ସସପେଣ୍ତ ହେଲେ କୁଟ୍ଟେ, ନିର୍ବାଚନ ପ୍ରକ୍ରିୟାରେ ଅନୈତିକ ହସ୍ତକ୍ଷେପ ପାଇଁ ମିଳିଲା ଦଣ୍ଡ

ସିଏମଓର ସ୍ପେଶାଲ ସେକ୍ରେଟାରୀ ଡିଏସ କୁଟ୍ଟେ ସସପେଣ୍ଡ । ନିର୍ବାଚନ ପ୍ରକ୍ରିୟାରେ ଅନୈତିକ ହସ୍ତକ୍ଷେପ ପାଇଁ ଆଇପିଏସ ଡିଏସ କୁଟ୍ଟେଙ୍କୁ ସସପେଣ୍ଡ କରିଛନ୍ତି ନିର୍ବାଚନ କମିଶନ ।

Odisha Election

ସିଏମଓର ସ୍ପେଶାଲ ସେକ୍ରେଟାରୀ ଡିଏସ କୁଟ୍ଟେ ସସପେଣ୍ଡ । ନିର୍ବାଚନ ପ୍ରକ୍ରିୟାରେ ଅନୈତିକ ହସ୍ତକ୍ଷେପ ପାଇଁ ଆଇପିଏସ ଡିଏସ କୁଟ୍ଟେଙ୍କୁ ସସପେଣ୍ଡ କରିଛନ୍ତି ନିର୍ବାଚନ କମିଶନ । ସେହିପରି ଛୁଟିରେ ଥିବା ବରିଷ୍ଠ IPS ଆଶିଷ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ମଧ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଦୁଇ ଅଧିକାରୀଙ୍କ ନାଁରେ ଇସିଆଇଙ୍କ ନିକଟରେ ଅଭିଯୋଗ କରିଥିଲା ବିଜେପି । ନିର୍ବାଚନ କମିଶନଙ୍କ ବଡ ଆକ୍ସନ । ନିର୍ବାଚନ ପ୍ରକ୍ରିୟାରେ ଅନୈତିକ ହସ୍ତକ୍ଷେପ ପାଇଁ ଆଇପିଏସ ଡିଏସ କୁଟ୍ଟେଙ୍କୁ ସସପେଣ୍ଡ କରିଛନ୍ତି ଇସିଆଇ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ନିର୍ବାଚନ କମିଶନ ।

ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ, ବୈଜୟନ୍ତଙ୍କ ଟାର୍ଗେଟ; ନଚାଳିଙ୍କ କଥାରେ ନାଚୁଛନ୍ତି ମୁଖ୍ୟମନ୍ତ୍ରୀ!

କୁଟ୍ଟେ, ବର୍ତ୍ତମାନ CMOରେ ସ୍ପେଶାଲ ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିଲେ । ସସପେଣ୍ଡ କାଳରେ ସେ ନୂଆଦିଲ୍ଲୀ ଆବାସିକ କମିଶନରଙ୍କ ଅଫିସରେ କାର୍ଯ୍ୟ କରିବେ । ଆଜି ଅପରାହ୍ଣ ୩ଟା ସୁଦ୍ଧା ସେଠାରେ ରିପୋର୍ଟ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ କୁଟ୍ଟେଙ୍କ ନାଁରେ ଅଭିଯୋଗ ଫର୍ଦ୍ଦ ମୁଖ୍ୟ ସଚିବଙ୍କୁ ଦେବାକୁ CEOଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ବରିଷ୍ଠ IPS ଆଶିଷ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ । ମେ ୪ରୁ ମେଡିକାଲ ଲିଭରେ ଅଛନ୍ତି ଆଶିଷ ସିଂ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଂଚ୍ ପାଇଁ ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯାଞ୍ଚ ପାଇଁ ଏକ ମେଡିକାଲ ବୋର୍ଡ ଗଠନ କରିବାକୁ କୁହାଯାଇଛି ।

ଏଥିପାଇଁ ମେ ୩୦ ସୁଦ୍ଧା ମେଡିକାଲ ବୋର୍ଡ ନିକଟରେ ହାଜର ହେବେ ଆଶିଷ ସିଂ । ଯାଞ୍ଚ ରିପୋର୍ଟ ମେ ୩୧ ସୁଦ୍ଧା ECIଙ୍କ ନିକଟରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଇପିଏସ୍ କୁଟ୍ଟେ ଏବଂ ଆଶିଷ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ବିଜେପି ସ୍ୱାଗତ କରିଛି । ଉପସଭାପତି ପୀତାମ୍ବର ଆଚାର୍ଯ୍ୟ ଏକ ପ୍ରେସମିଟ୍ କରି କହିଛନ୍ତି, ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କରି ରଖାଯାଇଛି ।

୨ ମାସ ଭିତରେ ଆମେ ପ୍ରାୟ ୨୦ ଥର ଏନେଇ ଅଭିଯୋଗ କରିଛୁ । ଡିଏସ୍ କୁଟ୍ଟେ ଏବଂ ଆଶିଷ ସିଂ ବିଜେଡିର ଚାମଚାଗିରି କରୁଛନ୍ତି । ତେବେ ପୀତାମ୍ବରଙ୍କ ଅଭିଯୋଗ ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ପୂର୍ବରୁ ଏପ୍ରିଲ ୮ ତାରିଖରେ IPS ଅଧିକାରୀ ଡି.ଏସ୍.କୁଟ୍ଟେଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇଥିଲା ବିଜେପି ।

ଅଧିକ ପଢ଼ନ୍ତୁ: ଷ୍ଟ୍ରଙ୍ଗ ରୁମ୍ ପାଖରେ ବୁଲୁଛନ୍ତି ସନ୍ଦିଗ୍ଧ, ପ୍ରଶ୍ନ ଉଠାଇଲେ BJP ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ

କୁଟ୍ଟେଙ୍କୁ ନିର୍ବାଚନ କାର୍ଯ୍ୟରେ ନ ଲଗାଇବାକୁ ECI ପୂର୍ବରୁ ନିର୍ଦ୍ଦେଶ ଦେଇଥିବା ବେଳେ ଏସପି ଓ IICଙ୍କୁ ଫୋନ୍ କରି କୁଟ୍ଟେ ବିଜେଡି କାର୍ଯ୍ୟ କରାଉଥିବା ବିଜେପି ଅଭିଯୋଗ କରିଥିଲା । ସେହିପରି ଆଇପିଏସ୍ ଆଶିଷ ସିଂ ନିର୍ବାଚନ ବେଳେ ଶାସକ ଦଳ ପ୍ରତି ଅନୁକମ୍ପା ଦେଖାଉଥିବା ଅଭିଯୋଗ କରି ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଫେରାଦ ହୋଇଥିଲା କେନ୍ଦ୍ର ବିଜେପି ।

ପୂର୍ବରୁ ମଧ୍ୟ ଆଶିଷଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା । ଗତ ଏପ୍ରିଲ ୫ ତାରିଖରେ ଇସିଆଇଙ୍କ ନିର୍ଦ୍ଦେଶ କ୍ରମେ ଆଶିଷ ସିଂଙ୍କୁ ସେଣ୍ଟ୍ରାଲ ରେଞ୍ଜ IG ପଦରୁ ହଟାଯାଇଥିଲା । ପରେ ତାଙ୍କୁ ଆଇଜି-ସିଏମ ସିକ୍ୟୁରିଟି ପଦବୀରେ ଅବସ୍ଥାପିତ କରାଯାଇଥିଲା । ହେଲେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥାଇ ବି ଶାସକ ଦଳ ପାଇଁ ସେ କାମ କରୁଥିବା ଏବଂ ନିର୍ବାଚନ ବେଳେ ବିଜେଡି ନିର୍ବାଚନ ପ୍ରଚାର ପାଇଁ ରଣନୀତି ତିଆରି କରୁଥିବା ଅଭିଯୋଗ ହୋଇଥିଲା । ସେପଟେ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ ନେଇ ଆଇପିଏସ୍ କୁଟ୍ଟେ ଏବଂ ଆଶିଷ ସିଂଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।