Advertisment

ବିଜେଡି ଆଶାୟୀଙ୍କ ଖୋଲା ବିରୋଧ; ପଦ୍ମ ଧରିବେ ନରେନ ଓ ପ୍ରେମାନନ୍ଦ!

ଆଜି ବିଜେପିରେ ମିଶିବେ ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ।ବ୍ୟକ୍ତିଗତ କାରଣ ଦର୍ଶାଇ ଗତକାଲି କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।

BJP

BJP

Advertisment

କନ୍ଦଳ, ବିବାଦ, ବିଭ୍ରାଟ । ବିଜେଡି ପାଇଁ ଖୋଲାଖୋଲି ବିଦ୍ରୋହ ସାଜିଲାଣି ମୁଣ୍ଡବିନ୍ଧା। ୨୪ ନିର୍ବାଚନ ପୂର୍ବରୁ ମାଳ ମାଳ ଆଶାୟୀଙ୍କ ଭିତରେ ତୀବ୍ର ହେଲାଣି ବିବାଦ। ଆଜି ବିଜେପିରେ ମିଶିବେ ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ।ବ୍ୟକ୍ତିଗତ କାରଣ ଦର୍ଶାଇ ଗତକାଲି କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ନରେନ ପଲେଇ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଭଦ୍ରକ ବିଧାୟକ ଥିଲେ। ଗତ ନିର୍ବାଚନରେ କଂଗ୍ରେସ ଟିକେଟ ପାଇଁ ଆଶାୟୀ ଥିଲେ ନରେନ ।

Advertisment

ତେବେ ଶେଷ ମୁହୂର୍ତ୍ତରେ ସେଥିରୁ ବଞ୍ଚିତ ହୋଇଥିଲେ। ସେବେଠୁ କଂଗ୍ରେସରେ ଥାଇ ମଧ୍ୟ ସକ୍ରିୟ ରାଜନୀତି ଠାରୁ ଦୂରରେ ଥିଲେ ନରେନ। ତେବେ ଚଳିତ ନିର୍ବାଚନରେ ପୁଣି ଥରେ ସେ ନିର୍ବାଚନ ଲଢ଼ିବାକୁ ଆଶା ରଖିଥିବା, ତାଙ୍କ ସମର୍ଥକ ମହଲରେ ଜୋରଦାର ଚର୍ଚ୍ଚା ହେଉଛି । ଏଭିତରେ ନରେନ ନିଜେ ସୂଚନା ଦେଇଛନ୍ତି ଯେ, ଆଜି ସେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପଦ୍ମ ଧରିବେ।

ଏହାରି ଭିତରେ ଆଜି ବିଜେପିରେ ସାମିଲ ହୋଇପାରନ୍ତି ପ୍ରେମାନନ୍ଦ ନାୟକ। ପୂର୍ବତନ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇପାରନ୍ତି।କିଛି ଦିନ ପୂର୍ବରୁ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଏବେ ସେ ତେଲକୋଇରୁ ବିଧାୟକ ଅଛନ୍ତି । ଯଦି ପ୍ରେମାନନ୍ଦ ବିଜେପିରେ ମିଶନ୍ତି ତା ହେଲେ କେନ୍ଦୁଝର ରାଜନୀତିରେ କିଛି ନୂଆ ସମୀକରଣ ସୃଷ୍ଟି ହୋଇପାରେ।

Advertisment

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଜୟଦେବ ବିଧାୟକ ଅରବିନ୍ଦ ଢାଲିଙ୍କ ପରେ ଏବେ ଚତୁର୍ଥ ବିଧାୟକ ଭାବେ ପ୍ରେମାନନ୍ଦ ନାୟକ ବିଜେପିରେ ମିଶିବାକୁ ଯାଉଛନ୍ତି।

BJP BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ