Advertisment

‘ଓଡ଼ିଶାବାସୀ ନବୀନଙ୍କୁ ବିଶ୍ରାମ ଦେବାକୁ ଚାହୁଁଛନ୍ତି, ଓଡ଼ିଆ CM ଲୋଡ଼ା କରୁଛନ୍ତି’

ନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା ଘଟଣାକୁ ମଧ୍ୟ ନିନ୍ଦା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ।

ଅଦ୍ୟତନ ହୋଇଛି
JP Nadda Roadshow In Bhubaneswar

JP Nadda

Advertisment

ଭୁବନେଶ୍ୱରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ରୋଡ୍ ସୋ’। ପୁରୁଣା ଭୁବନେଶ୍ୱରରେ ବିଶାଳ ରୋଡ୍ ସୋ’ କରିଛନ୍ତି ନଡ୍ଡା। ମାଉସୀ ମା’ ମନ୍ଦିର ଠାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ରୋଡ୍ ସୋ’ କରିଛନ୍ତି। ଯେଉଁଥିରେ ହଜାର ହଜାର କର୍ମୀ ଓ ଜନସାଧାରଣ ସାମିଲ୍ ହୋଇଛନ୍ତି। ତେବେ ରୋଡ୍ ସୋ’ ଅବସରରେ ନଡ୍ଡା ଓଟିଭିକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାରରେ କହିଛନ୍ତି, ଆଉ କିଛି ଦିନର କଥା। ପରେ ସରକାରୀ ବାବୁଙ୍କ ସବୁ ହିସାବ କିତାବ ନିଆଯିବ। 

Advertisment

ବିଜେଡି ହାତରୁ ଗାଡ଼ି ପଳାଇଛି, ବିଜେଡି ବସ୍‌ ମିସ୍‌ କରିଛି । ଏକତରଫା ନିର୍ବାଚନ ଜିତିବୁ, ଡବଲ ଇଞ୍ଜିନ ସରକାର ହେବ । ଓଡ଼ିଶାବାସୀ ନବୀନଙ୍କୁ ବିଶ୍ରାମ ଦେବାକୁ ଚାହୁଁଛନ୍ତି । ସକ୍ରିୟ, ସୁସ୍ଥ, ଅସ୍ମିତା ଓ ଓଡ଼ିଆ କହୁଥିବା ମୁଖ୍ୟମନ୍ତ୍ରୀ ଚାହାନ୍ତି ଲୋକେ । ନିର୍ବାଚନରେ ହିଂସା ହେବାକଥା ନୁହେଁ, ଗଣତାନ୍ତ୍ରିକ ପ୍ରକ୍ରିୟାରେ ମତଦାନ ହେଉ । ନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା ଘଟଣାକୁ ମଧ୍ୟ ନିନ୍ଦା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ।

ଦେଖନ୍ତୁ ଭିଡିଓ | ପ୍ରଚାର ବେଳେ ହଟହଟ୍ଟା BJD ନେତା; ୫ ବର୍ଷରେ କଣ କରିଛ? ଯାହା କହିଥିଲ କାହିଁକି କଲନି?

Advertisment

ଏହି ରୋଡ୍‌ ସୋ’ରେ ତାଙ୍କ ସହ ରହିଛନ୍ତି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଢ଼ଙ୍ଗୀ ଓ ଏକାମ୍ର ବିଧାୟକ ପ୍ରାର୍ଥୀ ବାବୁ ସିଂହ । ଏହି ରୋଡ୍‌ ସୋ’ ସରିବା ପରେ ଅପରାହ୍ନରେ ବରଗଡ଼ ଜିଲ୍ଲାର ପଦ୍ମପୁର ଓ ସୁନ୍ଦରଗଡ଼ରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ ନଡ୍ଡା । ଗତକାଲି ସନ୍ଧ୍ୟାରେ ସେ ଓଡ଼ିଶାରେ ପହଞ୍ଚିଥିଲେ । ତାପରେ ମହିଳାମୋର୍ଚ୍ଚା ସହ ବୈଠକ କରିଥିଲେ । ସେଠାରେ ସେ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ ।

ବିଜେଡି ସରକାର ଭୋଟ୍ ପାଇଁ ଲାଞ୍ଚ ଦିଏ କହିଥିଲେ ନଡ୍ଡା । 'ଦିନକୁ ୫୪ ପଇସାରେ ୫ ବର୍ଷର ଅଧିକାର ଛଡ଼ାଇ ନେବାକୁ ଚାହୁଁଛି ବିଜେଡି । ମହିଳାଙ୍କୁ ସୁଭଦ୍ରା ଯୋଜନାରେ ମୋଦି ସରକାର ୫୦ ହଜାର ଟଙ୍କାର ଭାଉଚର ଦେବେ । ଓଡ଼ିଶାରେ ଅଫିସରମାନଙ୍କ ସରକାର ଚାଲିଛି କହିଥିଲେ ନଡ୍ଡା । ସମୟ ଆସିଛି, ଏବେ ଏଠାକାର ସରକାରକୁ ଟାଟା ବାଏ ବାଏ କୁହନ୍ତୁ । ଓଡ଼ିଶାରେ ଜନତାଙ୍କ ସରକାର ଦରକାର କହିଲେ ନଡ୍ଡା । ଜନତାଙ୍କ ସରକାର, ମହିଳା ସଶକ୍ତୀକରଣର ସରକାର ଦରକାର ।ତାହା କେବଳ ବିଜେପି ହିଁ ଦେଇପାରିବ କହିଥିଲେ ନଡ୍ଡା ।

Advertisment

ତେବେ ଓଡ଼ିଶାକୁ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ଘନ ଘନ ଗସ୍ତ ରହିଛି । ଓଡ଼ିଶା ପ୍ରତି ଫୋକସ୍‌ କରିଛି ବିଜେପି । ପୂର୍ବରୁ ମୋଦି-ଶାହ ମଧ୍ୟ ବାରମ୍ବାର ଓଡ଼ିଶା ଆସି ସାରିଲେଣି । ଆଗକୁ ଆହୁରି ମଧ୍ୟ ଓଡ଼ିଶା ଆସିବେ । ରୋଡ୍‌ ସୋ’ କରିବେ । ବିଶାଳ ଜନସଭାକୁ ସମ୍ବୋଧନ ବି କରିବେ । 

ଅଧିକ ପଢ଼ନ୍ତୁ: ‘ମୋଦି ଚାଉଳରେ ନିଜ ଫଟୋ ଲଗାଇ ଛାଡ଼ୁଛନ୍ତି ନବୀନ’

BJD JP Nadda General Election 2024 BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ