Advertisment

ଆନ୍ଧ୍ର ଡିଜିପିଙ୍କୁ ବଦଳି,ନିର୍ବାଚନ କମିଶନଙ୍କ ବଡ଼ ପଦକ୍ଷେପ

ଆନ୍ଧ୍ରପ୍ରଦେଶ ଡିଜିପିଙ୍କୁ ତୁରନ୍ତ ବଦଳି ନିର୍ଦ୍ଦେଶ । ଡିଜିପି କେ.ଭି. ରାଜେନ୍ଦ୍ରନାଥ ରେଡ୍ଡୀଙ୍କୁ ବଦଳି ନିର୍ଦ୍ଦେଶ ଦିଆଯାଇଛି । ବିରୋଧୀଙ୍କ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ରାଜ୍ୟ ସରକାରଙ୍କୁ ସହଯୋଗ କରୁଥିବା ନେଇ ଅଭିଯୋଗ

ଅଦ୍ୟତନ ହୋଇଛି
AP DGP Rajendranath Reddy Transfer

DGP

Advertisment

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନଙ୍କ ବଡ଼ ପଦକ୍ଷେପ। ଆନ୍ଧ୍ରପ୍ରଦେଶ ଡିଜିପି କେ.ଭି. ରାଜେନ୍ଦ୍ରନାଥ ରେଡ୍ଡୀଙ୍କୁ ତୁରନ୍ତ ବଦଳି ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ। ବିପକ୍ଷଙ୍କ ଅଭିଯୋଗ ଆଧାରରେ ନିର୍ବାଚନ କମିଶନ ଏହି ପଦକ୍ଷେପ ନେଇଛନ୍ତି। ରାଜ୍ୟରେ ଶାସନରେ ଥିବା ୱାଇଏସ୍ ଆର କଂଗ୍ରେସକୁ ଡିଜିପି ଏବଂ ଅନ୍ୟ ପୋଲିସ ଅଧିକାରୀମାନେ ସହଯୋଗ କରୁଥିବା ନେଇ ବିରୋଧୀ ଦଳ ଅଭିଯୋଗ କରିଥିଲେ। ଏହା ପରେ ନିର୍ବାଚନ କମିଶନ ଏହି ପଦକ୍ଷେପ ନେଇଛନ୍ତି। ଏଥିସହ ଡିଜିପି ପଦବୀ ପୂରଣ ଲାଗି ତୁରନ୍ତ ପଦକ୍ଷେପ ନିଆଯାଉଛି।

Advertisment

ସୂତ୍ର ଅନୁଯାୟୀ ଏହି ପୋଷ୍ଟ ଲାଗି ଡିଜି ରାଙ୍କ ବିଶିଷ୍ଟ ତିନି ଅଧିକାରୀଙ୍କ ତାଲିକା ଦେବାକୁ ରାଜ୍ୟ ମୁଖ୍ୟ ସଚିବଙ୍କୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କେ.ଭି. ରାଜେନ୍ଦ୍ରନାଥ ରେଡ୍ଡୀଙ୍କୁ ନିର୍ବାଚନରେ ସଂପୃକ୍ତ କୌଣସି ଡ୍ୟୁଟି ନଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ...

ଅଧିକ ପଢ଼ନ୍ତୁ: ନିର୍ବାଚନ କମିଶନଙ୍କ ଛାଟ; ସୁଜାତା କାର୍ତ୍ତିକେୟନଙ୍କୁ ଅର୍ଥ ବିଭାଗକୁ ବଦଳି

Advertisment

ପୂର୍ବରୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ୨ ପୋଲିସ ଅଧିକାରୀ ବଦଳି କରାଯାଇଥିଲା । କଟକ ଚୌଦ୍ୱାର ଥାନା IIC ବିଶ୍ୱରଂଜନ ସାହୁ ଏବଂ SI ସରସ୍ୱତୀ ସାହୁଙ୍କୁ ବଦଳି ପାଇଁ ଟୁଇନସିଟି ପୋଲିସ କମିଶନର ଏବଂ ପୋଲିସ ଡିଆଇଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଦର୍ଶ ଆଚରଣ ବିଧି ଲାଗିଥିବା ବେଳେ ଗୋଟିଏ ଦଳୀୟ ବ୍ୟାନର ଲାଗିଥିବା କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀ କେମିତି ଯୋଗଦେଲେ ବୋଲି ପ୍ରଶ୍ନ ଉଠାଇ CEOଙ୍କୁ ଭେଟି ଫେରାଦ୍ ହୋଇଥିଲା ବିଜେପି। ଏହି ଘଟଣା ପରେ ତଦନ୍ତକୁ ଉଭୟଙ୍କୁ ଅନ୍ୟତ୍ର ବଦଳି କର ଏବଂ ନିର୍ବାଚନ ସଂପର୍କିତ କୌଣସି କାର୍ଯ୍ୟରେ ନିୟୋଜିତ ନକରିବାକୁ ପୋଲିସ କମିଶନର ଏବଂ ପୋଲିସ ଡିଆଇଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ ।

ପୂର୍ବରୁ ନିର୍ବାଚନ ଆଚାରଣ ବିଧି ଉଲଂଘନ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲାର ଦୁଇ ଭାରପ୍ରାପ୍ତ ଶିକ୍ଷକ ନିଲମ୍ବିତ ହୋଇଛନ୍ତି । ସେମାନେ ହେଲେ ପାପଡାହାଣ୍ଡି ବ୍ଲକ ପିତାରୀଗୁଡା ଗ୍ରାମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗୌତମ ଚରଣ ସାହୁ ଏବଂ ଡାବୁଗାଁ ବ୍ଲକ ପୂଜାରୀଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ମନୋଜ କୁମାର ଭତ୍ରା ।

Advertisment

ସୂଚନା ଅନୁସାରେ ପୂର୍ବରୁ ବିଜେପିର ଅଭିଯୋଗ ପରେ ମିଶନ ଶକ୍ତି ସଚିବ ପଦରୁ ସୁଜାତା କାର୍ତ୍ତିକେୟନଙ୍କୁ ବଦଳି ନିର୍ଦ୍ଦେଶ ଦେଇଥିଲେ ECI । ଜନସାଧାରଣ ସହ ଯୋଡ଼ି ହୋଇ ନଥିବା ବିଭାଗକୁ ତୁରନ୍ତ ବଦଳି ନିର୍ଦ୍ଦେଶ ହୋଇଥିଲା । 

Election Commission DGP General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ