Advertisment

ସରିଲା ପ୍ରଥମ ଦଫା ଲଢ଼େଇ; ପ୍ରଥମ ପର୍ଯ୍ୟାୟରେ ୭୩.୯୭% ମତଦାନ

ଓଡିଶାରେ ପ୍ରଥମ ପ୍ରର୍ଯ୍ୟାୟରେ ୭୩.୯୭% ମତଦାନ ହୋଇଛି। ସେହିପରି ଚତୁର୍ଥ ପର୍ଯ୍ୟାୟରେ ୧୦ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ୯୬ଟି ଲୋକସଭା ଆସନ ପାଇଁ ହୋଇଛି ମତଦାନ। ପଶ୍ଚିମବଙ୍ଗରେ ସର୍ବାଧିକ ୭୮.୩୭% ଭୋଟ୍ ରହିଛି।

ଅଦ୍ୟତନ ହୋଇଛି
First phase voting in Odisha Ends

first-phase-lok-sabha-and-assembly-election-completed-in-odisha

Advertisment

ରାଜ୍ୟରେ ସରିଲା ପ୍ରଥମ ଦଫା ଲଢ଼େଇ। ଇଭିଏମରେ ସିଲ୍ ହେଲା ୩୭ ସାଂସଦ ଓ ୨୪୩ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ। ଓଡ଼ିଶାରେ ପ୍ରଥମ ପ୍ରର୍ଯ୍ୟାୟ ନିର୍ବାଚନରେ ୪ ଲୋକସଭା ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ଭୋଟ୍ ପଡ଼ିଛି। ଓଡିଶାରେ ପ୍ରଥମ ପ୍ରର୍ଯ୍ୟାୟରେ ୭୩.୯୭% ମତଦାନ ହୋଇଛି। ସେହିପରି ଚତୁର୍ଥ ପର୍ଯ୍ୟାୟରେ ୧୦ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ୯୬ଟି ଲୋକସଭା ଆସନ ପାଇଁ ହୋଇଛି ମତଦାନ। ପଶ୍ଚିମବଙ୍ଗରେ ସର୍ବାଧିକ ୭୮.୩୭% ଭୋଟ୍ ରହିଛି।

Advertisment

ଲମ୍ବାଲାଇନରେ ରହି ଭୋଟର ମତାଦନ କରିଥିବା ବେଳେ ପୂରା ପ୍ରକ୍ରିୟା ଉପରେ ନଜର ରଖିଥିଲେ ନିର୍ବାଚନ କମିଶନ। କିଛି ସ୍ଥାନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିଜ ନିଜ ବୁଥରେ ଭୋଟ ଦେଇଛନ୍ତି ପ୍ରାର୍ଥୀ। କିଛି ସ୍ଥାନରେ ସକାଳେ ଇଭିଏମରେ ତ୍ରୁଟି ଦେଖାଯାଇଥିଲା ତୁରନ୍ତ ଆକ୍ସନକୁ ଆସିଥିଲା ପୋଲିଂ ଟିମ୍। ସେଠାରେ ଇଭିଏମ ବଦଳାଯାଇ ଭୋଟିଂ ଆରମ୍ଭ କରାଯାଇଥିଲା। ସକାଳୁ ସକାଳୁ ଦେଖାଦେଇଥିଲା ଭୋଟଦାନର ଉତ୍ସାହ। ମାଓ ଅଞ୍ଚଳ ଏବଂ ବିଚ୍ଛିନ୍ନାଞ୍ଚଳରେ ମଧ୍ୟ ଭୋଟ୍ ଦେଇଥିଲେ ଭୋଟର୍। ଦିବ୍ୟାଙ୍ଗ ଭୋଟର ହ୍ବିଲଚେୟାରରେ ଆସି ଭୋଟ୍‌ ଦେଇଥିଲେ। ସେହିପରି କିଛି ସ୍ଥାନରେ ଗଣ୍ଡଗୋଳ ହୋଇଥିବାର ସୂଚନା ମିଳିଛି।

ଅଧିକ ପଢ଼ନ୍ତୁ: ବିଜେଡି ନେତ୍ରୀ ଯାଉଥିବା କାରରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ

ବିଜେପିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ, ପତ୍ନୀଙ୍କ ସହ ଆସି ଦେଇଛନ୍ତି ଭୋଟ୍। କ୍ୟାମେରା ସାମ୍ନାରେ କାଳି ଲଗା ଆଙ୍ଗୁଠି ଦେଖାଇ ସମସ୍ତଙ୍କୁ ଭୋଟ୍ ଦେବା ପାଇଁ ଆହ୍ୱାନ ବି ଦେଇଥିଲେ। ବିଜେପିର ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ କେ. ଅନୀଲ କୁମାର ଏବଂ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ବି ଦେଇଛନ୍ତି ଭୋଟ୍। ସେପଟେ ସକାଳୁ ସକାଳୁ ଧାଡିରେ ଆସି ମତଦାନ କରିଛନ୍ତି ବିଜେଡିର ଚିକିଟି ପ୍ରାର୍ଥୀ ଶ୍ରୀରୂପ ଦେବ। ଭୋଟ୍ ଭିଡ ଭିତରେ ପ୍ରାୟ ଘଂଟାଏ ଲମ୍ବା ଲାଇନରେ ଲାଗି ମତଦାନ କରିଥିଲେ ପାରଳାଖେମୁଣ୍ଡିର କଂଗ୍ରେସ ପ୍ରାର୍ଥୀ ବିଜୟ ପଟ୍ଟନାୟକ।

Advertisment

କୋରାପୁଟର ପୋଲିଂ ବୁଥରେ ପତ୍ନୀ ମୀନାକ୍ଷିଙ୍କ ସହ ଦେଖିବାକୁ ମିଳିଥିଲା ତାରା ବାହୀନିପତିଙ୍କୁ। ଭୋଟ୍ ଦେବା ପରେ କାଳି ଲଗା ଆଙ୍ଗୁଠି ଦେଖାଇ ଫୋଟ ପୋଜ୍ ଦେଇଥିଲେ ବାହୀନିପତି ଦମ୍ପତି। ବରିଷ୍ଠ ନେତା ରବି ନାରାୟଣ ନନ୍ଦ, ପତ୍ନୀ ତଥା ବିଜେଡି ପ୍ରାର୍ଥୀ ଇନ୍ଦିରା ନନ୍ଦଙ୍କ ସହ ପହଁଚିଥିଲେ ମତଦାନ କେନ୍ଦ୍ରରେ। କଂଗ୍ରେସର ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲ୍ଲାକା ମଧ୍ୟ ପତ୍ନୀ ପୂଜାଙ୍କ ସହ ପୋଲିଂ ବୁଥକୁ ଆସି ମତଦାନ କରିଥିଲେ।

ନବରଙ୍ଗପୁରରେ ନିଜ ନିଜ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ, ତିନି ଜଣ ମାଝୀ। ମତଦାନ କେନ୍ଦ୍ରରେ ଲମ୍ବା ଧାଡିରେ ଆସି ଭୋଟ୍ ଦେଇଛନ୍ତି ବିଜେପି ପ୍ରାର୍ଥୀ ବଳଭଦ୍ର ମାଝୀ ଓ ବିଜେଡିର ପ୍ରଦୀପ ମାଝୀ। ସେପଟେ ଝରିଗାଁରେ ରମେଶ ମାଝୀ ଏବଂ ଉମରକୋଟରେ ନିତ୍ୟାନନ୍ଦ ଗଣ୍ଡ ବି ଦେଇଛନ୍ତି ଭୋଟ୍।

Advertisment

କଳାହାଣ୍ଡିରେ ତିନି ଥରର ବିଧାୟକ ତଥା ବିଜେଡିର ନୂଆପଡା ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ, ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା, ନର୍ଲାରୁ କଂଗ୍ରେସ ପ୍ରାର୍ଥୀ ଭକ୍ତ ଚରଣ ଦାସ, ପୂର୍ବତନ ବିଧାୟକ ବସନ୍ତ ପଣ୍ଡା ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଭୋଟ୍ ଦେଇଛନ୍ତି। ସେହିପରି ଭିଡ ଭିତରେ ଧାଡିରେ ଆସି ଭୋଟ୍ ଦେଇଛନ୍ତି ବିଜେପିର ସାଂସଦ ପ୍ରାର୍ଥୀ ମାଳବିକା ଦେବୀ। ସରିଛି ପ୍ରଥମ ପର୍ଯ୍ୟାୟ ମତଦାନ। ନେତାଙ୍କ ଭାଗ୍ୟ ସ୍ଥିର କରିଛନ୍ତି ଭୋଟର। ଯାହାର ରେଜଲ୍ଟ ପ୍ରକାଶ ପାଇବ ଆସନ୍ତା ଜୁନ୍ ୪ ତାରିଖରେ। ଭୋଟିଂ ଶେଷ ହେବା ପରେ ଇଭିଏମକୁ ସିଲ୍ କରାଯାଇଥିଲା। ଏସବୁ ଇଭିଏମକୁ ନିର୍ଦ୍ଧାରିତ ଷ୍ଟ୍ରଙ୍ଗରୁମକୁ ଅଣାଯାଇଛି। ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଅଧିକ ପଢ଼ନ୍ତୁ: ‘ନବୀନ ବାବୁ ଗୃହବନ୍ଦୀ, କଣ୍ଢେଇ ପରି ନଚାଉଛନ୍ତି ପାଣ୍ଡିଆନ’

Odisha Election General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ