Advertisment

ସାଇଲେଣ୍ଟ ଆୱାର ପରେ ଗୁଣ୍ଡାଗର୍ଦ୍ଦି; ଖଣ୍ଡା ଓ ମାରଣାସ୍ତ୍ର ଧରି ଆତଙ୍କରାଜ, ଏକାଧିକ ଆହତ

ଭାପୁର ବ୍ଲକ ଭଗବାନପୁର ଓ ଖଣ୍ଡପଡା ବ୍ଲକର ବିରିଡି ଗାଁରେ ଏହି ଘଟଣା ଘଟିଛି। ଖଣ୍ଡା ଓ ଠେଙ୍ଗା ଧରି ଆତଙ୍କରାଜ ଖେଳାଇଥିଲେ ଦୁର୍ବୃତ୍ତ। ଘର ବାହାରେ ରହି ଲୋକଙ୍କୁ ଧମକଚମକ ଦିଆଯାଉଛି। ବିଜେଡିକୁ ଭୋଟ୍ ନଦେଲେ ସଂଘବଦ୍ଧ ହତ୍ୟା ପାଇଁ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Group Clash In khandapada Assembly Constituency Area

group-clash-in-Khandapada

Advertisment

ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ। ଏହାରି ଭିତରେ ଅନେକ ସ୍ଥାନରେ ରାଜନୈତିକ ହିଂସାକାଣ୍ଡ ଘଟିଛି। ନିର୍ବାଚନ ପୂର୍ବରୁ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ବୁଲିଲା ଖଣ୍ଡା। ମାରଣାସ୍ତ୍ର ଧରି ଆତଙ୍କ ଖେଳାଇଲେ ଦୁର୍ବୃତ୍ତ। ଆକ୍ରମଣରେ ଏକାଧିକ ବିଜେପି କର୍ମୀ ଆହତ ହୋଇଛନ୍ତି । ଭାପୁର ଓ ଖଣ୍ଡପଡା ବ୍ଲକର ଦୁଇଟି ସ୍ଥାନରେ ବିଜେଡି କର୍ମୀ ଗୁଣ୍ଡାଗର୍ଦ୍ଦି କରିଥିବା ଅଭିଯୋଗ ହୋଇଛି ।

Advertisment

ଭାପୁର ବ୍ଲକ ଭଗବାନପୁର ଓ ଖଣ୍ଡପଡା ବ୍ଲକର ବିରିଡି ଗାଁରେ ଏହି ଘଟଣା ଘଟିଛି। ଖଣ୍ଡା ଓ ଠେଙ୍ଗା ଧରି ଆତଙ୍କରାଜ ଖେଳାଇଥିଲେ ଦୁର୍ବୃତ୍ତ। ଘର ବାହାରେ ରହି ଲୋକଙ୍କୁ ଧମକଚମକ ଦିଆଯାଉଛି। ବିଜେଡିକୁ ଭୋଟ୍ ନଦେଲେ ସଂଘବଦ୍ଧ ହତ୍ୟା ପାଇଁ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି। ରାଣୀପଡା ପଞ୍ଚାୟତ ସରପଞ୍ଚଙ୍କ ସ୍ବାମୀ ଓ ପୁଅ ମାରଣାସ୍ତ୍ର ଧର ହତ୍ୟା ଧମକ ଦେଉଥିବା ଅଭିଯୋଗ ହୋଇଛି। ପୋଲିସ ତଦନ୍ତ ଜାରି ରଖିଛି। ଏନେଇ ସ୍ଥାନୀୟ ବିଜେଡି ନେତା କି ପୋଲିସର ପ୍ରତିକ୍ରିୟା ମିଳିନାହିଁ।

ଅଧିକ ପଢ଼ନ୍ତୁ: ଭୋଟ୍ ପାଇଁ ନୋଟ୍: ଟଙ୍କା ବାଣ୍ଟିବାକୁ ନେଇ ଅଡୁଆରେ ଅଙ୍ଗନବାଡ଼ି କର୍ମୀ

Advertisment

ସେହିପରି ପୁରୀ ଜିଲ୍ଲା ପିପିଲିରେ ମଧ୍ୟ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ପିପିଲି ବ୍ଲକ ସହଜପୁର ପଞ୍ଚାୟତ ସୁବୁଦ୍ଧିପଡ଼ାରେ ବିଜେଡି କର୍ମୀଙ୍କ ଆକ୍ରମଣରେ ମଙ୍ଗଳପୁର ପାଞ୍ଚୟତର ସମିତିସଭ୍ୟ ଗଦାଧର ପରିଡ଼ାଙ୍କ ସମତେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ୨ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଛି।

ପିପିଲି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ସହ ବିଜେପି କର୍ମୀ ପିପିଲି ଥାନା ଘେରାଉ କରିଥିଲେ। ଗତକାଲି ରାତିରେ ମଙ୍ଗଳପୁର ପାଞ୍ଚୟତର ସମିତି ସଭ୍ୟ ଗଦାଧର ପରିଡ଼ାଙ୍କ ସହ କିଛି କର୍ମୀ ସହଜପୁର ପଞ୍ଚାୟତ ସୁବୁଦ୍ଧିପଡ଼ା ଦେଇ ଯାଉଥିବା ବେଳେ ବିଜେଡିର ସ୍ଥାନୀୟ ନେତା ଓ କିଛି କର୍ମୀ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖି ଯାଞ୍ଚ କରୁଛି। ଏନେଇ ପୋଲିସ୍ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନି ।

Advertisment

ଅଧିକ ପଢ଼ନ୍ତୁ: ଘଷିପୁରାରେ ନିର୍ବାଚନୀ ହିଂସା; ସୌମ୍ୟଙ୍କ ସମର୍ଥକଙ୍କୁ ମାଡ଼ ଅଭିଯୋଗ...

ସେହିପରି ନିର୍ବାଚନ ପୂର୍ବରୁ ଆଠଗଡ଼ରେ ଗୋଷ୍ଠୀ ସଂଘର୍ଷ ମଧ୍ୟ ଦେଖିବାକୁ ମିଳିଛି । ଟଙ୍କା, ମାଦକ ଦ୍ରବ୍ୟ ବଣ୍ଟାକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ। ଆକ୍ରମଣରେ ୫ରୁ ଅଧିକ ଆହତ ହୋଇଛନ୍ତି। କଟକ ଜିଲ୍ଲା ଆଠଗଡ଼ ଥାନା ତରଡିଙ୍ଗ ଗାଁରେ ଏହି ଘଟଣା ଘଟିଛି। ଗତକାଲି ସନ୍ଧ୍ୟାରେ ହରିଜନ ସାହିରେ ଟଙ୍କା ଓ ମାଦକ ଦ୍ରବ୍ୟ ବଣ୍ଟାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଆକ୍ରମଣରେ ଗୁରୁତର ଜଣେ ନାବାଳକକୁ କଟକ ଶିଶୁଭବନ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତଙ୍କ ମୁଣ୍ଡରେ ଆଘାତ ଲାଗିଛି। ଅଧିକ ଖୋଳତାଡ କରୁଛି ଆଠଗଡ଼ ଥାନା ପୋଲିସ।

BJD BJP Odisha Election Political Violence General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ