Advertisment

ଏଥର ରୋଚକ ହେବ ଜଟଣୀ ପଲିଟିକ୍ସ, ୩ ଦଳର ପ୍ରାର୍ଥୀଙ୍କୁ ଟକ୍କର ଦେବେ ସ୍ୱାଧୀନ ପ୍ରାର୍ଥୀ

ପ୍ରଚାରରେ କମ୍ପୁଛି ଜଟଣୀ ମଇଦାନ। ସମର୍ଥକଙ୍କୁ ଧରି ଚଳାଇଛନ୍ତି କ୍ୟାମ୍ପେନ୍ । ଶକ୍ତି ପ୍ରଦର୍ଶନ କରୁଛନ୍ତି ଜାତୀୟ ଓ ଆଞ୍ଚଳିକ ଦଳର ପ୍ରାର୍ଥୀ । କିନ୍ତୁ ଦୌଡ଼ର ପଛରେ ପଡ଼ି ନାହାଁନ୍ତି ସ୍ୱାଧୀନ ପ୍ରାର୍ଥୀ ।

author-image
Santosh Kumar Sahoo
Jatani Politics

Jatani Politics

ଏଥର ରୋଚକ ହେବ ଜଟଣୀ ପଲିଟିକ୍ସ । ତିନି ପ୍ରମୁଖ ରାଜନୈତିକ ଦଳଙ୍କୁ ଟକ୍କର ଦେବାକୁ ସ୍ୱାଧୀନ ପ୍ରାର୍ଥୀଙ୍କ ଜୋରଦାର ପ୍ରୟାସ । ଜଟଣୀ ବିଧାନସଭା ଆସନରୁ ସ୍ୱାଧୀନ ଭାବେ ଲଢ଼ୁଥିବା ଦୁଇ ଯୁବ ସ୍ୱାଧୀନ ପ୍ରାର୍ଥୀ ଏମ୍.ଡି ମନ୍ୱର ଅଲ୍ଲୀ ଏବଂ ସୁଜିତ୍ ବଳବନ୍ତରାୟ । ନିଜ ନିଜର ଯୁବ ସମର୍ଥକଙ୍କୁ ଧରି ପ୍ରଚାରରେ ଲାଗିପଡିଛନ୍ତି। କିଏ ଚାଷୀ ସମସ୍ୟାକୁ ମୁଦ୍ଦା କରିଛି ତ ଆଉ କିଏ ବେକାରୀ ସମସ୍ୟାକୁ ମୁଦ୍ଦା କରି ଗାଁରୁ ଗାଁକୁ ବୁଲି ପ୍ରଚାର କରୁଛି।

Advertisment

ପ୍ରଚାରରେ କମ୍ପୁଛି ଜଟଣୀ ମଇଦାନ। ସମର୍ଥକଙ୍କୁ ଧରି ଚଳାଇଛନ୍ତି କ୍ୟାମ୍ପେନ୍ । ଶକ୍ତି ପ୍ରଦର୍ଶନ କରୁଛନ୍ତି ଜାତୀୟ ଓ ଆଞ୍ଚଳିକ ଦଳର ପ୍ରାର୍ଥୀ । କିନ୍ତୁ ଦୌଡ଼ର ପଛରେ ପଡ଼ି ନାହାଁନ୍ତି ସ୍ୱାଧୀନ ପ୍ରାର୍ଥୀ । କିଏ ମୁଠାଏ ମୁଠାଏ ଧାନ ମାଗି ଭିନ୍ନ ତରିକାରେ ଭୋଟ ଭିକ୍ଷା କରୁଛନ୍ତି ତ, ଆଉ କିଏ ଯୁବ ପ୍ରାର୍ଥୀ କହି ଡୋର ଟୁ ଡୋର ବୁଲି ଆଶୀର୍ବାଦ ନେଇ ନିଜ ପାଇଁ ମାଗୁଛନ୍ତି ଭୋଟ। ଜଟଣୀ ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି ନବନିର୍ମାଣ କୃଷକ ସଂଗଠନର ସଂଗଠକ ଏମ୍ ଡି ମନ୍ୱର୍ ଅଲ୍ଲୀ । ଟ୍ରାକ୍ଟରରେ ବିରାଟ ରାଲି କରି ଭୋଟରଙ୍କ ମନି ଜିଣିବାକୁ ପ୍ରୟାସ କରିଛନ୍ତି।

ସେହିଭଳି ଯୁବ ସମାଜ ସେବୀ ସୁଜିତ୍ ବଳବନ୍ତରାୟ ପ୍ରଥମଥର ପାଇଁ ଜଟଣୀରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ୁଛନ୍ତି । ଦୁଇ ସ୍ୱାଧୀନ ପ୍ରାର୍ଥୀ ବେକାରୀ ଓ ଚାଷୀଙ୍କ ସମସ୍ୟାକୁ ମୁଦ୍ଦା କରି ଜଟଣୀ ଗଡ଼ ଜିତିବାକୁ ପ୍ରୟାସ କରିଛନ୍ତି । ଜଟଣୀରେ ପରିବର୍ତ୍ତନ ଆଶା ନେଇ ପ୍ରଚାର ଚଳାଇଛନ୍ତି ସ୍ୱାଧୀନ ପ୍ରାର୍ଥୀ । ଭୋଟର ମଧ୍ୟ ଏଥର ପରିବର୍ତ୍ତନ ଚାହୁଁଛନ୍ତି । ଦୁଇ ଯୁବ ସ୍ୱାଧୀନ ପ୍ରାର୍ଥୀ ଅଭିନବ ପ୍ରଚେଷ୍ଟାକୁ ଭୋଟର ମଧ୍ୟ ବେସ୍ ପସନ୍ଦ କରୁଥିବା ଶୁଣିବାକୁ ମିଳିଛି।

Advertisment

ଏପଟେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟ ଜୋରଦାର ପ୍ରଚାର କରୁଛନ୍ତି । ବିଗତ ଦିନରେ ବିଜେଡି ଓ କଂଗ୍ରେସ ମଧରେ ଫାଇଟ୍ ହେଉଥିବା ବେଳେ। କେବେ ବିଜେଡି ତ କେବେ ପୁଣି କଂଗ୍ରେସ ହାତକୁ ଯାଇଛି। ଏଥର ଜଟଣୀ ଗଡ଼ରେ ପଦ୍ମ ଫୁଟାଇବାକୁ ବିଜେପି ପ୍ରୟାସ କରିଛି ।

General Elections 2024 Jatani
Advertisment
Advertisment