Advertisment

ଓଡ଼ିଶା ଆସିବେ ଡ୍ରିମ୍‌ଗାର୍ଲ; ପିପିଲିରେ କରିବେ ରୋଡ୍ ସୋ’

ଓଡ଼ିଶାରେ ପ୍ରଚାର କରିବେ ବିଜେପି ସାଂସଦ ତଥା ବଲିଉଡ୍ ଅଭିନେତ୍ରୀ ହେମାମାଳିନୀ । ଆସନ୍ତା ୧୭ ତାରିଖରେ ସେ ଆସିବେ। ରାଜ୍ୟର ୩ଟି ସ୍ଥାନରେ ପ୍ରଚାର କରିବେ ।

ଅଦ୍ୟତନ ହୋଇଛି
Hema Malini to Visit Odisha

Hema Malini

Advertisment

ଓଡ଼ିଶାରେ ପ୍ରଚାର କରିବେ ବିଜେପି ସାଂସଦ ତଥା ବଲିଉଡ୍ ଅଭିନେତ୍ରୀ ହେମାମାଳିନୀ । ଆସନ୍ତା ୧୭ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ରାଜ୍ୟର ୩ଟି ସ୍ଥାନରେ କରିବେ ପ୍ରଚାର । ଉତ୍ତର ଭୁବନେଶ୍ବର, କଟକ କିଶନ ନଗରରେ ସଭା କରିବେ।  ପରେ ପରେ ପିପିଲିରେ ରୋଡ୍ ସୋ’ କରିବେ ହେମାମାଳିନୀ। ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ।

Advertisment

ସେହିପରି ୧୭ ତାରିଖରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଆସିବେ ଓଡ଼ିଶା। ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି, ନୟାଗଡ଼ ଜିଲ୍ଲାର ଦଶପଲ୍ଲା, କନ୍ଧମାଳର ଜି. ଉଦୟଗିରିରେ ପ୍ରଚାର କରିବେ। କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କର ସେହି ୧୭ ତାରିଖରେ ଆଠଗଡ଼ ଓ ନରସିଂହପୁରରେ ପ୍ରଚାର କାର୍ଯ୍ୟକ୍ରମ ରହିଛି। ଏମାନଙ୍କ ବ୍ୟତୀତ ୧୭ ତାରିଖରେ ଓଡ଼ିଶା ଆସିବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। କବିସୂର୍ଯ୍ୟନଗର କଣ୍ଟାବାଞ୍ଜି, ଲୋଇସିଂହା, ସତ୍ୟବାଦୀ ଓ ପିପିଲିରେ ମାରାଥନ୍ ପ୍ରଚାର କରିବେ।

ଅଧିକ ପଢ଼ନ୍ତୁ: ‘ଲୋକ ଚାହୁଁଛନ୍ତି ବିଜେପି ଆସୁ, ଓଡ଼ିଶାବାସୀଙ୍କୁ ପରିବର୍ତ୍ତନ ଦରକାର'

Advertisment

ବିଜେପି ଫୋକସ୍‌ରେ ଓଡ଼ିଶା। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଆଉ ଦିନ କେଇଟା ପରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଏହାରି ଭିତରେ ବିଜେପିର ହେଭିୱେଟ୍ ନେତା ଓଡ଼ିଶା ଗସ୍ତରେ ଆସୁଛନ୍ତି। ତେବେ ଆଜି ନିର୍ବାଚନ ପ୍ରଚାର ପାଇଁ  ପୁଣି ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ। ଗଂଜାମ ଜିଲ୍ଲାର ସୋରଡ଼ାରେ ଦଳୀୟ ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗଦେବା ସହ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ  ।  କଟକରେ ଏକ ବିଶାଳ ରୋଡ ସୋ'ରେ ମଧ୍ୟ ଯୋଗଦେବା କାର୍ଯ୍ୟକ୍ରମ ରହିଛି।

ସେପଟେ ଆଜିଠୁ ଦୁଇ ଦିନିଆ ଓଡ଼ିଶାଗସ୍ତରେ ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଭୁବନେଶ୍ବରରେ ଆୟୋଜିତ ଏକ ମହିଳା ସମାବେଶରେ ନଡ୍ଡା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହା ସହ ସେ ବରଗଡ଼ ଲୋକସଭା କ୍ଷେତ୍ର ଅନ୍ତର୍ଗତ ପଦ୍ମପୁର ଓ ସୁନ୍ଦରଗଡ଼ରେ ଆୟୋଜିତ ହେବାକୁ ଥିବା ଜନସଭାରେ ଉଦବୋଧନ ଦେବା ନେଇ ବିଜେପି ସୂତ୍ରରୁ ସୂଚନା ମିଳିଛି।

Advertisment

ଅଧିକ ପଢ଼ନ୍ତୁ: ବଲାଙ୍ଗିର ସଭାରେ ବର୍ଷିଲେ ରାହୁଲ ଗାନ୍ଧି; କହିଲେ ବର୍ଷକରେ କୋଟିଏ ମହିଳା ହେବେ ଲକ୍ଷପତି

BJP Odisha Election Hema Malini General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ