସହିତ ଭୋଟ୍ ମାଗିଥିଲେ ଏହି ଟପ୍ ବିଜେପି ହେଭିୱେଟ୍। ଜନତାଙ୍କ ଜୋଶ୍ ବି ପ୍ରତିଫଳିତ ହୋଇଥିଲା ମୋଦିଙ୍କ ମୁହଁରେ।

ଅଧିକ ପଢ଼ନ୍ତୁ: ଅନୁଗୁଳ-କଟକରେ ମୋଦିଙ୍କ ପ୍ରଚଣ୍ଡ ହମଲା ! ଓଡ଼ିଶାକୁ BJD ଦେଇଛି ଲ୍ୟାଣ୍ଡ-ସ୍ୟାଣ୍ଡ-ଖଣି ମାଫିଆ

Advertisment

କେବଳ ପୁରୀବାସୀ ନୁହଁନ୍ତି, ପର୍ଯ୍ୟଟକ ଓ ଆଖପାଖ ଜିଲ୍ଲାର ସାଧାରଣ ଲୋକ ବି ଧାଇଁଆସିଥିଲେ ମୋଦିଙ୍କୁ ପାଖରୁ ଦେଖିବା ପାଇଁ । କିଏ ମୋଦିଙ୍କ ପାଇଁ ଚିତ୍ର ଆଙ୍କି ଉପହାର ଆଣିଥିଲା, ତ ଆଉ କିଏ ସଜ ହୋଇଥିଲା ବିଭିନ୍ନ ବେଶରେ। ଚାଲିଥିଲା ଓଡ଼ିଶୀ ନୃତ୍ୟ ଓ ଘୋଡ଼ାନାଚ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ। ମୋଦିଙ୍କ ରୋଡ ସୋ'ର କ୍ରେଜ୍ ଏତେ ଅଧିକ ଥିଲା ଯେ, ପ୍ରବଳ ଜନସମାଗମ ଭିତରେ ୧ କିଲୋମିଟର ରୋଡ୍ ସୋ ପାଇଁ ଲାଗିଥିଲା ୧ ଘଣ୍ଟା ସମୟ।

ବେଦମନ୍ତ୍ରରେ ଗୁଞ୍ଜରିତ ହୋଇଥିଲା ଆଜି ଶ୍ରୀକ୍ଷେତ୍ରର ସକାଳ । ପ୍ରାୟ ସାଢ଼େ ୭ଟା ବେଳେ ସିଂହଦ୍ୱାର ଠାରେ ପହଞ୍ଚିଥିଲେ ମୋଦି। ଅରୁଣ ସ୍ତମ୍ଭ ପାଖରେ ଦୀପ ଜାଳି ଦେଶବାସୀଙ୍କ ମଙ୍ଗଳ କାମନା କରିବା ପରେ, ବାଇଶି ପାହାଚ ଦେଇ ଯାଇଥିଲେ ମହାପ୍ରଭୁଙ୍କ ସାନ୍ନିଧ୍ୟ ନିମନ୍ତେ। ଶ୍ରୀମନ୍ଦିରକୁ ପାଛୋଟି ନେଇଥିଲେ କୌଳିକ ପଣ୍ଡା । 

Advertisment

ଗରୁଡ଼ ସ୍ତମ୍ଭ ପଛରୁ ଚତୁର୍ଦ୍ଧାମୂରତିଙ୍କୁ ଦର୍ଶନ ପରେ, ଗର୍ଭଗୃହରେ ପୂଜାର୍ଚ୍ଚନା କରି ମୁକ୍ତିମଣ୍ଡପରେ ବ୍ରାହ୍ମଣଙ୍କ ଠାରୁ ଆଶୀର୍ବାଦ ନେଇଥିଲେ ମୋଦି। ଏଥିସହ ପାଟ ଅଗଣାରେ ମାଆ ବିମଳା ଓ ମହାଲକ୍ଷ୍ମୀଙ୍କ ଦର୍ଶନ କରିଥିଲେ। ପ୍ରାୟ ଅଧଘଣ୍ଟାର ଦର୍ଶନ ପରେ ବାହାରକୁ ଆସି ସେବାୟତ ଓ ଜନସାଧାରଣଙ୍କୁ ଅଭିବାଦନ ଜଣାଇଥିଲେ। ସିଂହଦ୍ବାର ଠାରୁ କିଛି ବାଟ ଚାଲିଚାଲି ଯିବା ଭିତରେ ରଥନିର୍ମାଣକୁ ବି ଦେଖି ଅବିଭୂତ ହୋଇଥିଲେ ପ୍ରଧାନମନ୍ତ୍ରୀ । ଏହା ପରେ ଆରମ୍ଭ କରିଥିଲେ ବିଶାଳ ରୋଡ୍ ସୋ'।

ରୋଡ୍ ସୋ ପରେ ପୁରୀ ଆଜି ଚମତ୍କାର ଥିଲା ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ମୋଦି । ଏଥିସହ ଅନୁଗୁଳ ସଭାମଞ୍ଚରେ ମଧ୍ୟ ପୁରୀ ଅନୁଭୂତି ବଖାଣିଥିଲେ ପ୍ରଧାନମନ୍ତ୍ରୀ।

ଅଧିକ ପଢ଼ନ୍ତୁ: ବାହାରିବା ପରେ ପ୍ରଦୀପ ଦେଲେ ବିସ୍ଫୋରକ ବୟାନ; କାହିଁକି ହୋଇଥିଲା ଆକ୍ରମଣ ?

BJD BJP Congress PM Narendra Modi Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ