Advertisment

‘ସାନ ପୁଅ ବିଜେଡିକୁ ଯିବା ପରେ ମୋ ଆତ୍ମାକୁ ବାଧିଛି’

ମନ୍ମଥ ରାଉତରାୟ ଆଜି ବିଜେଡିରେ ଯୋଗ ଦେବା ପରେ, ଅତି କ୍ଷୋଭର ସହ ଗଣମାଧ୍ୟମ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ବାପା ତଥା ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ।

author-image
Manoranjan Behera
Sura Routray

Sura Routray

ବାପାଙ୍କ କଥା ଶୁଣିଲେନି ପୁଅ ମନ୍ମଥ। କଂଗ୍ରେସ ବଦଳରେ ବିଜେଡିରେ ଯୋଗଦେଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାଏଙ୍କ ପୁଅ ମନ୍ମଥ ରାଉତରାଏ। ତେବେ ଏନେଇ ସୁର ରାଉତରାଏ କହିଛନ୍ତି, ‘ମୁଁ ୬୦ ବର୍ଷ ହେଲା କଂଗ୍ରେସରେ ଅଛି, ଅଥଚ ମୋ ପୁଅ ବିଜେଡିରେ ଯୋଗ ଦେଲା। ଏହା ମୋ ଆତ୍ମାକୁ ବାଧିଛି। ମୁଁ ମର୍ମାହତ, ଦୁଃଖିତ ।

Advertisment

ମନ୍ମଥ ରାଉତରାୟ ଆଜି ବିଜେଡିରେ ଯୋଗ ଦେବା ପରେ, ଅତି କ୍ଷୋଭର ସହ ଗଣମାଧ୍ୟମ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ବାପା ତଥା ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ। ସେ କହିଛନ୍ତି, ପୁଅକୁ ବାରମ୍ବାର ବୁଝାଇବା ପରେ ବି ସେ ବିଜେଡିରେ ଯୋଗ ଦେଲା। ଏହା ମୋତେ ଭଲ ଲାଗିନି। ତେଣୁ ମୁଁ ବାଧ୍ୟ ହୋଇ କଂଗ୍ରେସ ପ୍ରଚାର କମିଟି ଓ ପ୍ରଦେଶ କଂଗ୍ରେସ ଇଲେକ୍ସନ କମିଟିରୁ ଇସ୍ତଫା ଦେଇଛି। ହେଲେ ମଲା ପର୍ଯ୍ୟନ୍ତ କଂଗ୍ରେସରେ ରହିବି ବୋଲି କହିଛନ୍ତି ସୁର।

କେବଳ ସୁର ନୁହଁନ୍ତି, ମନ୍ମଥଙ୍କ ବିଜେଡିରେ ଯୋଗଦାନ ପରେ ପୂରା ପରିବାରରେ ଅଶାନ୍ତି ସୃଷ୍ଟି ହୋଇଛି। ସୁରଙ୍କ ବଡ଼ ପୁଅ ତଥା ମନ୍ମଥଙ୍କ ବଡ଼ଭାଇ ସିଦ୍ଧାର୍ଥ ରାଉତରାୟ କହିଛନ୍ତି, ବାପାଙ୍କ ୬୦ ବର୍ଷର ଇମେଜ୍ ଗଲା। କ୍ଷମତା ଲୋଭରେ ସେ ବିଜେଡିକୁ ଯାଇଛି। ସେପଟେ ଆଜି ବିଜେଡି ମିଶ୍ରଣ ପର୍ବ ବେଳେ ସାମ୍ବାଦିକ ବେଳେ ମନ୍ମଥ କହିଛନ୍ତି ଯେ, ମିଡିଆ ବନ୍ଧୁ ମାନେ ମୋ ବାପାଙ୍କୁ ଟିକେ ସ୍ପେଶ୍ ଦେବେ। ମୁଁ ଜାଣିଛି ତାଙ୍କ ମନ ଦୁଃଖ ଥିବ। ହେଲେ ଖୋର୍ଦ୍ଧା ଜଟଣୀକୁ ଆଗକୁ ନେବାକୁ ହେଲେ ଆମକୁ କିଛି ତ୍ୟାଗ କରିବାକୁ ପଡ଼ିବ। ନୂଆ ବାଟ ଦେଖିବାକୁ ପଡ଼ିବ।

Advertisment

ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡିରେ ମିଶ୍ରଣ ପର୍ବରେ ଆଜି ସେ ସାମିଲ ହୋଇଥିଲେ । ତେବେ ଏହା ପୂର୍ବରୁ ସେ ଭୁବନେଶ୍ବର ମାଉସୀ ମା’ ମନ୍ଦିର ଛକରୁ ନିଜ କର୍ମୀ ମାନଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା କରି ଶଙ୍ଖ ଭବନ ଆସିଥିଲେ। 

ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏହି ମିଶ୍ରଣ ପର୍ବରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଏହି ମିଶ୍ରଣ ପର୍ବରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ସମସ୍ତ ବିଧାୟକ ଉପସ୍ଥିତ ଥିବା ସତ୍ତ୍ବେ ଅନୁପସ୍ଥିତ ଥିଲେ ଶ୍ରୀମୟୀ ମିଶ୍ର।

BJD Congress Sura Routray General Elections 2024 Sura Routray's Son Manmath
Advertisment
Advertisment