Advertisment

ମିଳିଲାନି ବିଜେପି ଟିକେଟ୍; ସ୍ୱାଧୀନ ପ୍ରାର୍ଥୀ ଭାବେ ବାଲେଶ୍ୱରରୁ ଲଢ଼ିବେ ଖାରବେଳ ସ୍ୱାଇଁ

ଗତଥର କନ୍ଧମାଳରୁ ଲଢ଼ିଥିଲେ, ହେଲେ ଏଥର ବାଲେଶ୍ୱରରୁ ଲଢ଼ିବାକୁ ବିଜେପି ନେତୃବୃନ୍ଦଙ୍କୁ କହିଥିଲେ ବି ତାଙ୍କୁ ଟିକଟ୍ ମିଳିନଥିବାରୁ ସେ ସ୍ୱାଧୀନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି।

Kharabela Swain

Kharabela Swain

Advertisment

ସ୍ୱାଧୀନ ପ୍ରାର୍ଥୀ ଭାବେ ବାଲେଶ୍ୱରରୁ ଲଢ଼ିବେ ଖାରବେଳ ସ୍ୱାଇଁ । ବର୍ତ୍ତମାନର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ପୁଣି ବିଜେପି ଟିକେଟ ମିଳିବା ପରେ ଆଜି ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ । ଖାରବେଳ ଆହୁରି ମଧ୍ୟ କହିଛନ୍ତି- ସେ ସ୍ୱାଧୀନ ଭାବେ ଲଢ଼ିବେ ଓ ଜିତିଲେ ବିଜେପିରେ ଯୋଗଦେବେ।

Advertisment

ଗତଥର କନ୍ଧମାଳରୁ ଲଢ଼ିଥିଲେ, ହେଲେ ଏଥର ବାଲେଶ୍ୱରରୁ ଲଢ଼ିବାକୁ ବିଜେପି ନେତୃବୃନ୍ଦଙ୍କୁ କହିଥିଲେ ବି ତାଙ୍କୁ ଟିକଟ୍ ମିଳିନଥିବାରୁ ସେ ସ୍ୱାଧୀନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ହେଲେ ବିଜେପି ଛାଡ଼ିବେନି ବୋଲି ସ୍ପଷ୍ଟ କରିଛନ୍ତି ଖାରବେଳ। ସେପଟେ ଖାରବେଳଙ୍କ ନିଷ୍ପତ୍ତି ସମ୍ପର୍କରେ ବିଜେପିର ପ୍ରତିକ୍ରିୟା ମିଳିନାହିଁ।

Advertisment

BJP Odisha Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ