Advertisment

ଆଜି ନବୀନଙ୍କ ନାମାଙ୍କନ, ହିଞ୍ଜିଳି ବିଧାନସଭା ଆସନରୁ ଦାଖଲ କରିବେ ପ୍ରାର୍ଥିପତ୍ର

ଆଜି ନାମାଙ୍କନ ଭରିବେ ନବୀନ । ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଛତ୍ରପୁର ଉପ ଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ କରିବେ ।

ଅଦ୍ୟତନ ହୋଇଛି
Odisha CM to file nomination from Hinjili

Odisha CM

Advertisment

ଆଜି ନାମାଙ୍କନ ଭରିବେ ନବୀନ । ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଛତ୍ରପୁର ଉପ ଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ କରିବେ । ମେ ୨୦ରେ ଦ୍ୱିତୀୟ ପର୍ଯ୍ୟାୟରେ ଏହି ଆସନ ପାଇଁ ମତଦାନ ହେବାକୁ ଥିବାବେଳେ ଷଷ୍ଠଥର ପାଇଁ ନବୀନ ଏଠାରୁ ନିର୍ବାଚନ ଲଢ଼ୁଛନ୍ତି ।

Advertisment

ଜିଲ୍ଲା ସଦର ମହକୁମା ଛତ୍ରପୁର ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିବେ । ସକାଳ ୧୧ଟାରେ ଛତ୍ରପୁର ନିକଟସ୍ଥ ନରସିଂହପୁର ଛକସ୍ଥିତ ହେଲିପ୍ୟାଡ୍ ରେ ମୁଖ୍ୟମନ୍ତ୍ରୀ ଓହ୍ଲାଇବେ । ସେଠାରୁ କାର୍ ରେ ମା’ତାରାତାରିଣୀଙ୍କ ପୀଠକୁ ଯିବେ । ପୂଜାର୍ଚ୍ଚନା ପରେ ମଧ୍ୟାହ୍ନ ୧୨ଟା ୩୫ ମିନିଟ୍ ରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥିପତ୍ର ଦାଖଲ କରିବେ ।

ଅଧିକ ପଢ଼ନ୍ତୁ: ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବିଜୟ ଧ୍ୱଜା ଉଡ଼ାଇବାକୁ କଂଗ୍ରେସର ବଡ଼ ପ୍ଲାନ

Advertisment

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନପତ୍ର ଦାଖଲ ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେପଟେ ଗତକାଲି ମଧ୍ୟ କେତେକ ହେଭିୱେଟ ନେତା ନାମାଙ୍କନ ଦାଖଲ କରିଛନ୍ତି । ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନାମାଙ୍କନ ଦାଖଲ ବେଳେ ମୁହାଁମୁହିଁ ହୋଇଥିଲେ ବିଜେପି ଓ ବିଜେଡି ସମର୍ଥକ ।

ବିଜେପି ପଟୁ ଜୟ ଶ୍ରୀରାମ ନାରା, ବିଜେଡି ପଟୁ ଜୟ ଜଗନ୍ନାଥ ଶୁଣାଯାଇଥିଲା । ବିଜେପି ପଟୁ ମୋଦି ମୋଦି, ବିଜେଡି ପଟୁ ନବୀନ ନାରା ଚାଲିଥିଲା । ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଜେଡିର ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସବର୍ମା ପ୍ରାର୍ଥିପତ୍ର ଦାଖଲ ପାଇଁ ସମର୍ଥକଙ୍କ ସହ ପୁରୀ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିବା ପରେ, ଉପୁଜିଥିଲା ଗରମାଗରମ ପରିସ୍ଥିତି ।

Advertisment

ହାତକୁ ହାତ ଧରି ଜଣେ ବୟସ୍କ ମହିଳାଙ୍କ ସହ ନାଚରେ ମଜ୍ଜି ଯାଇଥିଲେ ସମ୍ବିତ । ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ପୁରୀରେ ଭୋଟ୍ ପଡ଼ିବାକୁ ଥିବା ବେଳେ, ଆଜି ବିଜ୍ଞପ୍ତି ପ୍ରକାଶ ପାଉ ପାଉ ନାମାଙ୍କନ ଭରିଛନ୍ତି ସମ୍ବିତ ଓ ବିଜେପିର ପିପିଲି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ମହାପ୍ରଭୁ ଜଗନ୍ନାଥ ଓ ଦେବଦେବ ମହାଦେବଙ୍କ ପୂଜାର୍ଚ୍ଚନା ପରେ, ଭୁବନେଶ୍ୱର ଉପକଣ୍ଠ ଉତ୍ତରା ଛକରୁ ମା ଦୁଲାଦେଇଙ୍କ ଆଶୀର୍ବାଦ ନେଇ ବିଶାଳ ରାଲିରେ ବାହାରିଥିଲେ ଉଭୟ ନେତା ଓ ପ୍ରାର୍ଥିପତ୍ର ଦାଖଲ କରିଥିଲେ ।

ଅଧିକ ପଢ଼ନ୍ତୁ: ଓଡ଼ିଶା ନିର୍ବାଚନରେ ବଡ଼ ମୁଦ୍ଦା ଓଡ଼ିଆ ଅସ୍ମିତା, ମୋଦିଙ୍କ ସାଂଘାତିକ ନିଶାନା ପରେ ରାଜନୀତିରେ ହଲଚଲ୍

ବିଜେପି ପକ୍ଷରୁ ଗତକାଲି ବହୁ ହେଭିୱେଟ୍ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ରାଉରକେଲା ପ୍ରାର୍ଥୀ ଦିଲୀପ ରାୟ ଘରେ ପ୍ରଭୁ ଜଗନ୍ନାଥ ଏବଂ ପିତାମାତାଙ୍କ ଫଟୋଚିତ୍ରକୁ ମୁଣ୍ଡିଆ ମାରି ନୋମିନେସନ ପାଇଁ ବାହାରିଥିଲେ । ସେହିପରି ବୀରମିତ୍ରପୁର ବିଜେପି ବିଧାୟକ ପ୍ରାର୍ଥୀ ଶଙ୍କର ଓରାମ ରାଉରକେଲା ସିଂହାସନୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ, ତାଙ୍କୁ ପୂଜା ହୋଇଥିବା ଫୁଲମାଳ ପିନ୍ଧାଇ ଦେଇଥିଲେ ତାଙ୍କ ପତ୍ନୀ ।

ବଲାଙ୍ଗିର ବିଜେପି ସାଂସଦ ପ୍ରାର୍ଥୀ ତଥା ପାଟଣାଗଡ଼ ମହାରାଣୀ ସଂଗୀତା କୁମାରୀ ସିଂଦେଓ ମା ଦଶମତି, ଇଷ୍ଟଦେବୀ ପାଟଣେଶ୍ୱରୀ, ସମଲେଶ୍ୱରୀଙ୍କ ସହ ହନୁମାନଙ୍କ ଦର୍ଶନ କରି ହାତରେ ପଦ୍ମଫୁଲ ଧରି ସ୍ୱାମୀ କେଭିଙ୍କ ସହ ଶୋଭାଯାତ୍ରାରେ ଆସିଥିଲେ ନାମାଙ୍କନ ପାଇଁ। ଅନ୍ୟ ବିଜେପି ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରେ ଲୋଇସିଂହାର ମୁକେଶ ମହାଲିଙ୍ଗ ଏବଂ ଝାରସୁଗୁଡ଼ାର ଟଙ୍କଧର ତ୍ରିପାଠୀ ପ୍ରମୁଖ ଗତକାଲି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ