Advertisment

୨୪ ମହାସଂଗ୍ରାମ ପାଇଁ ପ୍ରଚାର ମୈଦାନରେ ନବୀନ, ସମରଝୋଳ-ଶେରଗଡ଼ରୁ ବିରୋଧୀଙ୍କୁ ଟାର୍ଗେଟ୍

ବିରୋଧୀ ବିକାଶ ବିରୋଧୀ ବୋଲି କହିଲେ ମୁଖ୍ୟମନ୍ତ୍ରୀ । ବିଧାନସଭା ସହ ଲୋକସଭାରେ ବି ଭଲ ରେଜଲଟ ନେଇ ନବୀନଙ୍କ ଦୃଢ଼ୋକ୍ତି ।

author-image
Satyendu Shekher Mishra
undefined

Odisha Politics

୨୪ ମହାଲଢ଼େଇ ପାଇଁ ପ୍ରଚାର ମୈଦାନରେ ନବୀନ । ହିଞ୍ଜିଳିରୁ ଫୁଙ୍କିଲେ ବିଜେଡି ପ୍ରଚାରର ଶଙ୍ଖ। ଦୁଇ ଦୁଇଟି ଜନସଭାକୁ ସମ୍ବଧୋନ କରି ଭୋଟ୍ ଭିକ୍ଷା । ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ଆଜି ବିଜେଡି ପ୍ରଚାରର ଶୁଭ ଦେଇଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମେ ସମରଝୋଳ ଓ ତା ପରେ ଶେରଗଡ଼ରେ ନବୀନଙ୍କ 5T ରୂପାନ୍ତରଣ ଗ୍ୟାରେଣ୍ଟି ନାଁରେ ଜନସଭା କରି ନିଜ ପାଇଁ ଓ ଦଳ ପାଇଁ ଭୋଟ୍  ମାଗିଛନ୍ତି।

Advertisment

ନବୀନ କହିଛନ୍ତି, ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର। ଏମାନଙ୍କ ପାଇଁ କାମ କରି ଚାଲିଛି, ଶେଷ ଯାଏଁ କରିବି। ମିଶନ ଶକ୍ତି ମାଆମାନେ ଉଦ୍ୟୋଗୀ ହେଲେଣି। ଏଥିସହ ହିଞ୍ଜିଳିରୁ ବିଜେଡିର ଜୟଯାତ୍ରା ଆରମ୍ଭ ହେଲା କହି ବିରୋଧୀ ଦଳଙ୍କୁ ବି ନିଶାନା କରିଛନ୍ତି ନବୀନ।

ସେ ଆହୁରି କହିଛନ୍ତି ବିରୋଧୀ ଦଳ ବିକାଶ କାମରେ ବାଧା ସୃଷ୍ଟି କରୁଛନ୍ତି। ସେମାନଙ୍କ ଅସଲ ରୂପ ରାଜ୍ୟବାସୀ ଜାଣିଛନ୍ତି। ଲୋକସଭାରେ ବି ବହୁତ ଭଲ କରିବୁ ବୋଲି ଦମ୍ଭୋକ୍ତି ଦେଖାଇବା ସହ ୨୦୩୬ ସୁଦ୍ଧା ଓଡ଼ିଶା ଦେଶର ଏକ ନମ୍ବର ରାଜ୍ୟ ହେବ କହିଛନ୍ତି ମୁଖ୍ୟମନ୍ତ୍ରୀ।

Advertisment

ନିର୍ବାଚନୀ ସଭାରେ ବିରୋଧୀଙ୍କୁ ନବୀନଙ୍କ ବିକାଶ ବିରୋଧୀ ନିଶାନାର ଜବାବ ରଖିଛନ୍ତି ଉଭୟ କଂଗ୍ରେସ୍ ଓ ବିଜେପି। କଟାକ୍ଷ କରି କଂଗ୍ରେସ କହିଛି, ୨୫ ବର୍ଷ ଭିତରେ ନବୀନ ସରକାରର ବିକାଶ, ଭୁବନେଶ୍ବରରେ କେବଳ ଗୋଟିଏ ବସ୍ ଷ୍ଟାଣ୍ଡ, ୨ଟି ଅଖା ବ୍ୟାଗ୍ ଓ ହଜାରେ ଟଙ୍କାରେ ସୀମିତ। ସେହିପରି ବିଜେପି କହିଛି, ନବୀନଙ୍କ ଗ୍ୟାରେଣ୍ଟିର ଉତ୍ତର ତାଙ୍କୁ ଜୁନ୍ ୪ରେ ମିଳିଯିବ।

ଆସନ୍ତା ମେ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍। ତେଣୁ ହାତରେ ସମୟ କମ୍ ଥିବାରୁ ଗ୍ରୀଷ୍ମତାତି ସହ ତାଳ ଦେଇ ଜମିବ ବିଭିନ୍ନ ଦଳର ହେଭିୱେଟ୍‌ଙ୍କ ପ୍ରଚାର ତାତି। 

BJD BJP Congress Odisha Politics General Election 2024
Advertisment
Advertisment