Advertisment

ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ; କାଲି ଓଡ଼ିଶା ଆସିବେ ଅମିତ ଶାହା

ସାଧାରଣ ନିର୍ବାଚନ ପାଇଁ ପ୍ରଥମଥର ନିର୍ବାଚନୀ ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସିବେ । ମୋଦିଙ୍କ ଗ୍ୟାରେଣ୍ଟି ଏବଂ ଓଡ଼ିଆ ଅସ୍ମିତା ତଥା ସ୍ବାଭିମାନକୁ ନେଇ ବିଜେପି ପକ୍ଷରୁ ଅମିତ ଶାହା ପ୍ରଚାର ଆରମ୍ଭ କରିବେ ବୋଲି ବିଜେପି କହିଛି।

ଅଦ୍ୟତନ ହୋଇଛି
CM Naveen Patnaik To Campaign Today At Hinjili Assembly

Naveen Patnaik

Advertisment

ସାଧାରଣ ନିର୍ବାଚନ ପାଇଁ ପ୍ରଥମଥର ନିର୍ବାଚନୀ ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁରେ ରାଲି କରିବେ । ସକାଳ ସାଢେ ୧୦ଟାରେ ସେ ହିଞ୍ଜିଳିରେ ପହଞ୍ଚି ଜନସମାବେଶକୁ ସମ୍ବୋଧନ କରିବେ । ପରେ ସେରଗଡ ଯାଇ ମଧ୍ୟ ଲୋକଙ୍କୁ ସମ୍ବୋଧନ କରିବେ । ନିର୍ବାଚନୀ ପ୍ରଚାର ମଇଦାନକୁ ଓହ୍ଲାଇବା ପରେ ଆଜି ପ୍ରଥମ ଦିନରେ ଦୁଇଟି କାର୍ଯ୍ୟକ୍ରମକୁ ସମ୍ବୋଧନ କରିବେ ନବୀନ ପଟ୍ଟନାୟକ ।

Advertisment

ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସିବେ । ସୋନପୁରରୁ ଅମିତ ଶାହ ବଜାଇବେ ଭୋଟ୍ ବିଗୁଲ୍ । ପଶ୍ଚିମ ଓଡ଼ିଶାରୁ ଆରମ୍ଭ କରିବେ ବିଜେପିର ହାଇ ଭୋଲଟେଜ୍ କ୍ୟାଂପେନ । ୨୪ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ବିଜେପିର ପ୍ରଥମ କେନ୍ଦ୍ରୀୟ ହେଭିୱେଟ୍ ନେତା ଭାବେ ଓଡିଶା ଗସ୍ତରେ ଆସୁଛନ୍ତି ଅମିତ୍ ଶାହ। ସୋନପୁରରେ ବିଶାଳ ଜନ ଜନସଭାକୁ ସେ ସମ୍ବୋଧନ କରିବେ। ବିଜେପି ନେତା ଓ କର୍ମୀଙ୍କ ମନରେ ଜୋଶ୍ ଭରିବେ। ମୋଦିଙ୍କ ଗ୍ୟାରେଣ୍ଟି ଏବଂ ଓଡ଼ିଆ ଅସ୍ମିତା ତଥା ସ୍ବାଭିମାନକୁ ନେଇ ବିଜେପି ପକ୍ଷରୁ ଅମିତ ଶାହା ପ୍ରଚାର ଆରମ୍ଭ କରିବେ ବୋଲି ବିଜେପି କହିଛି।

ଅଧିକ ପଢ଼ନ୍ତୁ: ପ୍ରଚାର ବେଳେ ହିଟୱେଭ୍ ଚ୍ୟାଲେଞ୍ଜ୍, କିଏ ସକାଳେ ତ ଆଉ କିଏ ସଞ୍ଜରେ କରୁଛନ୍ତି କ୍ୟାମ୍ପେନିଂ

Advertisment

ନିକଟରେ ବିଜେପି ଏକାକୀ ଲଢିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଶାହ ସ୍ପଷ୍ଟ ଭାବେ କହିଥିଲେ- ଓଡ଼ିଶାରେ ନବୀନ ସରକାରଙ୍କ ସହ ସାମ୍ନା ସାମ୍ନି ଲଢେଇ ହେବ। ଓଡିଆ ଭାଷା, ସଂସ୍କୃତି ଓ ଅସ୍ମିତା ପାଇଁ ବିଜେପି ଏକାକୀ ଲଢିବାକୁ ନିଷ୍ପତ୍ତି ନେଇଛି। ଏଭଳି ବୟାନ ଆସିବାର ଠିକ୍ ପରେ ପରେ ଓଡ଼ିଶା ଆସୁଥିବାରୁ, ସୋନପୁରରେ ରାଜ୍ୟ ସରକାର ବିରୋଧରେ ସ୍ୱର ଶାଣିତ କରିପାରନ୍ତି ଶାହା। ଯାହାକୁ ନେଇ ଉତ୍ସାହିତ ରାଜ୍ୟ ବିଜେପି କ୍ୟାମ୍ପ।

କୁହାଯାଉଛି ପଶ୍ଚିମ ଓଡ଼ିଶାରେ ବିଜେପି ଭଲ ଲହର ରହିଛି। ୨୦୧୯ରେ ବି ଏଠାକାର ୫ରୁ ୫ ଲୋକସଭା ସିଟ୍ ହାତେଇ ଥିଲା ପଦ୍ମଦଳ। ଚର୍ଚ୍ଚା ହେଉଛି, ଗତଥର ଭଳି ଯେହେତୁ ଏଥର ବି ପଶ୍ଚିମ ଓଡ଼ିଶାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢୁଛନ୍ତି ଓ ବଲାଙ୍ଗୀର ଲୋକସଭା ଅନ୍ତର୍ଗତ କଣ୍ଟାବାଞ୍ଜି ବିଧାନସଭା ଆସନକୁ ବାଛିଛନ୍ତି, ତେଣୁ ତାଙ୍କୁ ଚେକ୍ ଦେବାକୁ ଶାହଙ୍କ ସଭା ସୋନପୁରରେ ଆୟୋଜନ ହୋଇଛି।

Advertisment

ସେପଟେ କେନ୍ଦ୍ରାପଡା ମହାକାଳପଡାରେ ବିଜେପିର ଜୋରଦାର ପ୍ରଚାର। ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏବଂ ମହାକାଳପଡା ବିଧାନସଭା ପ୍ରାଥୀ ଦୁର୍ଗା ପ୍ରସନ୍ନ ନାୟକ ମିଳିତ ଭାବେ ବିଶାଳ ମୋଟର ସାଇକେଲ ରାଲି କରିଛନ୍ତି। ଏହି ଶୋଭାଯାତ୍ରା ମହାକାଳପଡାର ଅଙ୍ଗୁଳାଇଠାରୁ ବାହାରି କୋଡ଼ିଏ କିଲୋମିଟର ଦେଇ ୭ଟି ପଂଚାୟତ ପରିକ୍ରମା କରିଛି। ଅଙ୍ଗୁଳାଇ ପସ୍ତା, ନେମ୍ୱରା, ବୀଣାପାଣି, ନିଆମତପୁର, ରାଜଗଡ, ସୁମନ ଛକ, ଓରତ୍, ଏକଲପୁର ଓ ରଢିଆ ଦେଇ ଗାଁ ଗାଁ ବୁଲିବା ସହ କଂସାର ବଡ଼ଦଣ୍ଡୁଆ ଠାରେ ରାଲି ପହଞ୍ଚିଥିଲା। ଶୋଭାଯାତ୍ରାରେ ବିଜେପିର ଶତାଧିକ ନେତା ଓ କର୍ମୀ ସାମିଲ ହୋଇଥିଲେ। ଏହି ରାଲିରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା।

BJD Amit Shah BJP CM Naveen Patnaik General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ