Advertisment

ରାୟଗଡ଼ା ବିଜେଡିରେ ଅନ୍ତର୍କନ୍ଦଳ: ପ୍ରାର୍ଥୀ ଘୋଷଣାକୁ ନେଇ ପ୍ରତିବାଦ !

ରାୟଗଡ଼ା ବିଜେଡିରେ ଅନ୍ତର୍କନ୍ଦଳ ! ଅନସୂୟା ମାଝୀଙ୍କୁ ବିଧାୟକ ପ୍ରାର୍ଥୀ ଘୋଷଣାକୁ ନେଇ ପ୍ରତିବାଦ । ପଦରୁ ଇସ୍ତଫା ଦେଲେ ରାୟଗଡ଼ା ମ୍ୟୁନିସିପାଲିଟିର ୨୧ ବିଜେଡି କାଉନସିଲର ।

ଅଦ୍ୟତନ ହୋଇଛି
Elections 2024

Elections 2024

Advertisment

ଚଳିତ ସାଧାରଣ ନିର୍ବାଚନ ପାଇଁ ବିଜେପି ୧୮ ଲୋକସଭା ସିଟ୍ ପାଇଁ ଯୋଦ୍ଧା ଘୋଷଣା କରିଥିବାବେଳେ ବିଜେଡ଼ି ୧୫ ଲୋକସଭା ଓ ୭୨ ବିଧାନସଭାର ଯୋଦ୍ଧା ଘୋଷଣା କରିଛି । ହେଲେ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ । ଏହାରି ଭିତରେ ବିଜେଡିରେ ପ୍ରାର୍ଥିତ୍ବ୍ୱକୁ ନେଇ ତୁତୁ ମେମେ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାରେ । 

Advertisment

ରାୟଗଡା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡ଼ି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ତଥା ପୂର୍ବତନ ମନ୍ତ୍ରୀ ଅନନ୍ତରାମ ମାଝୀଙ୍କ ଝିଅଙ୍କୁ ଘୋଷଣା କରିବା ପରେ ପଦାରେ ପଡ଼ିଛି  ଭାସ୍କର ଓ ସୁଧୀର ଗୋଷ୍ଠୀ କନ୍ଦଳ। ପ୍ରାର୍ଥୀତ୍ବକୁ ବିରୋଧ କରି କିଛି କାଉନସିଲର ଓ ସଂଗଠନରେ ଥିବା ମହିଳା ଦଳରୁ ଇସ୍ତଫା ଦେଇଛନ୍ତି। 

ସେପଟେ ବିଜେଡ଼ି ପ୍ରଥମ ଥର ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲାର ୧୦ଟି ନିର୍ବାଚନ ମଣ୍ଡଳୀରୁ ତିନିଟିରେ ମହିଳା ପ୍ରାର୍ଥୀ ଘୋଷଣା କରିଥିବାବେଳେ କୋରାପୁଟ ସାଂସଦ ପ୍ରାର୍ଥୀ ଭାବେ ପୁଣି କୌଶଲ୍ୟା ହିକକାଙ୍କୁ ରିପିଟ କରିଛି। ହେଲେ ଏଯାଏଁ ଜୟପୁର, ଲକ୍ଷ୍ମୀପୁର, ପଟାଙ୍ଗି ଓ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଘୋଷଣା କରିନି ଦଳ । 

Advertisment

ଗତକାଲି ବିଜେଡି ଘୋଷଣା କରିଛି ୭୨ ବିଧାନସଭା ପ୍ରାର୍ଥୀ । ଯେଉଁଥିରେ ୧୬ ନୂଆ ମୁହଁ ଥିବା ବେଳେ ପ୍ରାୟ ୮୦ ପ୍ରତିଶତ ନେତା ରିପିଟ୍ ହୋଇଛନ୍ତି । ଆଉ ମାତ୍ର ୧୨ ମହିଳା ଚେହେରା, ଯାହା ପାଖାପାଖି ୧୬ ପ୍ରତିଶତ ରହିଛି । ଅନ୍ୟ ପଟେ ପ୍ରଫୁଲ୍ଲ ସାମଲ, ଅରୁଣ ସାହୁ, ଦିବ୍ୟଶଙ୍କର ମିଶ୍ରଙ୍କ ପରି ଅନେକ ବିବାଦୀୟ ନେତାଙ୍କୁ ଦଳ ପୁଣି ଥରେ ପ୍ରାର୍ଥୀ କରିଥିବା ବେଳେ ଅନେକଙ୍କ ଟିକେଟ ବି ଝୁଲାଇ ରଖିଛି ।

BJD General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ