Advertisment

ଦିଲ୍ଲୀରେ ଝୁଲୁଛି ଓଡ଼ିଶା ରାଜନୀତିର ଭାଗ୍ୟ ! BJPର ମାନସ ମନ୍ଥନ, ହଟୁନି ମେଣ୍ଟ ସସପେନ୍ସ

ରାଜ୍ୟ ବିଜେପି ନେତୃତ୍ୱଙ୍କ ସହ ନଡାଙ୍କ ବୈଠକ । ତୃତୀୟ ପର୍ଯ୍ୟାୟରେ ଆସିପାରେ ଓଡ଼ିଶା ପ୍ରାର୍ଥୀଙ୍କ ନାଁ ।

author-image
Satyendu Shekher Mishra
undefined

Odisha BJP

ଦିଲ୍ଲୀରେ ଝୁଲୁଛି ଓଡ଼ିଶା ରାଜନୀତିର ଭାଗ୍ୟ। ଯଦିଓ ରାଜ୍ୟରେ ଚାଲିଛି ନିର୍ବାଚନୀ କସରତ, ହେଲେ ଏବେ ବି ଦିଲ୍ଲୀରେ ଡିଲ୍ ଅନ୍। କାହିଁକିନା, ଏଯାଏଁ ଆସୁନି ସ୍ପଷ୍ଟତା। ଉଭୟ ଦଳ ନେତା କହୁଛନ୍ତି ଯାହା ନିଷ୍ପତ୍ତି ନେବେ ଶୀର୍ଷ ନେତୃତ୍ୱ। ଆଉ ଏହାରି ଭିତରେ ୧୫ ଦିନରେ ୩ ଥର ଦିଲ୍ଲୀ ଗଲେଣି ରାଜ୍ୟ ବିଜେପି ନେତୃତ୍ୱ।

Advertisment

ଗତକାଲି ଦିଲ୍ଲୀ ବିଜେପି ହେଡକ୍ୱାର୍ଟରରେ ଓଡ଼ିଶା ଦଖଲ ପାଇଁ ଚାଲିଥିଲା ମାନସମନ୍ଥନ। ବୈଠକ ନେଇଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ସଂଗଠନ ସଂପାଦକ ବି.ଏଲ୍. ସନ୍ତୋଷ। ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଙ୍ଗଠନ ସଂପାଦକ, ପ୍ରଭାରୀଙ୍କ ସମେତ ସମସ୍ତ ବରିଷ୍ଠ ନେତା ଉପସ୍ଥିତ ଥିଲେ। ବିଳମ୍ବତ ରାତିରେ ବୈଠକ ସରିବା ପରେ ମନମୋହନ ବାହାରି କହିଥିଲେ ସବୁ ଆସନ ଉପରେ ଆଲୋଚନା ହେଲା। ରାଜ୍ୟ ନିର୍ବାଚନ କମିଟି ସ୍ଥିର କରିଥିବା ତାଲିକା ଉପରେ ବି ଆଲୋଚନା ହୋଇଛି। 

ଆଜି ସଂଧ୍ୟାରେ ବି ଦିଲ୍ଲୀରେ କେନ୍ଦ୍ର ନେତୃତ୍ୱଙ୍କ ସହ ରାଜ୍ୟ ନେତୃତ୍ୱଙ୍କ ବୈଠକ ରହିଛି। ଖୁବ ଶୀଘ୍ର କେନ୍ଦ୍ର ନିର୍ବାଚନ କମିଟି ବୈଠକ ବସିବା ପରେ ତୃତୀୟ ପର୍ଯ୍ୟାୟରେ ଓଡିଶାରୁ କିଛି ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ଦଳ। ତାପରେ ଏହି ଦ୍ୱନ୍ଦ୍ୱ ଉପରୁ ପରଦା ଉଠିପାରେ ବୋଲି ଚର୍ଚ୍ଚା ହେଉଛି।

Advertisment

ଏପଟେ ଉଭୟ ବିଜେପି ଓ ବିଜେଡି ରାଜ୍ୟରେ ଜାରି ରଖିଛନ୍ତି ନିର୍ବାଚନୀ ପ୍ରସ୍ତୁତି। ବିଜେପି କୋର୍ କମିଟି ବୈଠକ ଓ ନିର୍ବାଚନ କମିଟି ବୈଠକ କରି ଟିକେଟ୍ କସରତ ସାରିଥିବା ବେଳେ । ରିପୋର୍ଟ ମଧ୍ୟ ଦିଲ୍ଲୀ ପଠାଯାଇଛି। ଅନ୍ୟପଟେ ବିଜେଡି ମଧ୍ୟ ସଂସଦୀୟ କ୍ଷେତ୍ର ଅନୁଯାୟୀ ସାଙ୍ଗଠନିକ ସ୍ଥିତି ସମୀକ୍ଷା କରିବା ସହ ଟିକେଟ ବଣ୍ଟନ ନେଇ ପ୍ରକ୍ରିୟା ବି ଆରମ୍ଭ କରିଛି।

ଗତକାଲି ପୁରୀ, କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ନେତାଙ୍କୁ ଡାକି ବୈଠକ ନେଇଥିଲେ ସୁପ୍ରିମୋ। ଦ୍ୱନ୍ଦ ଦୂର ହୋଇନଥିଲେ ବି ଆଗକୁ ସମୀକରଣ ଯାହା ବି ହେଉ ତାକୁ ଆଖି ଆଗରେ ରଖି ଉଭୟ ଦଳ କସରତ ଚଳାଇଛନ୍ତି। କିନ୍ତୁ ଏବେ ବି ମେଣ୍ଟ ନେଇ ସ୍ପଷ୍ଟ ଚିତ୍ର ଆସିନାହିଁ। ଦୀର୍ଘ ୧୫ ଦିନ ହେବ କଳ୍ପନାଜଳ୍ପନା ଭିତରେ ଅଛନ୍ତି ନେତା, କର୍ମୀ, ଭୋଟର। ଆଉ ଦ୍ୱନ୍ଦ୍ୱ ନବଢାଇ ଯଥା ଶୀଘ୍ର ସ୍ପଷ୍ଟ କରିବାକୁ ଦାବି କରିଛନ୍ତି ସାଧାରଣ ଲୋକେ। 

ସବୁ କସରତ ଭିତରେ ଅପେକ୍ଷା ରହିଛି ବିଜେପିର ପରବର୍ତ୍ତୀ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକକୁ। ତୃତୀୟ ପର୍ଯ୍ୟାୟ ତାଲିକା ସାମ୍ନାକୁ ଆସିବା ପରେ କିଛି ସ୍ପଷ୍ଟ ହୋଇପାରେ।

ଅନ୍ୟପଟେ ଚିଲିକା ନିର୍ବାଚନ ମଣ୍ଡଳୀରୁ ବିଜେଡିର ବିଧାୟକ ପ୍ରାର୍ଥୀ ହେବେ କି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ? ଆଜି ପ୍ରତିକ୍ରିୟା ରଖି ଏଭଳି ଏକ ଇସାରା ଦେଇଛନ୍ତି ନିଜେ ପାଟ୍ଟଶାଣୀ। କହିଛନ୍ତି, ଗତକାଲି ନବୀନ ନିବାସରେ ମିଟିଂ ହୋଇଥିଲା। ଚିଲିକା ଆସନକୁ ନେଇ ଆଲୋଚନା ହୋଇଛି। ଚିଲିକା ମୋ ଗାଁ, ପାଖ ଖୋର୍ଦ୍ଧାରୁ ମୁଁ ୪ ଥର ବିଧାୟକ ହୋଇଛି। ଦଳ ମୋତେ ଯେଉଁଠୁ ଦାୟିତ୍ୱ ଦେବ, ମୁଁ କାହିଁକି ଅସ୍ୱୀକାର କରିବି ବୋଲି କହିଛନ୍ତି ପାଟ୍ଟଶାଣୀ। ତେବେ ଏ ସଂପର୍କରେ ବିଜୁ ଜନତା ଦଳ ପକ୍ଷରୁ କୌଣସି ସୂଚନା ମିଳିନାହିଁ।

BJD General Election 2024 Congress BJP Odisha Politics
Advertisment
Advertisment