• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠିକୁ ନେଇ କଂଗ୍ରେସର କଡ଼ା ସମାଲୋଚନା । ୨୪ ବର୍ଷ ହେଲା ଓଡ଼ିଶାବାସୀଙ୍କୁ ନବୀନ ଠକିଛନ୍ତି ବୋଲି କହିଛନ୍ତି ପିସିସି ସଭାପତି । ବିଜେଡି ଓ ବିଜେପି ମିଶିକି ଅଛନ୍ତି । ଓଡ଼ିଶା ଦରିଦ୍ର ହେଇଯାଉଛି, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ନାରୀ ନିର୍ଯାତନା ବଢ଼ି ଚାଲିଛି ବୋଲି ଶରତ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।

ବାହାରୁ କଣ୍ଟ୍ରାକ୍ଟର ଆସି ଓଡ଼ିଶାରେ କାମ କରୁଛନ୍ତି, ଓଡ଼ିଆ ଲୋକ କାମ ପାଉ ନାହାଁନ୍ତି । ଖଣିଜ ସମ୍ପଦ ଲୁଟ୍ କରିବା ଉଭୟ ଦଳର ଲକ୍ଷ୍ୟ ବୋଲି ଶରତ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ୯୦୦ କୋଟି ଇଲେକ୍ଟୋରାଲ ବଣ୍ଡ ବିଜେଡିକୁ ମିଳିଛି । ଆଉ ଏମିତି ସ୍ଥିତିରେ ମୁଖ୍ୟମନ୍ତ୍ରୀ ଆହୁରି ୧୦ ବର୍ଷ ପାଇଁ ଲୋକଙ୍କୁ ଚିଠି ମାଧ୍ୟମରେ ନିବେଦନ କରୁଛନ୍ତି ।

ଯାହାକୁ ଲୋକେ ଗ୍ରହଣ କରିବେ ନାହିଁ ବୋଲି ଶରତ ପଟ୍ଟନାୟକ କହିଛନ୍ତି । ସେପଟେ କଂଗ୍ରେସର ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି ବିଜେଡି ବିଧାୟକ ସୁଧୀର ସାମଲ । ତାଙ୍କ ସରକାର ସମୟରେ ଯେଉଁ କାମ ହୋଇଥିଲା, ଆଉ ଏବେ ଯାହା ହେଉଛି, ତାକୁ ଲୋକେ ପରଖି ସାରିଲେଣି। ସବୁ ବର୍ଗର ଲୋକଙ୍କ ପାଇଁ କାମ ହୋଇଛି । ଲୋକେ କଂଗ୍ରେସକୁ ଅଗ୍ରାହ୍ୟ କରିଦେଇଛନ୍ତି । ଇଲେକ୍ଟୋରାଲ ବଣ୍ଡରୁ କେହି ଲୁଟି ନାହାନ୍ତି ବୋଲି କହିଛନ୍ତି ସୁଧୀର ସାମଲ । ତେବେ ଠିକ ସମୟରେ ମୁଖ୍ୟମନ୍ତ୍ରୀ ଟିକେଟ ଘୋଷଣା କରିବେ ବୋଲି ସେ କହିଛନ୍ତି ।