Advertisment

ଆଉ କିଛି ସମୟ ପରେ ଖୋଲିବ ଇଭିଏମ୍ ପେଡି, ବାହାରିବ ପ୍ରାର୍ଥୀଙ୍କ ଭାଗ୍ୟଫଳ

ରାଜ୍ୟର ବିଧାନସଭାରେ ୧୪ ଶହ ୯୨ ପ୍ରାର୍ଥୀଙ୍କ ମଧ୍ୟରୁ କାହାକୁ ଭରସା କରିଛନ୍ତି ଭୋଟର ଜଣାପଡ଼ିବ । ଏଥିପାଇଁ ରାଜ୍ୟରେ ମୋଟ୍ ୭୦ଟି କାଉଣ୍ଟିଂ ସେଣ୍ଟରରେ ହେବ ମତଗଣନା ।

ଅଦ୍ୟତନ ହୋଇଛି
India General Election 2024: votes Counting to begin

Election Results

Advertisment

ପ୍ରତୀକ୍ଷାର ଅନ୍ତ ହେବ । ଆଜି ଆସିବ ଜନାଦେଶ । ଖୋଲିବ ଇଭିଏମ୍ ପେଡି । ବାହାରିବ ପ୍ରାର୍ଥୀଙ୍କ ଭାଗ୍ୟଫଳ । କେନ୍ଦ୍ରରେ କିଏ ଗଢ଼ିବ ସରକାର ? ଓଡ଼ିଶାରେ କାହା ଦଖଲକୁ ଯିବ କ୍ଷମତା ? ଆଜି ଲୋକସଭା ସମେତ ଓଡ଼ିଶା ବିଧାନସଭା ନିର୍ବାଚନର ଆସିବ ରେଜଲ୍ଟ । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି । ପ୍ରଥମେ ପୋଷ୍ଟାଲ ବାଲଟ୍ ଗଣତି ହେବ । ତାପରେ ଆରମ୍ଭ ହେବ ଇଭିଏମ୍ ଗଣତି ।

Advertisment

ରାଜ୍ୟର ବିଧାନସଭାରେ ୧୪ ଶହ ୯୨ ପ୍ରାର୍ଥୀଙ୍କ ମଧ୍ୟରୁ କାହାକୁ ଭରସା କରିଛନ୍ତି ଭୋଟର ଜଣାପଡ଼ିବ । ଏଥିପାଇଁ ରାଜ୍ୟରେ ମୋଟ୍ ୭୦ଟି କାଉଣ୍ଟିଂ ସେଣ୍ଟରରେ ହେବ ମତଗଣନା । ତଦାରଖ ପାଇଁ ଭାରତୀୟ ନିର୍ବାଚନ କମିଶନ ୧୨୪ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛନ୍ତି । ନିର୍ବାଚନ ଅଧିକାରୀ ଓ ପ୍ରାର୍ଥୀଙ୍କ ଉପସ୍ଥିତିରେ ଷ୍ଟ୍ରଙ୍ଗ ରୁମ୍ ଖୋଲାଯାଇ ଇଭିଏମ୍‌ଗୁଡିକୁ ଗଣତି କେନ୍ଦ୍ରକୁ ନିଆଯିବ। ପ୍ରତି ରାଉଣ୍ଡ ଗଣତି ପରେ ଫଳାଫଳକୁ ଡିସପ୍ଳେ ବୋର୍ଡରେ ପ୍ରଦର୍ଶନ ସହ ମାଇକ୍ ଯୋଗେ ସୂଚନା ଦିଆଯିବ । କାଉଣ୍ଟିଂ ପାଇଁ ରାଜ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

 

 Live Updates: ଭୋଟ ଗଣତିର ଟିକିନିଖି ଖବର ଜାଣିବାକୁ ଏହି ଲିଙ୍କରେ କ୍ଲିକ କରନ୍ତୁ...

Advertisment

ସେହପରି ଓଡ଼ିଶାରେ ଲୋକସଭା ନିର୍ବାଚନରେ ମଧ୍ୟ ବିଜେପି ଭଲ କରିବ ବୋଲି ଏକଜିଟ୍ ପୋଲରେ ଆକଳନ କରାଯାଇଛି । ବିଜେପି ଗତ ଥରରୁ ବହୁ ଅଧିକ ଏପରିକି ଦୁଇଗୁଣା ସିଟ୍ ଆଣୁଥିବା ଅନେକ ଏକଜିଟ୍ ପୋଲରେ ଆକଳନ କରାଯାଇଛି । ଇଣ୍ଡିଆ ଟୁଡେ ଏକ୍ସିସ୍ ହେଉ ଅବା ଜନ୍ କି ବାତ୍, ଇଣ୍ଡିଆ ଟିଭି କିମ୍ବା ରିପବ୍ଲିକ୍ PMRQର ଆକଳନ ପ୍ରାୟ ସବୁ ଏକଜିଟ୍ ପୋଲ୍ ବିଜେପି ସମର୍ଥନକୁ ଆସିଛି। ଇଣ୍ଡିଆ ଟୁଡେ ଏକ୍ସିସର ଆକଳନ ଅନୁସାରେ, ବିଜେପିକୁ ୧୮ରୁ ୨୦ଟି ସିଟ୍ ମିଳିପାରେ। ସେହିପରି ଜନ୍ କି ବାତ୍ ଏକଜିଟ୍ ପୋଲ ଅନୁଯାୟୀ ରାଜ୍ୟରେ ବିଜେପିକୁ ୧୫ରୁ ୧୮ଟି ସିଟ୍ ଏବଂ ଇଣ୍ଡିଆ ଟିଭିର ଏକଜିଟ୍ ପୋଲ୍ ଆକଳନ ଅନୁସାରେ, ବିଜେପିକୁ ୧୫ରୁ ୧୭ ସିଟ୍ ମିଳିପାରେ। ଜନ୍ କି ବାତ୍ ରାଜ୍ୟରେ ବିଜେପିକୁ ୧୫ରୁ ୧୮ଟି ଆସନ ମିଳିବ ବୋଲି ଆକଳନ କରିଛି। ପ୍ରାୟ ସବୁ ଏକଜିଟ୍ ପୋଲରେ ବିଜେଡି ଦ୍ବିତୀୟ ସ୍ଥାନରେ ରହିଛି ।

ସେପଟେ ଓଡ଼ିଶାରେ କିଏ ଗଢ଼ିବ ସରକାର । ଓଡ଼ିଶା ବିଧାନସଭାରେ ଏଥର ବିଜେପି ଏବଂ ବିଜେଡିକୁ ପ୍ରାୟ ସମାନ ସିଟ୍ ମିଳିବା ନେଇ ଏକଜିଟ୍ ପୋଲରେ ଆକଳନ କରାଯାଇଛି। ଇଣ୍ଡିଆ ଟୁଡେ ଆକ୍ସିସର ଆକଳନ ଅନୁସାରେ, ଓଡ଼ିଶାରେ ପ୍ରାୟ ସମାନ ପ୍ରଦର୍ଶନ କରିପାରନ୍ତି ବିଜେପି ଓ ବିଜେଡି। ଉଭୟ ବିଜେପି ଓ ବିଜେଡିକୁ ୬୨ ରୁ ୮୦ ବିଧାନସଭା ଆସନ ମିଳିପାରେ ବୋଲି ପୂର୍ବାନୁମାନ କରାଯାଇଛି । କଂଗ୍ରେସକୁ ୫ ରୁ ୮ ସିଟ୍ ମିଳିପାରେ ବୋଲି ଇଣ୍ଡିଆ ଟୁଡେ ଆକ୍ସିସ ପୂର୍ବାନୁମାନ କରିଛି ।

Advertisment

ଅଧିକ ପଢ଼ନ୍ତୁ: ଆଜି ଆସିବ ଜନାଦେଶ, ଏହି ୮ ଲୋକସଭା ଆସନ ଉପରେ ନଜର

Vote Counting General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ