Advertisment

ପାରଳାଖେମୁଣ୍ଡିରେ ହେବ ରୋଚକ ଲଢ଼େଇ; ଅଭିଜ୍ଞ ବନାମ ନବାଗତ, କିଏ ଜିତିବ ଭୋଟରଙ୍କ ମନ ?

ଜଣେ ପୁରା ଅଭିଜ୍ଞ, ଜଣେ ନବାଗତ, ଆଉ ଜଣେ ହେଭିୱେଟ୍ଦକ୍ଷିଣ ଓଡ଼ିଶାର ଚର୍ଚ୍ଚିତ ବିଧାନସଭା କ୍ଷେତ୍ର ପାରଳାଖେମୁଣ୍ଡିରେ ଏମାନଙ୍କୁ ନେଇ ଚଢ଼ିଲାଣି ପଲିଟିକାଲ୍ ପାରା । ନେତା ତତ୍ପର ହେଲେଣି, ଭୋଟର୍ ବି ଦକ୍ଷତା ପରଖିଲେଣି ।

ଅଦ୍ୟତନ ହୋଇଛି
undefined

Parlakhemundi

Advertisment

ଦକ୍ଷିଣ ଓଡ଼ିଶାର ଅନ୍ୟତମ ଚର୍ଚ୍ଚିତ ବିଧାନସଭା ଆସନ ପାରଳାଖେମୁଣ୍ଡିରେ ଏଥର ହେବ ରୋଚକ ଲଢ଼େଇ। ଅଭିଜ୍ଞ ନେତା ତଥା ବର୍ତ୍ତମାନର ବିଧାୟକ କେ.ନାରାୟଣ ରାଓଙ୍କୁ ବିଜେପି ପୁଣି ଟିକେଟ୍ ଦେଇଥିବାବେଳେ ତାଙ୍କ ବିରୋଧରେ ବିଜେଡିରୁ ମଇଦାନକୁ ଓହ୍ଲାଇଛନ୍ତି ବିଜେଡିର ନବାଗତ ଚେହେରା ରୂପେଶ ପାଣିଗ୍ରାହୀ ଓ କଂଗ୍ରେସର ପ୍ରଶାସକରୁ ନେତା ସାଜିଥିବା ବିଜୟ ପଟ୍ଟନାୟକ । 

Advertisment

ଜଣେ ପୁରା ଅଭିଜ୍ଞ, ଜଣେ ନବାଗତ, ଆଉ ଜଣେ ହେଭିୱେଟ୍‌ ଦକ୍ଷିଣ ଓଡ଼ିଶାର ଚର୍ଚ୍ଚିତ ବିଧାନସଭା କ୍ଷେତ୍ର ପାରଳାଖେମୁଣ୍ଡିରେ ଏମାନଙ୍କୁ ନେଇ ଚଢ଼ିଲାଣି ପଲିଟିକାଲ୍ ପାରା । ନେତା ତତ୍ପର ହେଲେଣି, ଭୋଟର୍ ବି ଦକ୍ଷତା ପରଖିଲେଣି । ଏଥର ଏଠି ହେବ ତ୍ରିମୁଖୀ ଲଢ଼େଇ । ବିଗ୍ ଫାଇଟ୍ ପାଇଁ ମଇଦାନକୁ ଓହ୍ଲାଇଲେଣି ତିନି ପ୍ରମୁଖ ଦଳ ବିଜେପି-ବିଜେଡି ଓ କଂଗ୍ରେସର ଯୋଦ୍ଧା । ବିଜେପି ଏଥର ପ୍ରାର୍ଥୀ ରିପିଟ୍ କରିଛି । ଷ୍ଟାଣ୍ଡିଂ MLA କେ. ନାରାୟଣ ରାଓଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କରିଛି। ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ପାରଳାଖେମୁଣ୍ଡିରେ, ଏଥର ଦଳୀୟ ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ବେଶ୍ ଉତ୍ସାହିତ ହୋଇଛନ୍ତି ନାରାୟଣ ରାଓ । କହିଛନ୍ତି ବାରମ୍ବାର ବିଧାୟକ ଭାବେ ତାଙ୍କର ଗଭୀର ଲୋକସଂପର୍କ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ହିଁ ଏଥର ନିର୍ବାଚନ ବୈତରଣୀ ପାର ହେବାର ମୁଖ୍ୟ ଆୟୁଧ ।

ତେଣେ ଅଭିଜ୍ଞ ନାରାୟଣ ରାଓଙ୍କୁ ଟକ୍କର ଦେବାକୁ ବିଜେଡି ମଇଦାନକୁ ଛାଡ଼ିଛି ଜଣେ ନବାଗତଙ୍କୁ। ସେ ହେଲେ ବିଶିଷ୍ଟ ବ୍ୟବସାୟୀ ତିରୁପତି ପାଣିଗ୍ରାହୀଙ୍କ ପୁଅ ରୂପଶ ପାଣିଗ୍ରାହୀ । ବାପାଙ୍କ ପରିଚୟ ଓ ନବୀନଙ୍କ ଯୋଜନାର ଲମ୍ବା ତାଲିକା ଧରି ସେ ଲୋକଙ୍କ ପାଖକୁ ଯାଉଥିବା କହିଛନ୍ତି ରୂପେଶ ।

Advertisment

ଆଉ କଂଗ୍ରେସର ହେଭିୱେଟ୍‌ଙ୍କୁ ନେଇ ଏଥର ପାରଳାଖେମୁଣ୍ଡିରେ ବେଶୀ ଚର୍ଚ୍ଚା ସେ ହେଲେ, ଦଳର ନିର୍ବାଚନ ସମନ୍ବୟ କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ। ପ୍ରଶାସନିକ ଅଧିକାରୀରୁ ରାଜନେତା ପାଲଟିଥିବା ବିଜୟ ବାରମ୍ବାର ପାରଳାଖେମୁଣ୍ଡି ଗସ୍ତ କରି ୟା ଭିତରେ ତୃଣମୂଳ ସ୍ତରରେ ଲୋକଙ୍କ ପାଖକୁ ଯାଉଥିବାବେଳେ କଂଗ୍ରେସ ହିଁ ଏଥର ରାଜ୍ୟରେ ଏକମାତ୍ର ବିକଳ୍ପ ବୋଲି କହିଛନ୍ତି ।

ମଇଦାନ ପ୍ରସ୍ତୁତ, ଯୋଦ୍ଧା ବି ତୟାର। ତେବେ ଜନତା ହିଁ ଜନାର୍ଦ୍ଦନ ବୋଲି ସ୍ପଷ୍ଟ ଜାଣି ସାରିଛନ୍ତି ପାରଳାଖେମୁଣ୍ଡି ଆସନର ଯୋଦ୍ଧା । ଏଠିକାର ସମସ୍ୟାର ସମାଧାନ ଓ ଜନତାଙ୍କ ଆସ୍ଥାଭାଜନ ହିଁ ହେବ ଏଠି ବିଜୟର ମୁଖ୍ୟ ମପକାଠି । କାରଣ ଏଠି ପ୍ରତିଥର ବଦଳେ ରାଜନୀତିର ରଙ୍ଗ। ୨୦୦୯ରୁ ୨୦୧୯ ମଧ୍ୟରେ ବିଜେଡି, କଂଗ୍ରେସ ଓ ବିଜେପି, ସମସ୍ତେ ଥରେ ଥରେ କ୍ଷମତାର ସ୍ବାଦ ଚାଖିଥିବାବେଳେ ଏଥର କିନ୍ତୁ ଦଳ ଅପେକ୍ଷା ବ୍ୟକ୍ତିତ୍ବକୁ ବେଶୀ ଗୁରୁତ୍ବ ଦେଉଛନ୍ତି ଭୋଟର। 

Advertisment

ଅଭିଜ୍ଞ ନା ନବାଗତ ଅବା ପ୍ରଶାସକରୁ ରାଜନେତା, କାହାକୁ ୨୪ ନିର୍ବାଚନରେ ଉଭୟ ଓଡ଼ିଆ ଓ ତେଲୁଗୁ ଭାଷାଭାଷୀର ଭୋଟର୍ ପିନ୍ଧାଇବେ ଚର୍ଚ୍ଚିତ ପାରଳାଖେମୁଣ୍ଡି ଆସନ ମୁକୁଟ, ଏବେ ତା ଉପରେ ନଜର। 

BJD BJP Congress General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ