Advertisment

‘ମୁଖ୍ୟମନ୍ତ୍ରୀ କାହିଁକି ଆଉ କାହା ସହ ଦେଖାଯାଉ ନାହାନ୍ତି, କେବଳ ଜଣଙ୍କୁ ତାଙ୍କ ସହ ଦେଖିବାକୁ ମିଳୁଛି’

ଯାହାଙ୍କୁ ଓଡ଼ିଶାବାସୀ ଭୋଟ ଦେଇଥିଲେ ତାଙ୍କୁ ବନ୍ଦୀ କରାଯାଇଛି। କଣ୍ଢେଇ ଭଳି କଣ୍ଟ୍ରୋଲ କରାଯାଇଛି। ଭୁବନେଶ୍ୱରରେ ପ୍ରେସମିଟରେ ଏଭଳି ସାଂଘାତିକ କଥା କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।

ଅଦ୍ୟତନ ହୋଇଛି
undefined

Baijayant Panda

Advertisment

ଗୋଟିଏ ମଞ୍ଚରୁ ରାଜ୍ୟ ସରକାରଙ୍କୁ ବିଜେପିର ମିଳିତ ଟାର୍ଗେଟ୍‌ । ପ୍ରେସମିଟ୍‌ରେ ଟାର୍ଗେଟ୍‌ କଲେ ରାଜ୍ୟର ୫ ବରିଷ୍ଠ ବିଜେପି ନେତା । ସଭାପତି ମନମୋହନ ସାମଲ, ରାଷ୍ଟୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଟାର୍ଗେଟ୍‌ । ବିଭିନ୍ନ ପ୍ରସଙ୍ଗ ଉଠାଇ ମିଳିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କଲେ । ଓଡ଼ିଶାରେ ସରକାର ଆଉଟସୋର୍ସ ହୋଇଯାଇଛି । ସାରା ଓଡ଼ିଶାରେ ଏହି ଚର୍ଚ୍ଚା ହେଉଛି । ପ୍ରଧାନମନ୍ତ୍ରୀ ଏହି କଥା ଉଠାଇଥିଲେ । ଯାହାଙ୍କୁ ଓଡ଼ିଶାବାସୀ ଭୋଟ ଦେଇଥିଲେ ତାଙ୍କୁ ବନ୍ଦୀ କରାଯାଇଛି। କଣ୍ଢେଇ ଭଳି କଣ୍ଟ୍ରୋଲ କରାଯାଇଛି। ଭୁବନେଶ୍ୱରରେ ପ୍ରେସମିଟରେ ଏଭଳି ସାଂଘାତିକ କଥା କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।

Advertisment

ଅଧିକ ପଢ଼ନ୍ତୁ: ଭୋଟ୍ ଦେଉଛି ଓଡ଼ିଶା; ପ୍ରଥମ ପର୍ଯ୍ୟାୟରେ ୪ସଂସଦୀୟ କ୍ଷେତ୍ର ଓ ୨୮ବିଧାନସଭା ଆସନରେ ଭୋଟିଂ

ସେ କହିଛନ୍ତି, ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଜଣେ ହିଁ ଲୋକ ନଜର ଆସୁଛନ୍ତି । କାହିଁକି ଆଉ କାହା ସହ ଦେଖାଯାଉ ନାହାନ୍ତି ନବୀନ ବୋଲି ପ୍ରଶ୍ନ କରିଛନ୍ତି ବୈଜୟନ୍ତ ପଣ୍ଡା । ଆମ ପରିବାର ବିଜୁ ବାବୁଙ୍କ ପରିବାର ସହ ଘନିଷ୍ଠ ସମ୍ପର୍କ ରହି ଆସିଛି। ମୋତେ ଦୁଃଖ ଲାଗୁଛି ନବୀନଙ୍କୁ ଯେମିତି କବଜା କରାଯାଇଛି । ୨୦୧୮ ପର୍ଯ୍ୟନ୍ତ ନବୀନ ବାବୁ ଏପରି ନ ଥିଲେ। ନବୀନ ବାବୁ କ୍ୟାପ୍‌ଚର ହେବା ଯୋଗୁଁ ଓଡ଼ିଆ ଅସ୍ମିତା ବିପଦରେ । ସେ କ୍ୟାପଚର ହେବା ପରେ ଏହି ସମୟରେ ରତ୍ନଭଣ୍ଡାର ଚାବି ହଜିଛି । ଆଗରୁ ହଜି ନ ଥିଲା । ନବୀନଙ୍କ ଭିଡିଓ ବାର୍ତ୍ତା ତାଙ୍କର ନୁହେଁ। ଅଧିକାଂଶ ଡିପ୍ ଫେକ ଭିଡିଓ । ଏଆଇ ଜରିଆରେ ଭିଡିଓ ତିଆରି ହୋଇଛି। କେହି ଜଣେ ତାଙ୍କୁ ମାଇକ୍ରୋଫୋନ ଧରି କୁହାଉଛି। ଯାହା ଡିଫ୍ ଫେକ୍ ଜରିଆରେ କହୁଛନ୍ତି ତାହା ସତ ତ ? ଓଡ଼ିଶାବାସୀ ତାଙ୍କୁ ଭୋଟ ଦେଇଥିଲେ, ସମସ୍ତେ ଜାଣିବା ଦରକାର ବୋଲି ବୈଜୟନ୍ତ ପଣ୍ଡା କହିଛନ୍ତି ।

Advertisment

ସେହିପରି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲେ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ। ଜାଣିଶୁଣି ସୁରକ୍ଷା ବ୍ୟବସ୍ଥା ଢ଼ିଲା କରାଯାଇଥିଲା । ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିଲା ଗୃହ ବିଭାଗ। ଏହି ହତ୍ୟାକାଣ୍ଡ ପଛରେ ଷଡ଼ଯନ୍ତ୍ର ଥିଲା। ସାଂସଦ ସସ୍ମିତ ପାତ୍ର ବାପାଙ୍କ ଭୂମିକା ସନ୍ଦେହ ଘେରରେ । କାହିଁକି ସ୍ୱାମୀଜୀଙ୍କ ସୁରକ୍ଷାକର୍ମୀଙ୍କୁ ଅପସାରଣ କରାଗଲା ? ୩ଟି କମିଶନ ବସିଲା କାହିଁକି ରିପୋର୍ଟ ସାର୍ବଜନୀନ କରାଗଲା ନାହିଁ’ ବୋଲି ପ୍ରଶ୍ନ କରିଛନ୍ତି ପ୍ରତାପ ଷଡଙ୍ଗୀ ।

ସେପଟେ ପ୍ରେସ୍‌ମିଟ୍‌ରେ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ । ରାଜ୍ୟରେ ଅଭୁତପୂର୍ଣ୍ଣ ପରିବର୍ତ୍ତନ ହେବାକୁ ଯାଉଛି କହିଲେ ଧର୍ମେନ୍ଦ୍ର । ସେ ଆହୁରି କହିଛନ୍ତି ‘ଓଡ଼ିଶାକୁ ୧ନଂ ରାଜ୍ୟ କରିବା ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ । ୨୫ ବର୍ଷ ଶାସନ କାଳରେ ଓଡ଼ିଶା ଆଜି ପଛରେ ପଡ଼ିଛି । ଏଇଥର ବିଜେପିକୁ ସୁଯୋଗ ଦିଅନ୍ତୁ, ଏକ ନମ୍ବର ହେବ ଓଡ଼ିଶା । ପାଣି, ଶିକ୍ଷା ଓ ସ୍ୱାସ୍ଥ୍ୟ ଅବସ୍ଥା ବିପର୍ଯ୍ୟସ୍ତ, ନାରୀ ସୁରକ୍ଷା ଚିନ୍ତାଜନକ। ଓଡ଼ିଶା ଶିଶୁ ମୃତ୍ୟୁହାରରେ ଦେଶରେ ତୃତୀୟ ସ୍ଥାନରେ ରହିଛି। ଜାତୀୟ ସ୍ତରର ମୁଣ୍ଡ ପିଛା ଆୟରେ ବି ପଛରେ ପଡ଼ିଛି ଓଡ଼ିଶା। ରାଜ୍ୟରେ ୫୦% ପିଲା ମାଟ୍ରିକ ପରୀକ୍ଷା ଦେବାକୁ ଯାଉନାହାନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ମାଙ୍କଡ଼ ହାତରେ ଶାଳଗ୍ରାମ କହି ତାଚ୍ଛଲ୍ୟ କରିଛନ୍ତି ଧର୍ମେନ୍ଦ୍ର। ହିଞ୍ଜିଳିରୁ କାହିଁକି ବେଶି ଲୋକ ଗୁଜରାଟକୁ କାମ କରିବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ଶାସ୍ତ୍ରୀୟ ଭାଷା, ନୃତ୍ୟ ସଙ୍ଗୀତ କ’ଣ ଜାଣି ନାହାନ୍ତି । ଯିଏ ଯାହା ଲେଖିଲା ମୁଖ୍ୟମନ୍ତ୍ରୀ କହି ଦେଉଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ।

Advertisment

ଅଧିକ ପଢ଼ନ୍ତୁ: ବିଜେପି ଫୋକସରେ ଚାଷୀ ଭୋଟ୍, ମୋଦିଙ୍କ MSP ଗ୍ୟାରେଣ୍ଟିକୁ ନେଇ ଉତ୍ସାହିତ ଚାଷୀ

ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଭୁବନେଶ୍ୱର ଅପରାଜିତା ଷଡ଼ଙ୍ଗୀ । DPR କାହିଁକି ଭୁଲ ହେଲା ଓ ବଦଳା ଗଲା କାହିଁକି ? ଶ୍ରୀମନ୍ଦିର ପ୍ରକଳ୍ପ ପାଇଁ ୪୨ ଶହ କୋଟିର ବ୍ୟୟ ସାର୍ବଜନୀନ ହେଉ ବୋଲି ଦାବି କରିଛନ୍ତି ଅପରାଜିତା ।

ବିଜେଡି ଆତ୍ମବିଶ୍ୱାସ ହରାଇଛି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ହାରିବାକୁ ଗ୍ରହଣ କରିପାରୁ ନାହାନ୍ତି ବୋଲି କହିଲେ ମନମୋହନ। ଆଜି ଯିଏ ଗୁମାସ୍ତା ସାଜିଛନ୍ତି କହୁଛନ୍ତି ହାରିଲେ ସନ୍ନ୍ୟାସ ନେବେ। ରାଜନୀତିରେ ହାରଜିତ ଏକ ସ୍ବାଭାବିକ ପ୍ରକ୍ରିୟା। ହତାଶ ହୋଇ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିବୃତି ଦେଉଛନ୍ତି। ଆମେ ଯାହା ସଂକଳ୍ପ ପତ୍ର ଦେଇଛୁ ତାହା ପୂରଣ କରିବୁ ବୋଲି କହିଛନ୍ତି ମନମୋହନ ସାମଲ ।

Dharmendra Pradhan BJP Baijayant Panda Aparajita Sarangi Odisha Politics General Elections 2024 Manmohan Samal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ