Advertisment

ମାହାଙ୍ଗା ରାଜନୀତି; ପ୍ରଚାର ମୈଦାନରେ ମୁହାଁମୁହିଁ ଦେବେନ୍ଦ୍ର-ପ୍ରତାପ

ପ୍ରତାପଙ୍କ ‘ଧୋକାବାଜ ଓ କୁଚକ୍ରୀ’ ମନ୍ତବ୍ୟର ଜବାବ ରଖିଲେ ଦେବେନ୍ଦ୍ର । ‘ମୁସଲିମ୍ ସମ୍ପ୍ରଦାୟଙ୍କୁ ଧୋକା’ ଅଭିଯୋଗର ଜବାବ ରଖିଲେ ଦେବେନ୍ଦ୍ର ।

ଅଦ୍ୟତନ ହୋଇଛି
mahanga politics: devendra pratap face to face in campaign

Mahanga Politics

Advertisment

ନିର୍ବାଚନୀ ପ୍ରଚାର ମୈଦାନରେ ମୁହାଁମୁହିଁ ମାହାଙ୍ଗା କଂଗ୍ରେସ ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ସାହୁ ଏବଂ ମାହାଙ୍ଗା ବିଧାୟକ ପ୍ରତାପ ଜେନା। ପୃଥକ ପୃଥକ ମଞ୍ଚରେ କଥା କଟାକଟି ହୋଇଛନ୍ତି ଏହି ଦୁଇ ନେତା। ଗତକାଲି ନିଶ୍ଚିନ୍ତକୋଇଲି ବ୍ଲକ ଝାଡ଼େଶ୍ୱରପୁର ପଞ୍ଚାୟତ ବିଜେଡି କର୍ମୀ ସମ୍ମିଳନୀରେ ବିଧାୟକ ପ୍ରତାପ ଜେନା ଦେବେନ୍ଦ୍ର ସାହୁଙ୍କୁ ଧୋକାବାଜ ଓ କୁଚକ୍ରୀ ଭଳି ଶବ୍ଦ ପ୍ରୟୋଗ କରି ନିଶାନା କରିଥିଲେ। ଏପରିକି ପୂର୍ବତନ ମନ୍ତ୍ରୀ ସ୍ୱର୍ଗତଃ ମତଲୁବ ଅଲ୍ଲୀଙ୍କ ପ୍ରସଙ୍ଗ ଉଠାଇ ମୁସଲମାନ ସମ୍ପ୍ରଦାୟଙ୍କୁ ଦେବେନ୍ଦ୍ର ପ୍ରତାରଣା କରିଥିବା ଅଭିଯୋଗ କରିଥିଲେ ।

Advertisment

ଏହାର ପାଲଟା ଜବାବ ରଖିଥିଲେ ଦେବେନ୍ଦ୍ର। ବନ୍ଧକାଟିଆ ପଞ୍ଚାୟତରେ ଅନୁଷ୍ଠିତ କଂଗ୍ରେସ କର୍ମୀ ସମ୍ମିଳନୀ ବେଳେ ମିଡିଆକୁ ବୟାନ ଦେଇ ଦେବେନ୍ଦ୍ର କହିଥିଲେ, ମତଲୁବ ଅଲ୍ଲୀଙ୍କୁ ଜନ୍ମ ମାଟିରେ ରାଜ୍ୟ ସରକାର ଗାର୍ଡ ଅଫ୍ ଅନର୍ ଦେଇଥିଲେ। ପୂର୍ବତନ ବାଚସ୍ପତି ଶରତ କରଙ୍କୁ ଗାର୍ଡ ଅଫ୍ ଅନର୍ ନଦେବା ସଂକ୍ରାନ୍ତିୟ ମାମଲାର ବିଚାର ବେଳେ ସତ୍ୟପାଠରେ ମତଲୁବ ଅଲ୍ଲୀଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇନଥିବା ରାଜ୍ୟ ସରକାର ଦର୍ଶାଇଥିଲେ ।

ଅଧିକ ପଢ଼ନ୍ତୁ: ଭୋଟିଂ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା, ନିୟୋଜିତ ହେବେ ୩୩ ହଜାର ପୋଲିସ କର୍ମଚାରୀ

Advertisment

ଆଇନମନ୍ତ୍ରୀ ଥାଇ ବି ପ୍ରତାପ ଜେନା ଏହି ଦୁଇ ବିଶିଷ୍ଟ ବ୍ୟକ୍ତିଙ୍କୁ ଶେଷ ଦର୍ଶନ ନକରିବା ଏହା ଧୋକାବାଜ୍ ନୁହେଁ କି ବୋଲି କହିଥିଲେ ଦେବେନ୍ଦ୍ର ସାହୁ ।

ତେବେ ଏଥର ମାହାଙ୍ଗରେ ବିଧାୟକ ପ୍ରତାପ ଜେନା ଲଢ଼ୁ ନାହାନ୍ତି । ତାଙ୍କ ପୁଅ ଅଙ୍କିତ ଜେନା ବିଜେଡିରୁ ଟିକଟ ପାଇଛନ୍ତି । ସେ ଏବେ ବାପାଙ୍କ ଗଡ଼ ମାହାଙ୍ଗା ହାତେଇବାକୁ ପ୍ରାଣପଣେ ଚେଷ୍ଟା କରୁଛନ୍ତି । ଆଉ ଏଥିରେ ତାଙ୍କ ବାପା ମଧ୍ୟ ଜୋର ଲଗାଇ ଦେଇଛନ୍ତି । 

Advertisment

ଅନ୍ୟପଟେ ବିଜେପିରୁ ମଧ୍ୟ ଜଣେ ଯୁବ ତାରକା ସୁମନ୍ତ ଘଡ଼େଇ ପ୍ରାର୍ଥୀ ହୋଇଛନ୍ତି । ସେ ଜଣେ ଦୃଢ଼ ଯୁବ ସଂଗଠକ ଭାବେ ରାଜ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ରାଜଧାନୀର ଗଳିକନ୍ଦିରେ ତାଙ୍କର ଯୁବ ସଂଗଠନ ରହିଥିବା କହୁଯାଉଛି । ସେହିଭଳି ଏଥର କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଦେବେନ୍ଦ୍ର ସାହୁ ।

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ