Advertisment

ବିଜେଡି ହାତରୁ ଖସିଲା ଶାସନ ଡୋରି, ନବୀନ ପାଲଟିଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଇତିହାସ ରଚିବା ବଦଳରେ ଇତିହାସ ପାଲଟିଲେ ନବୀନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହାବାତ୍ୟାରେ ଧରାଶାୟୀ ନବୀନ ମ୍ୟାଜିକ୍ ।

ଅଦ୍ୟତନ ହୋଇଛି
Naveen Patnaik Becames Former CM

Naveen Patnaik

Advertisment

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ। ନିର୍ବାଚନରେ ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ରାଜଭବନ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ତାଙ୍କ ଇସ୍ତଫାପତ୍ର ଦେଇଛନ୍ତି। ଲଗାତାର ୨୪ବର୍ଷ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ ନବୀନ ପଟ୍ଟନାୟକ । ତେବେ ଏବେ ଆଉ ମୁଖ୍ୟମନ୍ତ୍ରୀ ନୁହଁନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ । ପ୍ରଥମ ଥର ରାଜ୍ୟରେ ପରାଜୟର ସ୍ୱାଦ ଚାଖିଛି ୨୪ ବର୍ଷର ଶାସକ ଦଳ ବିଜେଡି ।

Advertisment

ନିର୍ବାଚନରେ ପରାଜୟ ବରଣ କରିବା ପରେ ନବୀନ ଏବେ ଇତିହାସ ପାଲଟି ଯାଇଛନ୍ତି । ଇତିହାସ ରଚିବା ବଦଳରେ ଇତିହାସ ପାଲଟିଲେ ନବୀନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହାବାତ୍ୟାରେ ଧରାଶାୟୀ ନବୀନ ମ୍ୟାଜିକ୍ । ଓଡ଼ିଶା ରାଜନୀତିରେ 'ନବୀନ ଶାସନ'ର ଅନ୍ତ ହୋଇଛି । ୨୪ ବର୍ଷ ପରେ ବିଜେଡି ହାତରୁ ଖସିଲା ଶାସନ ଡୋରି । ଗୋଟିଏ ଝଟକାରେ ମିଳେଇଗଲା ଷଷ୍ଠଥର ମୁଖ୍ୟମନ୍ତ୍ରୀର ସ୍ୱପ୍ନ । ମୁଖ୍ୟମନ୍ତ୍ରୀରୁ କେବଳ ବିଧାୟକ ଏବେ ନବୀନ ପଟ୍ଟନାୟକଙ୍କ ପରିଚୟ । ୨୪ ବର୍ଷରେ ପ୍ରଥମ ଥର ପାଇଁ ନବୀନ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ରାଜନୈତିକ ଜୀବନରେ ପ୍ରଥମ ଥର ପାଇଁ ବିରୋଧୀ ଆସନରେ ବସିବେ ନବୀନ ପଟ୍ଟନାୟକ ।

ଅଧିକ ପଢ଼ନ୍ତୁ: କାମ କଲାନି ନବୀନ ଯାଦୁ; ଓଡ଼ିଶାରେ ଫୁଟିଲା ପଦ୍ମ

ସୂଚନା ଅନୁସାରେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଦୀର୍ଘ ୨୪ ବର୍ଷରୁ ଅଧିକ ସମୟର ଶାସନରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ଓଡ଼ିଶାରେ ବିଜେପିକୁ ମିଳିଲା ସ୍ପଷ୍ଟ ବହୁମତ । ଓଡ଼ିଶାରେ ସରକାର ଗଠନର ମ୍ୟାଜିକ ନମ୍ୱର ୭୪ଥିବା ବେଳେ ବିଜେପି ଏହାକୁ ପାର୍‌ କରି ପାଇଛି ୭୮ ଆସନ । କେବଳ ସେତିକି ନୁହେଁ ଲୋକସଭାରେ ମଧ୍ୟ ବିଜେପି ବାଜି ମାରିଛି । ମୋଟ୍ ୨୧ ଆସନରୁ ବିଜେପି ଖାତାକୁ ଯାଇଛି ୨୦ ଆସନ ।

Advertisment

ନବୀନ ପଟ୍ଟନାୟକ ମଧ୍ୟ ଗୋଟିଏ ଆସନରେ ପରାଜୟ ବରଣ କରିଛନ୍ତି । ସେ କଣ୍ଟାବାଞ୍ଜି ଓ ହିଞ୍ଜିଳି ଆସନରୁ ନିର୍ବାଚନ ଲଢ଼ୁଥିବା ବେଳେ କଣ୍ଟାବାଞ୍ଜି ଆସନରୁ ବଡ଼ ବ୍ୟବଧାନରେ ପରାଜୟର ସାମ୍ନା କରିଛନ୍ତି । ସେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ୍‌ଙ୍କଠାରୁ ୧୬ ହଜାର ୩୪୪ ଖଣ୍ଡ ଭୋଟରେ ହାରିଛନ୍ତି । ସେହିପରି ହିଞ୍ଜିଳି ଆସନରୁ ମଧ୍ୟ କମ୍‌ ବ୍ୟବଧାନରେ ବିଜୟଲାଭ କରିଛନ୍ତି ନବୀନ । ବିଜେପି ପ୍ରାର୍ଥୀ ଶିଶିର ମିଶ୍ରଙ୍କଠାରୁ ମାତ୍ର ୩ ହଜାର ୬୪୬ ଖଣ୍ଡ ଭୋଟରେ ଜିତିଛନ୍ତି ନବୀନ ।

ଚଳିତ ଥରର ନିର୍ବାଚନ ସମସ୍ତଙ୍କୁ ଚମକାଇ ଦେଇଛି । ପରିବର୍ତ୍ତନ ନାରାରେ ସାମିଲ୍ ହୋଇଛନ୍ତି ରାଜ୍ୟବାସୀ। ଓଡ଼ିଶାରେ ବିଜେଡି ଶାସନକୁ କହିଛନ୍ତି ନା । ଗତକାଲି ଭୋଟ୍ ଗଣତି ଆରମ୍ଭ ହେବା ପରାଠାରୁ ହିଁ ବିଜେପି ଟ୍ରେଣ୍ଡ କରିଥିଲା। ମଧ୍ୟାହ୍ନ ସୁଦ୍ଧା ବିଜେପି ଜିତିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଥିଲା। ଲୋକସଭାରେ ଗୋଟିଏ ପରେ ଗୋଟିଏ ସିଟ୍‌ରେ ଜିତି ଚାଲିଥିଲା ବିଜେପି । ଅପରାହ୍ନ ୨ଟା ସୁଦ୍ଧା ମ୍ୟାଜିକ୍ ନମ୍ବର ଛୁଇଁଯାଇଥିଲା ବିଜେପି । ସନ୍ଧ୍ୟା ବେଳକୁ ଚିତ୍ର ସ୍ପଷ୍ଟ ହୋଇଯାଇଥିଲା । ଲୋକ ବିଜେଡି ପରିବର୍ତ୍ତେ ବିଜେପିକୁ ସ୍ପଷ୍ଟ ବହୁମତ ଦେଇଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ‘ଲେଖା ଛିଡ଼ିଲା, କ୍ରୀତଦାସ ମାନସିକତାରୁ ଓଡ଼ିଶାବାସୀ ମୁକ୍ତି ପାଇଲେ’

ସବୁଠୁ ବଡ଼ କଥା ହେଲା ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିକୁ ନେଇ ବିଜେଡି ଯେତେ ପ୍ରଚାର କରିବାକୁ ଚେଷ୍ଟା କରିଥିଲେ ବି ତାହା ଆଉ କାମ ଦେଲାନି । ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କ୍ଷମତାରେ ଥିବା ବିଜେଡି ସରକାରକୁ ଲୋକେ କ୍ଷମତାଚ୍ୟୁତ କରିଛନ୍ତି । ଚଳିତ ନିର୍ବାଚନରେ ସବୁଠାରୁ ବଡ଼ ବିପର୍ଯ୍ୟୟର ସାମ୍ନା କରିଛି ଦଳ । ଭୁଶୁଡିଯାଇଛି ବିଜେଡି ଗଡ଼ ।

Naveen Patnaik BJD General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ