Advertisment

ବାରମ୍ବାର ଅପମାନ ! ପ୍ରଥମେ ସଭାରେ ନବୀନଙ୍କ ହାତକୁ ଟାଣିଲେ, ଏବେ ଗୋଡ଼ରେ ଖେଞ୍ଚିଲେ !

ମୁଖ୍ୟମନ୍ତ୍ରୀଙ୍କୁ ପାଣ୍ଡିଆନ୍ ଗୋଡ଼ରେ ଇଶାରା କରିବା ଦୃଶ୍ୟକୁ ନେଇ ବିଜେଡି କିମ୍ବା ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

ଅଦ୍ୟତନ ହୋଇଛି
Viral Video: VK Pandian Kicking The Leg Of CM Naveen With his Feet

Naveen PatnaiK

Advertisment

ଖୋଲା ସଭା ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ଥରୁଥିବା ହାତକୁ ଟାଣି ନେଇ ପାଣ୍ଡିଆନ୍ ପୋଡିୟମ ଉପରେ ରଖିବାର ଦୃଶ୍ୟକୁ ନେଇ ଚର୍ଚ୍ଚା-ଆଲୋଚନା ଥମିନଥିବାବେଳେ ପୁଣି ସାମ୍ନାକୁ ଆସିଛି ଆଉ ଏକ ଭାରଇଲ୍ ଭିଡିଓ। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଏକ ସଭାରେ ବସିଥିବାବେଳେ ତାଙ୍କ ଗୋଡ଼କୁ ପାଣ୍ଡିଆନ୍ ନିଜ ଗୋଡ଼ରେ ଠେଲି କିଛି ଇସାରା କରୁଥିବା ଦେଖିବାକୁ ମିଳିଛି।

Advertisment

ତେବେ ସେ କଣ ଇସାରା କରୁଥିଲେ ? ଗୋଡ଼ରେ କାହିଁକି ଇସାରା କରୁଥିଲେ ? କି ଚପଲ୍ ସାଇଜ୍ କରୁଥିଲେ ? ତାହା ସ୍ପଷ୍ଟ ହୋଇନାହିଁ। ସେପଟେ ଉକ୍ତ ଦୃଶ୍ୟ ଥିବା ଭିଡ଼ିଓଟିକୁ କେନ୍ଦ୍ରାପଡ଼ାରେ ବିଜେଡିର ସାସଂଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ବି ନିଜ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି। ଏହା ୨୭ ତାରିଖରେ କେନ୍ଦ୍ରାପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ସଭାବେଳର ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କୁ ପାଣ୍ଡିଆନ୍ ଗୋଡ଼ରେ ଇଶାରା କରିବା ଦୃଶ୍ୟକୁ ନେଇ ବିଜେଡି କିମ୍ବା ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

ଅଧିକ ପଢ଼ନ୍ତୁ: ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ନବୀନ-ପାଣ୍ଡିଆନଙ୍କୁ ହିମନ୍ତଙ୍କ କଡ଼ା ସମାଲୋଚନା

Advertisment

ଅନ୍ୟପଟେ ନିର୍ବାଚନୀ ସଭାରେ ବସିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଗୋଡ଼କୁ ପାଣ୍ଡିଆନ୍ ନିଜ ଗୋଡ଼ରେ ଠେଲି ଦେଉଥିବା ଦୃଶ୍ୟକୁ ଦୁର୍ଭାଗ୍ୟଜନକ କହିଲା ବିଜେପି। ବରିଷ୍ଠ ବିଜେପି ନେତା ସମୀର ମହାନ୍ତି କହିଛନ୍ତି, ଉକ୍ତ ଭିଡିଓରେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଗୋଡ଼ରେ ଆଡ଼େଇ ଦେଉଛନ୍ତି। ତେବେ ମୁଖ୍ୟମନ୍ତ୍ରୀ କୌଣସି ରବର ଷ୍ଟାମ୍ପ ନୁହନ୍ତି, ତାଙ୍କୁ ଅପମାନିତ କରନ୍ତୁ ନାହିଁ। ତା’ସହ ଉକ୍ତ ଗୁମାସ୍ତାକୁ ସତର୍କ କରାଇ ଦେଉଛୁ, ଗୋଡ଼ ବାଜିଲେ ଆମେ ବିଷ୍ଣୁ କରୁ। ତମେ ଗୋଇଠା ମାରୁଛ, ତୁରନ୍ତ କ୍ଷମା ମାଗ। ଉକ୍ତ ଭିଡିଓ ଗତ ୨୭ ତାରିଖରେ କେନ୍ଦ୍ରାପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ସଭାବେଳର ବୋଲି ଜଣାପଡ଼ିଛି। ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିନାହିଁ।

Advertisment

ତେବେ ଏହା ପୂର୍ବରୁ ଏକ ଭିଡିଓ ଭାଇରାଲ ହେଉଥିଲା ଯେଉଁଥିରେ ନବୀନଙ୍କ ହାତକୁ ଟାଣି ନେଉଛନ୍ତି ପାଣ୍ଡିଆନ୍‌ । ଯାହାକୁ ନେଇ ବିଜେପି ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବିଜେପିର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱସର୍ମା ସେହି ଭିଡିଓକୁ ଟ୍ୱିଟ୍‌ କରି ରାଜ୍ୟ ସରକାର, ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଥିଲେ । ସେ କହିଥିଲେ ନବୀନଙ୍କ ହାତ ଏବେ ପାଣ୍ଡିଆନ୍‌ଙ୍କ କଣ୍ଟ୍ରୋଲ୍‌ରେ । ନବୀନଙ୍କ ଡିଜିଟାଲ ଦସ୍ତଖତ ଏବେ ପାଣ୍ଡିଆନ୍‌ଙ୍କ କବ୍‌ଜାରେ । ଏମିତି ବିଭିନ୍ନ କଥା କହି ଟାର୍ଗେଟ୍‌ କରିଥିଲେ ହିମନ୍ତ ।

ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ, ବୈଜୟନ୍ତଙ୍କ ଟାର୍ଗେଟ; ନଚାଳିଙ୍କ କଥାରେ ନାଚୁଛନ୍ତି ମୁଖ୍ୟମନ୍ତ୍ରୀ!

ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ଭଳି ଜଣେ ବରିଷ୍ଠଙ୍କୁ ସଭା ମଞ୍ଚରେ ସର୍ବସାଧାରଣରେ ଅଶୋଭନୀୟ ବ୍ୟବହାରକୁ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଟାର୍ଗେଟ୍ କରିଛନ୍ତି । ସାମାଜିକ ଗଣମାଧ୍ୟମ ଏକ୍ସରେ ନିଜ ମତ ରଖି ବୈଜୟନ୍ତ ଲେଖିଛନ୍ତି ଯେ, ଏ ଘଟଣା ପରେ ଆଉ ଏକ AI ପ୍ରସ୍ତୁତ ଡିଫ୍ ଫେକ୍ ଭିଡିଓ ଜାରି କରାଯାଇ ସବୁ କିଛି ଠିକ୍ ଅଛି ବୋଲି ଉଦ୍ୟମ କରାଯାଇଛି । 

ଯାହାକୁ ଆଦୌ ଅଣଦେଖା କରାଯାଇପାରିବନି । ବୈଜୟନ୍ତ ଲେଖିଛନ୍ତି ଯେ, ନିଜର ଅଭିଳାଷ ପୂରଣ ପାଇଁ ସେହି କଣ୍ଡେଇନଚାଳି ଜଣକ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି କହିବା ପାଇଁ କହି ମୁଖ୍ୟମନ୍ତ୍ରୀଙ୍କୁ ଭୁଲ ରାସ୍ତା ଦେଖାଉଛନ୍ତି । ଯାହା ମୁଖ୍ୟମନ୍ତ୍ରୀ ନିଜ ତରଫରୁ ଆଦୌ କରିନଥିବେ । ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ନଚାଳି ଜଣକ ଶାରିରୀକ ଭାବେ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଏବଂ ତାଙ୍କ ହାତକୁ ଟାଣି ଆଣିବା ଦୃଶ୍ୟକୁ ହଜାର ହଜାର ଲୋକ ନିଜ ଆଖିରେ ଦେଖିଛନ୍ତି ।

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ