Advertisment

ଭୋଟ୍ ଦେଉଛି ଓଡ଼ିଶା; ପ୍ରଥମ ପର୍ଯ୍ୟାୟରେ ୪ସଂସଦୀୟ କ୍ଷେତ୍ର ଓ ୨୮ବିଧାନସଭା ଆସନରେ ଭୋଟିଂ

ପ୍ରଥମ ପର୍ଯ୍ୟାୟରେ ଭୋଟ ପାଇଁ ୭ ହଜାର ୩୦୩ ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର କରାଯାଇଛି । ୭୧୫ଟି ବୁଥ ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ବାରା ପରିଚାଳିତ ହେଉଛି।

ଅଦ୍ୟତନ ହୋଇଛି
Odisha Assembly Elections First Phase Voting

Odisha Assembly Elections

Advertisment

ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେଲା ଓଡ଼ିଶା। ଆଜି ଦେଶରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍ ଥିବା ବେଳେ ଓଡ଼ିଶାରେ ଚାଲିଛି ପ୍ରଥମ ପର୍ଯ୍ୟାୟ ଭୋଟ୍। ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ଏହା ପୂର୍ବରୁ ମକ୍ ପୋଲ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା କ୍ଷେତ୍ର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଏବଂ ଏହା ଅଧିନସ୍ଥ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ହେଉଛି ଭୋଟିଂ।

Advertisment

ଏହି ୪ଟି ଲୋକସଭା ନିର୍ବାଚନମଣ୍ଡଳୀରେ ୬୨ ଲକ୍ଷ ୮୭ ହଜାର ୨୨୨ ଭୋଟର ମତଦାନ କରିବେ । ଏମାନଙ୍କ ମଧ୍ୟରେ ୩୦ ଲକ୍ଷ ୯୭ ହଜାର ୫୨୭ ପୁରୁଷ ଏବଂ ୩୧ ଲକ୍ଷ ୮୯ ହଜାର ୬୦ ମହିଳା ଏବଂ ୬୩୫ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି । ଏହି ପର୍ଯ୍ୟାୟରେ ପୁରୁଷଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି । ସେହିପରି ୧ ଲକ୍ଷ ୭୫ ହଜାର ଯୁବ ଭୋଟର ରହିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ଭୋଟ ପାଇଁ ୭ ହଜାର ୩୦୩ ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର କରାଯାଇଛି । ୭୧୫ଟି ବୁଥ ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ବାରା ପରିଚାଳିତ ହେଉଛି। ୧ ହଜାର ୨୬୪ଟି କ୍ରିଟିକାଲ ମତଦାନ କେନ୍ଦ୍ର ରହିଛି । ସେହିପରି ୪ଟି ପର୍ଯ୍ୟାୟରେ ସଂସଦୀୟ କ୍ଷେତ୍ର ଲାଗି ୩୭ ଜଣ ପ୍ରାର୍ଥୀ ଥିବା ବେଳେ ବିଧାନସଭା ଲାଗି ୨୪୩ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି ।

Advertisment

 Live Updates: ପ୍ରଥମ ପର୍ଯ୍ୟାୟ ଭୋଟିଂର ଟିକିନିଖି ଖବର ଜାଣିବାକୁ ଏହି ଲିଙ୍କରେ କ୍ଲିକ କରନ୍ତୁ...

ଶୃଙ୍ଖଳିତ ମତଦାନଠୁ ଆରମ୍ଭ କରି ସୁରକ୍ଷା ନେଇ ବ୍ୟାପକ ବ୍ୟବସ୍ଥା ହୋଇଛି । ଏଥିପାଇଁ ମୁତୟନ ହୋଇଛନ୍ତି ୧୭ ହଜାର ପୋଲିସ ଫୋର୍ସ ୧୦୪ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ । ସେହିପରି ୬୦୦ ମୋବାଇଲ ପେଟ୍ରୋଲିଂ ପାର୍ଟିଙ୍କୁ ନିୟୋଜିତ କରାଯାଇଛି । ସେହିପରି ସୀମାରେ ଚେକିଂ କଡ଼ାକଡ଼ି କରୁଛି ପୋଲିସ । ୫୧ଟି ଆନ୍ତଃରାଜ୍ୟ ବର୍ଡର ଚେକ୍ ପୋଷ୍ଟ କରାଯାଇଛି। ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳରେ ୫୦ଟି ଚେକ୍‌ ପୋଷ୍ଟ କରାଯାଇଛି ।

Advertisment

୨୧୦ଟି ଫ୍ଲାଇଂ ସ୍କ୍ୱାର୍ଡ ଟିମ୍‌ ରହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୫ଟି EVM ଷ୍ଟ୍ରଙ୍ଗ୍‌ ରୁମ୍‌ ରହିଛି। ଷ୍ଟ୍ରଙ୍ଗ୍‌ ରୁମ୍‌ ସୁରକ୍ଷାରେ ୧ ପ୍ଲାଟୁନ୍‌ ଅର୍ଦ୍ଧ ସାମରିକ ବାହିନୀ ନିୟୋଜିତ ହୋଇଛନ୍ତି । ସେହିପରି ବାହ୍ୟ ସୁରକ୍ଷା ପାଇଁ ଗୋଟିଏ ପ୍ଲାଟୁନ୍‌ ଓଡ଼ିଶା ପୋଲିସ୍‌ ଫୋର୍ସ ନିୟୋଜିତ କରାଯାଇଛି।ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପୋଲିସ୍‌ ଫୋକସ୍‌ରେ ରହିଛି ମାଓ ଇଲାକା । ୫୩୭ଟି ବୁଥ୍‌ ମାଓବାଦୀ ଇଲାକାରେ ଅଛି । ନକ୍ସଲ ଅଧ୍ୟୁଷିତ ଅଂଚଳରେ କିଭଳି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହେବ ସେଥିପାଇଁ ସବୁ ଚେଷ୍ଟା କରାଯାଇଛି। ୫୩୯ଟି ଆଣ୍ଟି ନକ୍ସଲ ଅପରେସନ କରାଯାଇଛି ।

ଅଧିକ ପଢ଼ନ୍ତୁ: ପ୍ରଥମ ପର୍ଯ୍ୟାୟ ଭୋଟିଂ; ବାଜିରେ ଲାଗିଛି ବହୁ ହେଭିୱେଟ୍‌ ନେତାଙ୍କ ଭାଗ୍ୟ

Odisha Election General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ