BJP
ତିନୋଟି ଭିନ୍ନ ଭିନ୍ନ ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି । ରାଜନୈତିକ ଫାଇଦା ପାଇଁ ସରକାରୀ କଳକୁ ଅପବ୍ୟବହାର କରୁଛି ଶାସକ ଦଳ । ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ଡାକି ବୈଠକ କରିଛନ୍ତି । କିନ୍ତୁ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ରାଜନୈତିକ କାର୍ଯ୍ୟକଳାପରେ ସାମିଲ ହେବା କଥା ନୁହେଁ । ପୂର୍ବରୁ ମଧ୍ୟ ସରକାରୀ ଅଫିସର ଏବଂ ମହିଳା ସ୍ୱୟଂ ସହାୟକମାନଙ୍କୁ ଭୋଟ ପାଇଁ ଅପବ୍ୟବହାର କରେ । ଏହାସହ ନିର୍ବାଚନ ସମୟରେ ବେଆଇନ ମଦ କାରବାର ଉପରେ ରୋକ ଲଗାଯାଉ ବୋଲି ଦାବି କରିଛି ବିଜେପି ।
ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ବେଆଇନ ଭାବେ ମଦ ଦୋକାନ ଲାଇସେନ୍ସ ଦିଆ ନ ଯାଉ । ବିଜେଡି ଏଥିରୁ ନିବୃତ୍ତ ରହୁ । ମଦ ଦେଇ ପ୍ରଲୋଭନ ଦେଖାଇ ରାଜନୈତିକ ଦଳମାନେ ଭୋଟ କିଣିବାର ଅନେକ ନଜିର ରହିଛି । ସେହିପରି କଟକ ଲୋକସଭା କ୍ଷେତ୍ରରେ କିଛି ଅଫିସର ଏବେ ଯାଏଁ ବଦଳି କରାଯାଇନାହିଁ ବୋଲି ଅଭିଯୋଗ କରିଛି ଦଳ । ୬ ବର୍ଷରୁ ଅଧିକ ସମୟ ହେଲା ଅଫିସରମାନେ ଗୋଟିଏ ସ୍ଥାନରେ ନିୟୋଜିତ ଅଛନ୍ତି । ୨୦୧୯ରେ ଯେଉଁ ଅଫିସରମାନେ ଥିଲେ, ସେମାନେ ଏବେ ବି ଅଛନ୍ତି । ତେଣୁ ସେହି ଅଫିସରମାନଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଉ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି କରିଛି ବିଜେପି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/BJP_1711382776.jpg)