କହୁ କହୁ କାନ୍ଦି ପକାଇଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, କହିଲେ...

ଟିକେଟ୍ କଟିଲା ପରେ ବିଜେଡି ଛାଡିଛନ୍ତି ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ । ଗତକାଲି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଟିକେଟ ନମିଳିବା ପରେ ଆଜି ମୁହଁ ଖୋଲିଛନ୍ତି ସୀମାରାଣୀ ।

Simarani Nayak

ଟିକେଟ୍ କଟିଲା ପରେ ବିଜେଡି ଛାଡିଛନ୍ତି ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ । ଗତକାଲି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଟିକେଟ ନମିଳିବା ପରେ ଆଜି ମୁହଁ ଖୋଲିଛନ୍ତି ସୀମାରାଣୀ । ଏଥିପାଇଁ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ତାଙ୍କୁ ଟିକେଟ ନମିଳିବା ପାଇଁ କିଛି ମୁଷ୍ଠିମେୟ ଲୋକଙ୍କୁ ଦାୟୀ କରିଛନ୍ତି ।

ଓଟିଭିକୁ ପ୍ରତିକ୍ରିୟା ଦେବା ବେଳେ ସେ କୋହ ସମ୍ଭାଳି ପାରି ନଥିଲେ । ସୀମାରାଣୀ କହିଛନ୍ତି, କର୍ମୀଙ୍କ ସହ ଆଲୋଚନା କରି ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିବେ । ଅନ୍ୟ କେଉଁଠୁ ସୁଯୋଗ ମିଳିଲେ ହାତଛଡ଼ା କରିବେ ନାହିଁ । ସୀମାରାଣୀଙ୍କ ଅଭିଯୋଗ ଉପରେ ବିଜେଡିର ପ୍ରତିକ୍ରିୟା ମିଳିନାହିଁ । ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ସୀମାରାଣୀଙ୍କ ନାଁ ନଥିଲା ।

ଅଧିକ ପଢ଼ନ୍ତୁ: ଅଯୋଗ୍ୟ କହିଥିଲେ, ଟିକେଟ୍ ଦେଲେ; ସ୍ୱାଭିମାନ ପାଇଁ ଦଳ ଛାଡ଼ିଲି: ରାସେଶ୍ୱରୀ

ତାଙ୍କ ସ୍ଥାନରେ ସାଂସଦ ମହେଶ ସାହୁଙ୍କୁ ଟିକେଟ୍ ଦେଇଛି ଦଳ । ହିନ୍ଦୋଳ ବିଧାନସଭା ଆସନ ଟିକେଟ୍ ଦେବାରୁ ସୀମାରାଣୀ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ପାର୍ଟି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବ୍ୟକ୍ତିଗତ ସମସ୍ୟା ପାଇଁ ଇସ୍ତଫା ଦେଉଥିବା ଲେଖିଛନ୍ତି ସୀମାରାଣୀ ।

ସେପଟେ ଜଳ ଜଳ ଦିଶୁଛି ବିଜେଡି ଗୋଷ୍ଠୀ କନ୍ଦଳ । ବିଜେଡି ଛାଡ଼ୁଛନ୍ତି ଜଣଙ୍କ ପରେ ଜଣେ ନେତା । ଟିକେଟ୍ ନମିଳିବା ପରେ ତେଜୁଛି ଅସନ୍ତୋଷ । କାଲି ସୀମାରାଣୀ ଛାଡ଼ିବା ପରେ ଆଜି ରାସେଶ୍ୱରୀ ଇସ୍ତଫା ଦେଇଛନ୍ତି । ନିର୍ବାଚନ ପାଖଉ ଥିବା ବେଳେ ତେଜୁଛି ଗୋଷ୍ଠୀ କନ୍ଦଳ, ବଢ଼ୁଛି ଅସନ୍ତୁଷ୍ଟଙ୍କ ସଂଖ୍ୟା ।

ଗତକାଲି ଘୋଷଣା ହୋଇଥିବା ବିଜେଡି ଟିକେଟରେ ବରୀ, ବାଲିକୁଦା ଆଉ ହିନ୍ଦୋଳରେ କଟିଛି ବିଧାୟକଙ୍କ ଟିକେଟ । ବଳି ପଡ଼ିଛନ୍ତି ସୁନନ୍ଦା, ସୀମାରାଣୀ ଓ ରଘୁନନ୍ଦନ । ଦୁଇ ସ୍ଥାନରେ ସ୍ୱାମୀଙ୍କ ବଦଳରେ ସ୍ତ୍ରୀଙ୍କୁ ମିଳିଲା ଟିକେଟ । କେବଳ କାକଟପୁରରେ ଦଳ ପ୍ରାର୍ଥୀଙ୍କୁ ରିପିଟ୍ କରିଥିବା ବେଳେ ଆଉ ସବୁଠି ନୂଆ ପ୍ରାର୍ଥୀ ।