Advertisment

ବିଜେଡିକୁ ଘାରିଛି କି ନୂଆ ଭୋଟର୍ ? ମୋଦି କ୍ରେଜ୍ ଆଗରେ ମଳିନ ପଡ଼ିଯାଉଛି କି ନୂଆ ଓ’ ?

ରାଜନୈତିକ ଦଳଙ୍କ ଟାର୍ଗେଟରେ ଯୁବ ଭୋଟର୍ । ଆସନ୍ତା ନିର୍ବାଚନରେ ପ୍ରାୟ ୮ ଲକ୍ଷ ଯୁବ ଭୋଟର୍ ପ୍ରଥମ ଥର ଲାଗି ଭୋଟ୍ ଦେବେ। ଏହି ନୂଆ ଭୋଟରମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବା ଲାଗି ସବୁ ଦଳ ଚଳାଇଛନ୍ତି କସରତ ।

undefined

Political parties

Advertisment

ବିଜେଡିକୁ ଘାରିଛି କି ନୂଆ ଭୋଟର୍ ଦଳରୁ ମୁହଁ ଫେରାଇ ନେବାର ଭୟ ? ଯୁବ ଭୋଟରଙ୍କ ମଧ୍ୟରେ ମୋଦି କ୍ରେଜ୍ ଓ ଗତ ମାସରେ ସବୁ ନିର୍ବାଚନ ମଣ୍ଡଳୀରେ ବିଜେପିର ନୂତନ ମତଦାତା ସମ୍ମିଳନୀ ପରେ ଏବେ ନୂଆ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବାକୁ ଅଣ୍ଟା ଭିଡିଛି ବିଜେଡି। ଖାସ୍ ସେଥିପାଇଁ ଆଜି ଶଙ୍ଖ ଭବନରେ ଦିଆଯାଇଛି ଟ୍ରେନିଂ। ଆଉ ଛାତ୍ର ନେତାମାନେ ଯୁବ ଭୋଟରଙ୍କ ପାଖରେ ପହଞ୍ଚିବାକୁ ହୋଇଛି ଯୋଜନା । ସେପଟେ ବିଜେଡି ଏହି ରଣନୀତିରେ ସଫଳ ହେବନି ବୋଲି କହିଛନ୍ତି ବିଜେପି ଓ କଂଗ୍ରେସ ।

Advertisment

ରାଜନୈତିକ ଦଳଙ୍କ ଟାର୍ଗେଟରେ ଯୁବ ଭୋଟର୍ । ଆସନ୍ତା ନିର୍ବାଚନରେ ପ୍ରାୟ ୮ ଲକ୍ଷ ଯୁବ ଭୋଟର୍ ପ୍ରଥମ ଥର ଲାଗି ଭୋଟ୍ ଦେବେ। ଏହି ନୂଆ ଭୋଟରମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବା ଲାଗି ସବୁ ଦଳ ଚଳାଇଛନ୍ତି କସରତ । ଆଉ ଏଥିପାଇଁ ବିଜେଡି ଆପଣାଇଛି ନୂଆ ରଣନୀତି। ନୂଆ ଭୋଟରଙ୍କ ନିକଟରେ ପହଞ୍ଚିବାକୁ ଛାତ୍ର ନେତାଙ୍କୁ ଦିଆଯାଇଛି ଦାୟିତ୍ବ । ଯେଉଁଥି ପାଇଁ ଆଜି ଶଙ୍ଖ ଭବନରେ ଛାତ୍ର ନେତାମାନଙ୍କୁ ତାଲିମ ଦେଇଛି ଦଳ । ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀରଞ୍ଜନ ତ୍ରିପାଠୀ, ଯୁବ ସଭାପତି ବ୍ୟୋମକେଶ ରାୟ ପ୍ରମୁଖ ଦେଇଛନ୍ତି ନିର୍ବାଚନୀ ମନ୍ତ୍ର । ସୋସିଆଲ୍ ମିଡିଆରେ ଅପପ୍ରଚାର ରୋକିବା, ନବୀନ ସରକାରର ସଫଳତା, ନିର୍ବାଚନ ମଣ୍ଡଳୀ ଦାୟିତ୍ୱକୁ ସୁଚାରୁ ରୂପେ ତୁଲାଇବା ତାସହ ୨୪ ଘଣ୍ଟିଆ ମୋଡ୍ ରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । 

ସେପଟେ ବିଜେପି ଓ କଂଗ୍ରେସର ଯୁକ୍ତି ଯୁବ ଭୋଟରଙ୍କୁ ଆପଣାଇବାକୁ ଶାସକ ଦଳର ଏ ରଣନୀତି କାମ ଦେବନି। ନୂଆ ଓ' ଏବଂ କଲେଜ୍ ରୁପାନ୍ତୀକରଣ ମାଧ୍ୟମରେ ସରକାର ଶିକ୍ଷାନୁଷ୍ଠାନଗୁଡିକୁ ଲକ୍ଷାଧିକ ଟଙ୍କାର ଅନୁଦାନ ଦେଇଛନ୍ତି । ସେହିପରି ନୂଆ ଓ ଯୋଜନା ମାଧ୍ୟମରେ ଛାତ୍ରବୃତ୍ତି ମଧ୍ୟ ପ୍ରଦାନ କରିଛନ୍ତି । ତେବେ କାହିଁକି ବିଜେଡି ଯୁବ ଭୋଟରଙ୍କୁ ଏତେ ଗୁରୁତ୍ବ ଦେଉଛି ? ରାଜନୈତିକ ସମୀକ୍ଷକଙ୍କ ମତ ହେଲା, ବିଭିନ୍ନ ଯୋଜନା ସତ୍ତ୍ୱେ ଯୁବ ଭୋଟର୍ ବିଜେଡିଠାରୁ ମୁହଁ ଫେରାଉଛନ୍ତି । ଯୁବ ବର୍ଗ ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ରେଜ୍ ରହିଥିବାରୁ BJD ଏବେ ବ୍ୟାକ୍ ଅପ୍ ପ୍ଲାନ୍ କରୁଛି।

Advertisment

BJP ଗତ ମାସରେ ସବୁ ନିର୍ବାଚନ ମଣ୍ଡଳୀରେ ନୂତନ ମତଦାତା ସମ୍ମିଳନୀ କରିଥିଲା। ନୂଆ ଭୋଟରଙ୍କ ସହ ସିଧା ସଳଖ ଯୋଡ଼ି ହୋଇଥିଲେ ମୋଦି। ବିଜେପି ଯୁବ ଭୋଟରଙ୍କୁଆକର୍ଷିତ କରୁଥିବା ବେଳେ ବିଜେଡିର କାଉଣ୍ଟର ଷ୍ଟ୍ରାଟେଜି କେତେ ଫଳ ପ୍ରଦ ହେଉଛି ତା 
ଉପରେ ନଜର ।  

Voters List General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ